ପଞ୍ଜାବୀ ଭାଷାର ଉଇକିପିଡ଼ିଆ ସଂସ୍କରଣ From Wikipedia, the free encyclopedia
ପଞ୍ଜାବୀ ଉଇକିପିଡ଼ିଆ (ପଞ୍ଜାବୀ: پنجابی وکیپیڈیا (ଶଃମୁଖୀ ଲିପରେ); ਪੰਜਾਬੀ ਵਿਕੀਪੀਡੀਆ (ଗୁରମୁଖୀ ଲିପିରେ)) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ପଞ୍ଜାବୀ ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍ସାଇକ୍ଲୋପିଡ଼ିଆ ।[1][2] ସମୁଦାୟ ଦୁଇଟି ପଞ୍ଜାବୀ ଉଇକିପିଡ଼ିଆ ସଂସ୍କରଣ ଅଛି | ପୂର୍ବ ପଞ୍ଜାବୀ ଉଇକିପିଡ଼ିଆ (ଗୁରମୁଖୀ ଲିପିରେ) ଏବଂ ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ (ଶଃମୁଖୀ ଲିପିରେ) ।
ୟୁ.ଆର.ଏଲ | pa pnb |
---|---|
ବ୍ୟବସାୟିକ | ନାହିଁ |
ସାଇଟର ପ୍ରକାର | ଇଣ୍ଟରେନେଟରେ ଥିବା ଜ୍ଞାନକୋଷ |
ମିଳୁଥିବା ଭାଷା | ପଞ୍ଜାବୀ |
କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution-ShareAlike 3.0 and GFDL, Media licensing varies |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ଏବେକାର ସ୍ଥିତି | ଚାଲୁଅଛି |
ପୂର୍ବ ପଞ୍ଚାବୀ ଉଇକିପିଡ଼ିଆ ଜୁନ୍ ୩, ୨୦୦୨ରେ ଆରମ୍ଭ ହୋଇଥିଲା [3][4] କିନ୍ତୁ ପ୍ରଥମ ତିନୋଟି ଲେଖା କେବଳ ଅଗଷ୍ଟ ୨୦୦୪ରେ ଲେଖାଯାଇଥିଲା ।[5] ଜୁଲାଇ ୨୦୧୨ରେ ଏହି ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ୨୪୦୦ରେ ପହଞ୍ଚିଥିଲା ।
ଅଗଷ୍ଟ ୨୦୧୨ଠାରୁ, ଏହାର ବିଶ୍ୱ ସ୍ତରରେ ପ୍ରାୟ ୨୬ ନିୟୁତ ପାଠକ ଅଛନ୍ତି ।[6]
୨୮ ଜୁଲାଇ ୨୦୧୨ରେ ଲୁଧିଆନାଠାରେ ପ୍ରଥମ ପଞ୍ଜାବୀ ଉଇକିପିଡ଼ିଆ କର୍ମଶାଳା ସଂଗଠିତ ହୋଇଥିଲା ।[1] ଅଗଷ୍ଟ ୧୬, ୨୦୧୨ରେ ଅନ୍ୟ ଏକ କର୍ମଶାଳା ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିଲା ।[7] ଏହି ଦୁଇଟି କର୍ମଶାଳରେ ଉଇକିପିଡ଼ିଆ ବିଷୟରେ ସମ୍ୟକ ଜ୍ଞାନ ପ୍ରଦାନ କରାଯିବା ସହିତ ସମ୍ପାଦନା ଶୈଳୀ ବିଷୟରେ ସାଧାରଣ ଲୋକଙ୍କୁ ଅବଗତ କରାଯାଇଥିଲା ।
ପଶ୍ଚିମ ପଞ୍ଜାବୀ ଉଇକିପିଡ଼ିଆ ୨୪ ଅକ୍ଟୋବର ୨୦୦୮ରେ ଉଇକିମିଡ଼ିଆ ଇନକ୍ୟୁବେଟର ମାଧ୍ୟମରେ ଆରମ୍ଭ ହୋଇଥିଲା ଏବଂ ଏହାର ଡୋମେନ୍ ଅଗଷ୍ଟ ୧୩, ୨୦୦୯ରେ ସୃଷ୍ଟି ହୋଇଥିଲା । ଇସଲାମାବାଦର ଜଣେ କଲେଜ ପ୍ରଫେସର ଖାଲିଦ ମହମ୍ମଦ ଏହି ପ୍ରକଳ୍ପର ନେତୃତ୍ୱ ନେଇଥିଲେ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.