ଯୌଗିକ ରାସାୟନିକ ପଦାର୍ଥ From Wikipedia, the free encyclopedia
ଅକ୍ସିକୋଡୋନ (ଇଂରାଜୀ ଭାଷାରେ Oxycodone, ଏକ ବିକ୍ରୟ ନାମ ଅକ୍ସିକୋଣ୍ଟିନ/ OxyContin) ଏକ ଓପିଅଏଡ (opioid) ଔଷଧ ଯାହା ମଧ୍ୟମ ଓ ସାଂଘାତିକ ଧରଣ ଯନ୍ତ୍ରଣା (pain) ଲାଘବ ନିମନ୍ତେ ଦିଆଯାଏ ।[10] ଏହି ଔଷଧ ପାଟିରେ (by mouth) ଦିଆଯାଏ ଓ ଏହା ତୁରନ୍ତ ବିମୋଚନ (immediate release) ଓ ନିୟନ୍ତ୍ରିତ ବିମୋଚନ (controlled release) ଫର୍ମୁଲାରେ ମିଳେ ।[10] ତୁରନ୍ତ କାର୍ଯ୍ୟକ୍ଷମ ଔଷଧ ଦେବାର ୧୫ ମିନିଟ ମଧ୍ୟରେ କଷ୍ଟ ଲାଘବ ଆରମ୍ଭ ହୋଇ ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ କାମ କରେ ।[10] ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏହା ଇଞ୍ଜେକସନ (by injection) ଆକାରରେ ମିଳେ ।[11] ଅନ୍ୟ ଔଷଧ ଯେପରିକି ପାରାସେଟାମୋଲ ବା ଆସ୍ପିରିନ ସାଥିରେ ମିଶ୍ରିତ ଔଷଧ (Combination product) ଆକାରରେ ମଧ୍ୟ ଏହା ମିଳେ ।[10]
Clinical data | |
---|---|
Pronunciation | ɒksɪˈkəʊdəʊn |
Trade names | OxyContin, others |
Synonyms | Eukodal, eucodal; dihydrohydroxycodeinone, 7,8-dihydro-14-hydroxycodeinone, 6-deoxy-7,8-dihydro-14-hydroxy-3-O-methyl-6-oxomorphine [1] |
AHFS/Drugs.com | monograph |
MedlinePlus | a682132 |
Pregnancy category |
|
Dependence liability | High |
Routes of administration | By mouth, sublingual, intramuscular, intravenous, intranasal, subcutaneous, transdermal, rectal, epidural [2] |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | By mouth: 60–87%[3][4] |
Protein binding | 45%[3] |
Metabolism | Liver: mainly CYP3A, and, to a much lesser extent, CYP2D6 (~5%);[3] 95% metabolized (i.e., 5% excreted unchanged)[5] |
Metabolites | • Noroxycodone (25%) [6][5] • Noroxymorphone (15%, free and conjugated)[6][5] • Oxymorphone (11%, conjugated)[6][5] • Others (e.g., minor metabolites)[5] |
Onset of action | IR: 10–30 minutes[4][5] CR: 1 hour[7] |
Elimination half-life | By mouth (IR): 2–3 hrs (same t1/2 for all ROAs)[5][4] By mouth (CR): 4.5 hrs[8] |
Duration of action | By mouth (IR): 3–6 hrs[5] By mouth (CR): 10–12 hrs[9] |
Excretion | Urine (83%)[3] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.874 |
Chemical and physical data | |
Formula | C18H21NO4 |
Molar mass | 315.364 g/mol |
3D model (JSmol) | |
Melting point | 219 °C (426 °F) |
Solubility in water | HCl: 166 mg/mL (20 °C) |
SMILES
| |
InChI
| |
(verify) |
ଅକ୍ସିକୋଡୋନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କୋଷ୍ଠକାଠିନ୍ୟ, ଅଇ (nausea), ନିଦ୍ରାଳୁ ଭାବ, ମୁଣ୍ଡ ଓଜନିଆ (dizziness), ଗଲୁ (itching), ଶୁଷ୍କ ପାଟି (dry mouth) ଓ ସ୍ୱେଦ ନିର୍ଗତ (sweating) ଇତ୍ୟାଦି ହୋଇପାରେ ।[10] ସାଂଘାତିକ ପ୍ରତିକ୍ରିୟା ହେଲେ ଔଷଧ ନିଶା (addiction), ନ୍ୟୁନ ଶ୍ୱାସକ୍ରିୟା (respiratory depression) ଓ ସ୍ୱଳ୍ପ ରକ୍ତଚାପ (low blood pressure) ଇତ୍ୟାଦି ହୋଇପାରେ । [10] କୋଡିନ (codeine) ପ୍ରତି ଆଲର୍ଜି ଥିଲେ ଅକ୍ସିକୋଡୋନ ପ୍ରତି ମଧ୍ୟ ଆଲର୍ଜି ହୋଇପାରେ । [10] ଗର୍ଭାବସ୍ଥାର ପ୍ରଥମ ଭାଗରେ ଏହା ଅପେକ୍ଷାକୃତ ବିପଦମୁକ୍ତ ।[10] ଏହି ଔଷଧ ଦେବା ହଠାତ୍ ବନ୍ଦ କରିଦେଲେ ଓପିଅଏଡ ଉଇଥଡ୍ରାଅଲ (Opioid withdrawal) ହୋଇପାରେ ।[10] μ-ଓପିଅଏଡ ରିସେପ୍ଟରକୁ (μ-opioid receptor) ଏହା ସକ୍ରିୟ କରିଦିଏ ।[12] ସମ ପରିମାଣର ଅଫିମ (morphine) ଅପେକ୍ଷା ଏହା ୧.୫ଗୁଣା ପ୍ରଭାବ ପକାଇପାରେ ।[13]
ଜର୍ମାନୀରେ ସନ ୧୯୧୬ରେ ପ୍ରଥମେ ଥିବେନରୁ (thebaine) ଅକ୍ସିକୋଡୋନ ପ୍ରସ୍ତୁତ କରାଯାଇଥିଲା । [14] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[10] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ହୋଲସେଲ ମୂଲ୍ୟ ୦.୩୦ ଆମେରିକୀୟ ଡଲାରରୁ କମ୍ ଥିଲା । [15] ସନ ୨୦୧୬ରେ ଏହାର ୧୪ ନିୟୁତ ପ୍ରେସକ୍ରିପସନ ହୋଇ ୫୪ତମ ସର୍ବାଧିକ ପ୍ରେସକ୍ରିପସନର ମାନ୍ୟତା ପାଇଥିଲା ।[16] ଏହା ଏକ ସାଧାରଣ ନିଶାଦ୍ରବ୍ୟ (drug of abuse) ଭାବରେ ବ୍ୟବହାର କରାଯାଏ ।[17] ଏହା ସହିତ ନାଲୋକ୍ସୋନ ମିଶ୍ରିତ ନିଶା ନିବାରକ ଅକ୍ସିକୋଡୋନ/ନାଲୋକ୍ସୋନ (combination with naloxone) ଫର୍ମୁଲା ମିଳୁଛି ।[17][18]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.