ଅଣ୍ଡକୋଷ ଯନ୍ତ୍ରଣା (ଅଣ୍ଡ ଯନ୍ତ୍ରଣା ନାମରେ ମଧ୍ୟ ପରିଚିତ) ନାମ ଦିଆଯାଏ ଯେତେବେଳେ ଗୋଟିଏ କିମ୍ବା ଉଭୟ ଅଣ୍ଡ କି From Wikipedia, the free encyclopedia
ଅଣ୍ଡକୋଷ ଯନ୍ତ୍ରଣା (ଅଣ୍ଡ ଯନ୍ତ୍ରଣା ନାମରେ ମଧ୍ୟ ପରିଚିତ) ନାମ ଦିଆଯାଏ ଯେତେବେଳେ ଗୋଟିଏ କିମ୍ବା ଉଭୟ ଅଣ୍ଡ କିମ୍ବା ଅଣ୍ଡକୋଷରେ ଯନ୍ତ୍ରଣା ହୁଏ | [4] ଏହି ରୋଗ ହଠାତ୍ ଆରମ୍ଭ ହୋଇପାରେ କିମ୍ବା ଦୀର୍ଘ ସମୟର ହୋଇପାରେ | [1] [2] ପ୍ରାୟତଃ ଫୁଲା ମଧ୍ୟ ଦେଖାଯାଏ | [5] ଅବସାଦ, ଦୀର୍ଘକାଳୀନ ପ୍ରୋଷ୍କ୍ଟେଟ ପ୍ରଦାହ, ଅନୁର୍ବରତା, ଏବଂ ଡ୍ରଗ୍ ଅପବ୍ୟବହାର ଯୋଗୁ ଦୀର୍ଘକାଳୀନ ଯନ୍ତ୍ରଣା ହୁଏ | [2]
Testicle pain | |
---|---|
Scrotal pain, orchialgia, genital pain | |
ବିଭାଗ | Urology |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound, urine tests, blood tests[1][2] |
ସଠିକ ରୋଗ ନିର୍ଣ୍ଣୟ | Acute: Epididymitis, testicular torsion, orchitis, varicocele, inguinal hernia, kidney stones, iliac artery aneurysm, testicular cancer, Fournier gangrene[1] Chronic: Varicocele, spermatocele, Henoch–Schönlein purpura, post-vasectomy pain syndrome, chronic pelvic pain syndrome[3] |
ଆକସ୍ମିକ ଆରମ୍ଭ ହେବାର କାରଣ ମଧ୍ୟରେ ଆଘାତ, ଏପିଡିଡାଇମାଇଟିସ୍, ଟେଷ୍ଟିକୁଲାର ଟର୍ସନ, ଅର୍କାଇଟିସ, ଭାରିକୋସିଲ, ଇଙ୍ଗୁଇନାଲ ହାର୍ନିଆ, ବୃକ୍କ ପଥର ରୋଗ, ଇଲିଆକ ଧମନୀ ଆନିଉରିଜ୍ମ, ଟେଷ୍ଟିକୁଲାର କର୍କଟ ଏବଂ ଫୋରନିଅର ଗାଙ୍ଗ୍ରିନ ଉଲ୍ଲେଖଯୋଗ୍ୟ | [1] ସ୍ପର୍ମାଟୋସିଲ, ଭାରିକୋସିଲ, ପୋଷ୍ଟ ଭାସେକ୍ଟୋମି ସିଣ୍ଡ୍ରୋମ, ଭାସ୍କୁଲାଇଟିସ, ଇଣ୍ଟରସ୍ଟିସିଆଲ ସିସ୍ଟାଇଟିସ, ଓଷ୍ଟାଇଟିସ ପ୍ୟୁବିସ, ହାର୍ନିଆ ପରବର୍ତ୍ତୀ ଅସ୍ତ୍ରୋପଚାର, ସ୍ନାୟୁ ଚାପିହୋଇଯିବା, ଆମିଓଡାରୋନର ପାର୍ଶ୍ୱ ପ୍ରତିକ୍ରିୟା ଓ କ୍ରନିକ ପେଲଭି ପେନ ସିଣ୍ଡ୍ରୋମ ଇତ୍ୟାଦି ରୋଗ ଥିଲେ କ୍ରନିକ ଯନ୍ତ୍ରଣା ହୁଏ । [2] ଅଲଟ୍ରାସାଉଣ୍ଡ, ପରିସ୍ରା ପରୀକ୍ଷା ଓ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [1] [2] କେତେକ କ୍ଷେତ୍ରରେ ପେଟର ଏକ ସିଟି ସ୍କାନ ଉପଯୋଗୀ ହୋଇପାରେ | [2]
ମୂଳ କାରଣ ଉପରେ ନିର୍ଭର କରି ନିର୍ଦ୍ଦିଷ୍ଟ ଚିକିତ୍ସା କରାଯାଏ | [2] ଜରୁରୀକାଳୀନ ପରିଦର୍ଶନରେ ଥିବା ରୋଗ ସଂଖ୍ୟା ୦.୫ %ରୁ ୨.୫% ହୋଇପାରେ ।[1] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧୦୦,୦୦୦ ଲୋକଙ୍କର ଦୀର୍ଘକାଳୀନ ଯନ୍ତ୍ରଣା ହୋଇଥାଏ | [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.