ହେନୋକ-ସୁନଲାଇନ ପରପ୍ୟୁରା ଏକ ରୋଗ ଯେଉଁଥିରେ ଚର୍ମ, ବୃକ୍କ, ଗଣ୍ଠି, ଏବଂ ଖାଦ୍ୟନଳୀରେ ହେଉଥିବା ଏକ ପ୍ରକାର ପ୍ର From Wikipedia, the free encyclopedia
ହେନୋକ-ସୁନଲାଇନ ପରପ୍ୟୁରା (ଇଂରାଜୀ ଭାଷାରେ Henoch–Schönlein purpura/ HSP ), ଅନ୍ୟ ନାମ ଆଇଜିଏ ଭାସ୍କୁଲାଇଟିସ୍, ଏକ ରୋଗ ଯେଉଁଥିରେ ଚର୍ମ, ବୃକ୍କ, ଗଣ୍ଠି, ଏବଂ ଖାଦ୍ୟନଳୀରେ ହେଉଥିବା ଏକ ପ୍ରକାର ପ୍ରଦାହକୁ ବୁଝାଏ | [3] ମସ୍ତିଷ୍କ କିମ୍ବା ଫୁସଫୁସ ମଧ୍ୟ ଜଡ଼ିତ ହୋଇପାରେ | [3] ଚର୍ମରେ ବାଇଗଣୀ ରଙ୍ଗର କ୍ଷତ କିମ୍ବା ପେଟେକିଆ (ଛୋଟ ଲାଲ ବିନ୍ଦୁ) ଦେଖାଯାଏ ଓ ଗଣ୍ଟି ଯନ୍ତ୍ରଣା ତଥା ଉଦର ଯନ୍ତ୍ରଣା ସମ୍ଭାବନା ଥାଏ ।[3] ଦାଗ ମୁଖ୍ୟତଃ ଗୋଡ଼କୁ ପ୍ରଭାବିତ କରିଥାଏ | [3] ରୋଗ ଜଟିଳ ହେଲେ ବୃକ୍କ ବିଫଳତା ଏବଂ ଅନ୍ତ ଇଣ୍ଟସସେପସନ ହୋଇପାରେ । [3]
Henoch-Schönlein purpura | |
---|---|
IgA vasculitis,[1] anaphylactoid purpura,[2] purpura rheumatica,[2] Schönlein–Henoch purpura[2] | |
ଉଚ୍ଚାରଣ |
|
ବିଭାଗ | Rheumatology |
ଲକ୍ଷଣ | Purpura, petechiae, joint pain, abdominal pain[3] |
ଅବଧି | 4 weeks[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms without evidence of low platelets[3] |
ସଠିକ ରୋଗ ନିର୍ଣ୍ଣୟ | Hemolytic uremic syndrome, idiopathic thrombocytopenic purpura, disseminated intravascular coagulation, lupus, Rocky Mountain spotted fever[3] |
ଚିକିତ୍ସା | Supportive care, corticosteroids, plasma exchange, immunosuppressants[3] |
ପୁନଃପୌନିକ | Rare[3] |
ଗଳା ସଂକ୍ରମଣ କିମ୍ବା ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍ ପରି ସଂକ୍ରମଣ ଏହି ରୋଗ ହେବା ପୂର୍ବରୁ ହୋଇଥାଏ | [3] ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଛୋଟ ରକ୍ତ ନଳୀରେ ଛୋଟ ଆଇଜିଏ ବିଶିଷ୍ଟ ଆଣ୍ଟିବଡି ଇମ୍ମ୍ୟୁନ କମ୍ପ୍ଲେକ୍ସ ଥିବା ଯୋଗୁ ପ୍ରଦାହ ହୁଏ। [3] ଲକ୍ଷଣ ସହିତ ସ୍ୱଳ୍ପ ପ୍ଲାଟେଲେଟ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ । [3]
ବୃକ୍କ ଜଡ଼ିତ ନହେବା ପର୍ଯ୍ୟନ୍ତ ସୁରକ୍ଷାକାରୀ ଚିକିତ୍ସା ସାଧାରଣତଃ କରାଯାଏ । [3] ଯନ୍ତ୍ରଣା ପାଇଁ ପାରାସେଟାମୋଲ (ଆସେଟାମିନୋଫେନ୍) ଏବଂ ବେଳେବେଳେ ନନଷ୍ଟେରଏଡାଲ ଆଣ୍ଟିଇନଫ୍ଲାମେଟୋରୀ ଔଷଧ ବ୍ୟବହାର କରାଯାଇପାରେ | [3] ଯଦି ବୃକ୍କ ପ୍ରଭାବିତ ହୋଇଥାଏ ତେବେ କର୍ଟିକୋଷ୍ଟିରଏଡ, ପ୍ଲାଜମା ବିନିମୟ, ଇମ୍ମ୍ୟୁନୋସପ୍ରେସାଣ୍ଟ ଏବଂ ଏସିଇ ଇନହିବିଟର ଦିଆଯାଇପାରେ ।[3] ଅଧିକାଂଶ ଲୋକ ୪ ସପ୍ତାହ ମଧ୍ୟରେ ଭଲ ହୋଇଯାଆନ୍ତି ଯଦିଓ ପୁନର୍ବାର ହେବାର ଆଶଙ୍କା ଥାଏ | [3] ବୟସ୍କମାନଙ୍କଠାରେ ଜଟିଳତା ଅଧିକ ହୋଇଥାଏ। [4]
ଏହି ଅବସ୍ଥା ବିରଳ ଅଟେ । [3] ସାଧାରଣତଃ ପିଲାମାନଙ୍କର ଏହି ରୋଗ ହୁଏ ଏବଂ ପ୍ରତି ବର୍ଷ ୧୦୦,୦୦୦ ପିଲାଙ୍କ ମଧ୍ୟରୁ ୧୫ଜଣକୁ ଏହି ରୋଗ ହୋଇଥାଏ । [3] ଏହା ଜର୍ମାନ ଚିକିତ୍ସକ ଜୋହାନ ସ୍କୋନଲେନ ଏବଂ ଏଡୁଆର୍ଡ ହେନୋଚଙ୍କ ନାମରେ ନାମିତ ହୋଇଛି ଯଦିଓ ୧୮୦୦ ଶତକର ପ୍ରାରମ୍ଭରେ ୱିଲିୟମ ହେବର୍ଡେନଙ୍କଦ୍ୱାରା ବର୍ଣ୍ଣନା କରାଯାଇଥିଲା। [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.