ଏହି ରୋଗରେ ଶିରାର ପ୍ରଦାହ ହୁଏ । From Wikipedia, the free encyclopedia
ଫ୍ଲେବାଇଟିସ ନାମ ଦିଆଯାଏ ଯେତେବେଳେ ଶିରାରେ ପ୍ରଦାହ ହୁଏ । [1] ଏହି ରୋଗ ହୋଇଥିବା ଅଞ୍ଚଳରେ ଯନ୍ତ୍ରଣା, ଫୁଲା ଏବଂ ଲାଲ ରଙ୍ଗ ଦେଖାଯାଏ ।[1] ଶିରାର କଠିନତା ମଧ୍ୟ ହୋଇପାରେ ।[1] ରୋଗ ଜଟିଳ ହେଲେ ଡିପ ଭେନ ଥ୍ରୋମ୍ବୋସିସ କିମ୍ବା ଫୁସଫୁସ ଏମ୍ବୋଲିଜ୍ମ ହୋଇପାରେ ।[4]
Phlebitis | |
---|---|
Venitis | |
ବିଭାଗ | Emergency medicine |
ଲକ୍ଷଣ | Pain, swelling, redness[1] |
ଆକ୍ରାନ୍ତ ସମୟ | Older people[1] |
ବିପଦ କାରକ | Intravenous catheters, varicose veins, cancer, pregnancy, poor mobility[2][3] |
ସଠିକ ରୋଗ ନିର୍ଣ୍ଣୟ | Cellulitis, hematoma, lymphangitis, tendonitis[4] |
ଚିକିତ୍ସା | Warmth, pain medication (NSAIDs), anticoagulants[2][5] |
ପୁନଃପୌନିକ | Relatively common[3][4] |
ଶିରାଭ୍ୟନ୍ତର କ୍ୟାଥେଟର ଥିବା ପ୍ରାୟ ୩୦% ଲୋକଙ୍କଠାରେ ଏହି ରୋଗ ହୋଇପାରେ; ଯଦିଓ କେବଳ ୪% ମାମଲା ଗୁରୁତର ହୁଏ ।[3] ଅଧିକ ସମୟ କ୍ୟାଥେଟର ବ୍ୟବହାର ଏବଂ ଏହା ମାଧ୍ୟମରେ ଆଣ୍ଟିବାୟୋଟିକ୍ ଦେଲେ ବିପଦ କାରକ ହୋଇପାରେ ।[3] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଶିରାରେ ଆଘାତ, ରାସାୟନିକ ଉତ୍ତେଜନା ଏବଂ ଜୀବାଣୁ ସଂକ୍ରମଣ ଅନ୍ତର୍ଭୁକ୍ତ ହୋଇପାରେ।[1] ଅନ୍ୟ ଏକ କାରଣ ହେଉଛି ରକ୍ତ ଜମାଟ ବାନ୍ଧିବା, ଯାହା ଏକ ଅଗଭୀର ଶିରା ପ୍ରଦାହ ଭାବରେ ଜଣାଶୁଣା ।[2] ବିପଦ କାରକଗୁଡ଼ିକ ମଧ୍ୟରେ ଭେରିକୋଜ ଭେନ, କର୍କଟ, ଗର୍ଭଧାରଣ ଏବଂ ଅଣଗତିଶୀଳତା ହୋଇପାରେ ।[2] ସାଧାରଣତଃ ଏହି ରୋଗ ଗୋଡ଼ରେ ହୋଇଥାଏ ।[2]
ଏହାର ଚିକିତ୍ସାରେ ଉଷ୍ମତା ପ୍ରୟୋଗ ଏବଂ ଯନ୍ତ୍ରଣା ନିବାରକ ଔଷଧର ପ୍ରୟୋଗ କରାଯାଇପାରେ ।[6] [5] ରକ୍ତ ଜମାଟ ବାନ୍ଧିଥିଲେ ରୋଗ ସ୍ଥାନକୁ ଟେକି ରଖାଯାଏ, ନନଷ୍ଟିରଏଡାଲ ଆଣ୍ଟ-ଇନଫ୍ଲାମେଟୋରୀ ଔଷଧ ଦିଆଯାଏ ଏବଂ ବେଳେବେଳେ ଜମାଟରୋଧୀ ଔଷଧ ଦିଆଯାଇପାରେ ।[2] [7] ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] ଶିରାଭ୍ୟନ୍ତର କ୍ୟାଥେଟର ଯୋଗୁ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.