From Wikipedia, the free encyclopedia
କୋଡିନ, ରାସାୟନିକ ନାମ ୩-ମିଥାଇଲମର୍ଫିନ, ଏକ ଅଫିମ ସମ୍ପର୍କୀୟ ଔଷଧ ଯାହା ଯନ୍ତ୍ରଣା ନିବାରକ, କାଶ ଔଷଧ ଓ ତରଳ ଝାଡ଼ା ଚିକିତ୍ସାରେ ବ୍ୟବହୃତ ହୁଏ ।[2][3] ମଧ୍ୟମ ଓ ସାମାନ୍ୟ ଧରଣର ଯନ୍ତ୍ରଣା ନିମନ୍ତେ ଏହା ଦିଆଯାଏ । ପାରାସେଟାମୋଲ ବା ଆସ୍ପିରିନ ସହିତ ମିଶେଇଲେ ଏହା ଅଧିକ ଉପକାର କରେ ।[2] କାଶ ଉପଶମ ନିମନ୍ତେ ଦିଆଯାଥିଲେ ମଧ୍ୟ ଅନିଶ୍ଚତ ଫଳ ମିଳେ । [4][5] ୧୨ ବର୍ଷ ବୟସରୁ କମ ପିଲାଙ୍କୁ ୟୁରୋଗରେ ଏହି ଔଷଧ ଦିଆଯାଏ ନାହିଁ । ଏହା ପାଟିରେ ଦିଆଯାଏ । ଏହା ଖାଇବାର ୧/୨ ଘଣ୍ଟା ପରେ କାର୍ଯ୍ୟକାରୀ ହୁଏ ଓ ସର୍ଭାଧିକ ପ୍ରଭାବ ୨ ଘଣ୍ଟା ପରେ ଦେଖାଏ । ଛଅ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ରହେ । [2]
Clinical data | |
---|---|
AHFS/Drugs.com | monograph |
MedlinePlus | a682065 |
Pregnancy category |
|
Dependence liability | High |
Routes of administration | Oral, rectal, SC, IM |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ~90% Oral |
Metabolism | Liver, via CYP2D6 (cytochrome P450 2D6)Active Metabolite Morphine [1] |
Onset of action | 15 to 30 min[2] |
Elimination half-life | 2.5–3 h |
Duration of action | 4 to 6 hrs[2] |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.882 |
Chemical and physical data | |
Formula | C18H21NO3 |
Molar mass | 299.364 g/mol |
3D model (JSmol) | |
SMILES
| |
InChI
| |
(verify) |
ବାନ୍ତି, କୋଷ୍ଠକାଠିନ୍ୟ, ଗଲୁ, ଓ ମୁଣ୍ଡ ହାଲୁକା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏହି ଔଷଧ ବ୍ୟବହର କଲେ ହୋଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶ୍ୱାସକ୍ରିୟ କମିଯିବା ଓ ନିଶାଗ୍ରସ୍ତ ହେବା ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦେବା ନିରାପଦ ବୋଲି ଜଣାଯାଇ ନାହିଁ । ସ୍ତନ୍ୟପାନ କରେଇଲେ ଶିଶୁକୁ ଅଫିମ ବିଷାକ୍ତତା ହୋଇପାରେ । କୋଡିନ ଯକୃତରେ ମର୍ଫିନରେ ପରିଣତ ହୋଇ କାମ କରେ । ଏହି ପ୍ରକ୍ରିୟା କେତେ ସମୟରେ ସଂଘଠିତ ହେବ ତାହା ଲୋକର ଜେନେଟିକ ଉପରେ ନିର୍ଭର କରେ ।[2]
ସନ ୧୮୩୨ରେ କୋଡିନ ଆବିଷ୍କୃତ ହୋଇଥିଲା ।[6] ସନ ୨୦୧୩ରେ ୩୬୧,୦୦୦ କିଗ୍ରା କୋଡିନ ପ୍ରସ୍ତୁତ ହୋଇଥିଲା ଓ ୨୪୯,୦୦୦ କିଗ୍ରା ବ୍ୟବହାର କରାଯାଇଥିଲା । ଅଫିମ ସମ୍ବନ୍ଧୀୟ ଜିନିଷ ମଧ୍ୟରୁ ଏହା ସବୁଠାରୁ ଅଧିକ ବ୍ୟବହାର କରାଯାଏ । [7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ଏହାର ହୋଲସେଲ ମୂଲ୍ୟ ସନ ୨୦୧୪ରେ ୦.୦୪ରୁ ୦.୨୯ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ପ୍ରାୟ ଏକ ଡଲାର । [2] କୋଡିନ ପ୍ରାକୃତିକ ଅବସ୍ଥାରେ ଓ ଅଫିମର % ହିସାବରେ ଥାଏ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.