ଏହି ରୋଗରେ ପୁରୁଷମାନଙ୍କର ମୁଷ୍କରେ ଥିବା ଶିରା ସଂଖ୍ୟା ବଢ଼ିଯାଏ । From Wikipedia, the free encyclopedia
ଭାରିକୋସେଲ ଏକ ରୋଗ ଯେଉଁଥିରେ ମୁଷ୍କ ବା ଟେଷ୍ଟିସର ଶିରାମାନଙ୍କର ଅସ୍ୱାଭାବିକ ବୃଦ୍ଧି ହୁଏ ।[3] ଗୋଟିଏ ମୁଷ୍କ ଅନ୍ୟଟି ତୁଳନାରେ ବଡ଼ ଦେଖାଯାଏ ଏବଂ ବେଳେବେଳେ ମୁଷ୍କ ଯନ୍ତ୍ରଣା ହୁଏ ।[3] [4] ବାମ ପାର୍ଶ୍ୱ ସାଧାରଣତଃ ଅଧିକ ପ୍ରଭାବିତ ହୁଏ, ଯଦିଓ ଉଭୟ ଜଡିତ ହୋଇପାରନ୍ତି ।[3] [4] ରୋଗ ଜଟିଳ ଜଟିଳ ହେଲେ ବନ୍ଧ୍ୟାତ୍ୱ ପ୍ରାପ୍ତ ହୋଇପାରେ ।[3]
Varicocele | |
---|---|
ଉଚ୍ଚାରଣ | |
ବିଭାଗ | Urology |
ଲକ୍ଷଣ | Enlargement, testicular pain[3] |
ଆକ୍ରାନ୍ତ ସମୟ | Puberty[3] |
ବିପଦ କାରକ | Family history, smoking[3][4] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination, ultrasound[3] |
ସଠିକ ରୋଗ ନିର୍ଣ୍ଣୟ | Epididymitis, hydrocele, inguinal hernia, testicular tumor, spermatocele[4] |
ଚିକିତ୍ସା | None, surgery, embolization[3] |
ପୁନଃପୌନିକ | 20%[3] |
ଏହାର କାରଣ ଅଦ୍ୟାବଧି ଜଣା ପଡିନାହିଁ ।[4] ଏହି ରୋଗ ପରିବାରରେ ଚାଲୁରହେ ଏବଂ ଧୂମପାନକାରୀଙ୍କଠାରେ ଅଧିକ ଦେଖାଯାଏ ।[3] [4] ମୁଷ୍କର ଶିରାଗୁଡ଼ିକ ତାପମାତ୍ରା ନିୟନ୍ତ୍ରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।[3] ଯେତେବେଳେ ମୁଷ୍କର ତ୍ରୁଟି ହୁଏ ସେତେବେଳେ ମୁଷ୍କ ଗରମ ହୋଇପାରେ ଯାହା ଯୋଗୁ ଶୁକ୍ରାଣୁ ଗୁଣବତ୍ତା କମିଯାଏ ଏବଂ ଟେସ୍ଟୋସ୍ଟିରନ ସ୍ତର ହ୍ରାସ ହୋଇଯାଏ ।[3] ରଗୀ ପରୀକ୍ଷା ଉପରେ ରୋଗ ନିର୍ଣ୍ଣୟ ଆଧାରିତ ହୁଏ, ଏବଂ ଅଲଟ୍ରାସାଉଣ୍ଡଦ୍ୱାରା ନିଶ୍ଚିତ ହୋଇଥାଏ ।[3] ଏହି ରୋଗ ତିନି ଶ୍ରେଣୀରେ ବିଭକ୍ତ ହୋଇଥାଏ ଯଥା: - ଛୋଟ, ମଧ୍ୟମ ଏବଂ ବଡ଼ ।[4]
ସାମାନ୍ୟ କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ନାହିଁ ।[3] ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ଥିଲେ ଅସ୍ତ୍ରୋପଚାର କିମ୍ବା ଏମ୍ବୋଲାଇଜେସନ ଏକ ବିକଳ୍ପ ହୋଇପାରେ ।[3] ଚିକିତ୍ସା କଲେ ପ୍ରାୟ ୮୦% ଯନ୍ତ୍ରଣା କମିଯାଏ ଏବଂ ଉର୍ବରତା ପ୍ରାୟ ୭୦% ଉନ୍ନତ ହୋଇଥାଏ ।[3] ସମସ୍ତ ପୁରୁଷଙ୍କ ମଧ୍ୟରୁ ପ୍ରାୟ ୨୦% ଲୋକଙ୍କର ଭାରିକୋସେଲ ହୁଏ; କିନ୍ତୁ ସେହି ଲୋକଙ୍କ ମଧ୍ୟରୁ ୪୦% ମାତ୍ର ବନ୍ଧ୍ୟାତ୍ୱ ପ୍ରାପ୍ତ ହୁଅନ୍ତି ।[3] [4] ସେଗୁଡ଼ିକ ଯୌବନ ଆରମ୍ଭ କାଳରେ ସୃଷ୍ଟି ହୁଅନ୍ତି ଏବଂ ବୟସ ବଢ଼ିବା ସହିତ ବଡ ଆକାର ପ୍ରାପ୍ତ ହୁଅନ୍ତି ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.