From Wikipedia, the free encyclopedia
ଏପିଡିଡିମାଇଟିସ (ଇଂରାଜୀ ଭାଷାରେ Epididymitis ଏକ ବେମାରୀ ଯେଉଁଥିରେ ଏପିଡିଡିମିସର ପ୍ରଦାହ ହୁଏ ।[1] ଦିନେ ଦୁଇ ଦିନ ମଧ୍ୟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ ।[1] ନୁଷ୍କକୁ ଟେକିଦେଲେ ଯନ୍ତ୍ରଣା କମିଯାଏ । [1] ମୁଷ୍କ ବା ଟେସ୍ଟିକ୍ଲର ([:en:[testicle|]]) ପଛ ପାଖରେ ଯନ୍ତ୍ରଣା, ଫୁଲା, ମୂତ୍ର ତ୍ୟାଗ ସମୟରେ ଜ୍ୱାଳା (burning with urination), ବାରମ୍ବାର ମୂତ୍ର ତ୍ୟାଗ ଇତ୍ୟାଦି ଲକ୍ଷଣ ମଧ୍ୟ ଦେଖାଯାଏ ।[1] ଏହି ରୋଗ ସହିତ ଓରକାଇଟିସ ବା ମୁଷ୍କ ପ୍ରଦାହ (Inflammation of the testicle) ସାଧାରଣତଃ ଥାଏ । [1]
ଏପିଡିଡିମାଇଟିସ (Epididymitis) | |
---|---|
ଏପିଡିଡିମିସର ପ୍ରଦାହ [1] | |
ଉଚ୍ଚାରଣ |
|
ବିଭାଗ | ମୂତ୍ର ରୋଗ ବିଜ୍ଞାନ (Urology), ସଂକ୍ରମଣ ରୋଗ (infectious disease |
ଲକ୍ଷଣ | ମୁଷ୍କ ବା ଟେସ୍ଟିକ୍ଲର (testicle) ପଛ ପାଖରେ ଯନ୍ତ୍ରଣା, ଫୁଲା, ମୂତ୍ର ତ୍ୟାଗ ସମୟରେ ଜ୍ୱାଳା (burning with urination), ବାରମ୍ବାର ମୂତ୍ର ତ୍ୟାଗ [1] |
ଆକ୍ରାନ୍ତ ସମୟ | ଦିନେ ଦୁଇ ଦିନ ମଧ୍ୟରେ[1] |
କାରଣ | ଗନରିଆ, କ୍ଲାମିଡିଆ ସଂକ୍ରମଣ, ଏଣ୍ଟେରିକ ଜୀବାଣୁ (enteric bacteria), ପରିସ୍ରାର ଆଭ୍ୟନ୍ତରୀଣ ପ୍ରବାହ ବ ରିକ୍ଲକ୍ସ [1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ, ଅଲଟ୍ରାସାଉଣ୍ଡ (ultrasound)[1] |
ସଠିକ ରୋଗ ନିର୍ଣ୍ଣୟ | ଟିସ୍ଟିକୁଲାର ଟରସନ (Testicular torsion), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟେସ୍ଟିକୁଲାର କର୍କଟ (testicular cancer), ଅର୍କାଇଟିସ (orchitis)[1][2] |
ଔଷଧ | ଏନଏସଏଆଇଡି (NSAIDs), ସେଫଟ୍ରାଇଆକ୍ସୋନ ଓ ଡକ୍ସିସାଇକ୍ଲିନ, ଓଫ୍ଲୋକ୍ସାସିନ[1] |
ଚିକିତ୍ସା | ଯନ୍ତ୍ରଣା ନିରୋଧୀ ଔଷଧ (Pain medications), ଆଣ୍ଟିବାୟୋଟିକ (antibiotics), ଉର୍ଦ୍ଦ୍ୱ ସ୍ଥାପନ[1] |
ପୁନଃପୌନିକ | ବର୍ଷକୁ ୬୦୦,୦୦୦ (ବୟସ ୧୫-୩୫, ଯୁକ୍ତରାଷ୍ଟ୍ର ଆମେରିକା)[2] |
ଯୌନ କ୍ରିୟାଶୀଳ ଯୁବକମାନଙ୍କର ଅନ୍ତର୍ନିହିତ କାରଣ ଗନରିଆ ଓ କ୍ଲାମିଡିଆ ସଂକ୍ରମଣ ହୋଇପାରେ ।[1] ବୟସ୍କ ପୁରୁଷ ଓ ସମଲିଙ୍ଗୀ ପୁରୁଷଙ୍କର (males who have sex with males) ଏଣ୍ଟେରିକ ଜୀବାଣୁ (enteric bacteria) ଥାଇପାରନ୍ତି ।[1] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରିହୁଏ ।[1] ଅନୁରୂପ ଲକ୍ଷଣ ଦେଖାଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ ଯଥାକ୍ରମେ ଟିସ୍ଟିକୁଲାର ଟରସନ (Testicular torsion), ଇଙ୍ଗୁଇନାଲ ହାର୍ନିଆ (inguinal hernia), ଟେସ୍ଟିକୁଲାର କର୍କଟ (testicular cancer), ଅର୍କାଇଟିସ (orchitis) ।[1] ନିର୍ଣ୍ଣୟ ଅସ୍ପଷ୍ଟ ହେଉଥିଲେ ଅଲଟ୍ରାସାଉଣ୍ଡ (ultrasound କରାଯାଏ ।[1]
ଯନ୍ତ୍ରଣା ନିରୋଧୀ ଔଷଧ (Pain medications) ଓ ଆଣ୍ଟିବାୟୋଟିକ (antibiotics) ଦିଆଯାଏ, ମୁଷ୍କକୁ ଉର୍ଦ୍ଦ୍ୱକୁ ଟେକିଦେଲେ ଆରାମ ଲାଗେ ।[1] ଯୌନ କ୍ରିୟାଶୀଳ ଯୁବକମାନଙ୍କୁ ସେଫଟ୍ରାଇଆକ୍ସୋନ ଓ ଡକ୍ସିସାଇକ୍ଲିନ ଆଦି ଆଣ୍ଟିବାୟୋଟିକ ଦିଆଯାଏ ।[1] ବୟସ୍କ ଲୋକମାନଙ୍କୁ ଓଫ୍ଲୋକ୍ସାସିନ ଦିଆଯାଏ ।[1] କେଶ ଜଟିଳ ହେଲେ ବନ୍ଧ୍ୟାତ୍ୱ (infertility) ଓ କ୍ରନିକ ଯନ୍ତ୍ରଣା (chronic pain) ହୁଏ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ସାଧାରଣତଃ ବର୍ଷକୁ ୧୫ରୁ ୩୫ ବର୍ଷ ବୟସର ୬୦୦,୦୦୦ ଲୋକଙ୍କୁ ଏ ରୋଗ ହୁଏ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.