ଭେରିକୋଜ ଭେନ (ଇଂରାଜୀ ଭାଷାରେ varicose veins) ରୋଗ ଦେହରେ ଥିବା ଅଗଭୀର ଶିରାମାନଙ୍କର (en:superficial veins) ଏକ ରୋଗ ଯେଉଁଥିରେ ଶିରା ବଡ଼ ଓ ମୋଡ଼ି ହୋଇଯାଏ ।[୨][୧] ସାଧାରଣତଃ ଏହା ଗୋଡ଼ର ଚର୍ମ ତଳେ ଦେଖାଯାଏ ।[୩] ସାଧାରଣତଃ ବିଶେଷ କିଛି ଲକ୍ଷଣ ପ୍ରକାଶ ପାଏନି କିନ୍ତୁ କେହି କେହି ଶିରାରେ ଯନ୍ତ୍ରଣା ଓ ପରିପୂର୍ଣ୍ଣତା ଅନୁଭବ କରିପାରନ୍ତି ।[୨] ରୋଗ ଜଟିଳ ହେଲେ ରକ୍ତସ୍ରାବ ବା ସୁପରଫିସିଆଲ ଥ୍ରୋମ୍ବୋଫୋବାଇଟିସ (superficial thrombophlebitis) ହୋଇପାରେ ।[୨][୧] ଅଣ୍ଡକୋଷରେ (scrotum) ଏହି ରୋଗ ହେଲେ ତାହାକୁ ଭାରିକୋସିଲ (varicocele) କୁହାଯାଏ ଓ ମଳଦ୍ୱାର (anus) ଚାରିପାଖରେ ହେଲେ ଅର୍ଶ କୁହାଯାଏ ।[୧]
ଭେରିକୋଜ ଭେନ | |
---|---|
ଉଚ୍ଚାରଣ |
|
ବିଭାଗ | ରକ୍ତନଳୀ ଶଲ୍ୟ ଚିକିତ୍ସା (Vascular surgery), ଚର୍ମରୋଗ ବିଜ୍ଞାନ (dermatology)[୧] |
ଲକ୍ଷଣ | ନାସ୍ତି, ସ୍ଫିତ, ଯନ୍ତ୍ରଣା [୨] |
ବିପଦ କାରକ | ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ, ଗର୍ଭାବସ୍ଥା [୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ଶାରୀରିକ ପରୀକ୍ଷା[୨] |
ସଠିକ ରୋଗ ନିର୍ଣ୍ଣୟ | ଆର୍ଟେରିଆଲ ଇନସଫିସିଏନ୍ସି (Arterial insufficiency), ପେରିଫେରାଲ ନିଉରାଇଟିସ (peripheral neuritis)[୪] |
ଚିକିତ୍ସା | ଚିପା ମୋଜା (Compression stockings), ବ୍ୟାୟାମ, ସ୍କ୍ଲେରୋଥେରାପି (sclerotherapy), ଅପରେଶନ[୨][୩] |
Prognosis | ପୁନଃପୌନିକ [୨] |
ପୁନଃପୌନିକ | ଅତି ସାଧାରଣ[୩] |
ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାଯାଇନାହିଁ ।[୨] ମୋଟାପଣ, ବ୍ୟାୟାମ ଅଭାବ, ଗୋଡ଼ରେ ଆଘାତ ଓ ରୋଗର ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ରହେ ।[୩] ଗର୍ଭାବସ୍ଥାରେ ଏହା ଅଧିକ ଦେଖାଯାଏ ।[୩] କ୍ୱଚିତ ଏହା କ୍ରନିକ ଭେନସ ଇନସଫିସିଏନ୍ସି (chronic venous insufficiency) ଯୋଗୁ ହୋଇପାରେ । [୨] ଶିରା ମଧ୍ୟସ୍ଥ ଭଲ୍ଭ ସବୁ ଦୁର୍ବଳ ବା କ୍ଷତିଗ୍ରସ୍ଥ ହୋଇଥବା ଯୋଗୁ ଏହି ରୋଗ ହୁଏ ।[୧] ଶାରୀରିକ ପରୀକ୍ଷା କରି ଓ ଅଲଟ୍ରାସାଉଣ୍ଡ (ultrasound) କରି ଏହା ନିର୍ଣ୍ଣୟ କାରାଯାଇପାରେ ।[୨] ଅନ୍ୟ ପକ୍ଷରେ ଟେଲାଞ୍ଜିଏକ୍ଟାସିସ (spider veins) ରୋଗରେ କାପିଲାରି (capillaries) ପ୍ରଭାବିତ ହୋଇଥାଏ ଓ ତାହା ଆକାରରେ କ୍ଷୁଦ୍ର ଥାଏ ।[୧][୫]
ଭେରିକୋଜ ଭେନ ରୋଗର ଚିକିତ୍ସାରେ ଜୀବନଚର୍ଯ୍ୟାର ପରିବର୍ତ୍ତନ ଓ ଲକ୍ଷଣ ତଥା ଆକୃତିର ଉନ୍ନତି କରିବା ନିମନ୍ତେ ଚେଷ୍ଟା କରାଯାଏ ।[୧] ଜୀବନଚର୍ଯ୍ୟାର ପରିବର୍ତ୍ତନ ନିମନ୍ତେ ବ୍ୟାୟାମ, ଗୋଡ଼ ଉପରକୁ ରଖିବା, ଓଜନ ହ୍ରାସ ଓ ଚିପା ମୋଜା (Compression stockings) ପିନ୍ଧିବାକୁ ଉପଦେଶ ଦିଆଯାଏ ।[୧] ସ୍କ୍ଲେରୋଥେରାପି (sclerotherapy), ଲେଜର ଅପରେଶନ ଓ ଶିରା ସ୍ଟ୍ରିପିଙ୍ଗ ଇତ୍ୟାଦି ଅପରେଶନ କରାଯାଏ । [୨][୧] ଏପରି ଚିକିତ୍ସା ପରେ ମଧ୍ୟ ଆଉଥରେ ରୋଗ ଲେଉଟିପାରେ ।[୨]
ଭେରିକୋଜ ଭେନ ଏକ ସାଧାରଣ ରୋଗ ଓ ପ୍ରାୟ ୩୦% ଲୋକ ଏହି ରୋଗର ଶିକାର ହୁଅନ୍ତି ।[୩][୬] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହା ସାଧାରଣ ହୋଇଯାଏ ।[୩] ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଦୁଇ ଗୁଣ ଅଧିକ ରହେ ।[୫] ସାରା ଇତିହାସରେ ଏହି ଭେରିକୋଜ ଭେନ ରୋଗର ବର୍ଣ୍ଣନା ଦେଖିବାକୁ ମିଳେ ଓ ଏହାର ଅପରେଶନ ଖ୍ରୀ:ପୂ: ୪୦୦ରୁ କରାଯାଇଆସୁଛି । [୭]
ଆଧାର
ବାହ୍ୟ ଲିଙ୍କ
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.