Remove ads
From Wikipedia, the free encyclopedia
ଉଇକିପିଡ଼ିଆ (/ˌwɪkɪˈpiːdiə/ (listen) wik-IH-PEE-DEE-ə or /ˌwɪkiˈpiːdiə/ (listen) wik-EE-PEE-DEE-ə; Odia: [uikipiɽiaː] (listen)) ଏକ ଖୋଲା, ୱେବକୁ ନେଇ ତିଆରି , ମିଳିତ , ବହୁଭାଷୀ ଜ୍ଞାନକୋଷ ଯାହା ଏକ ଅଣଲାଭକାରୀ ସଙ୍ଘ ଉଇକିମିଡ଼ିଆ ଫାଉଣ୍ଡେସନ ଦେଇ ଚଳାଯାଇଥାଏ । ଏଥିରେ ୫.୪ କୋଟି ପ୍ରସଙ୍ଗ (ଯେଉଁଥିରୁ କେବଳ ୬୧ ଲକ୍ଷ ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଅଛି) ମିଳିତ ଭାବରେ ବିଶ୍ୱର ଉଇକିଆଳିମାନଙ୍କ ଦେଇ ଲେଖାଯାଇଛି ।।[୩] ଉଇକିପିଡ଼ିଆ ୧୫ ଜାନୁଆରୀ ୨୦୦୧ରେ ଜିମି ୱେଲ୍ସ ଓ ଲାରି ସାଙ୍ଗରଙ୍କଦ୍ୱାରା ଆରମ୍ଭ କରାଯାଇଥିଲା [୪] ଓ ଇଣ୍ଟରନେଟରେ ସବୁଠୁ ବେଶୀ ଆଧାର ଦେବାରେ ବ୍ୟବହାର କରାଯାଇଥାଏ ।,[୫][୬][୭][୮] ଅଲେକ୍ସା ଇଣ୍ଟରନେଟ କ୍ରମ ଅନୁସାରେ ଏହା ବିଶ୍ୱର ୧୫ଟି ଲୋକପ୍ରିୟ ୱେବସାଇଟ ମଧ୍ୟରେ ସ୍ଥାନପାଇଛି ।[୫][୯] ଇଣ୍ଟରନେଟ ସହାୟତାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସ୍ୱେଚ୍ଛାସେବୀମାନଙ୍କ ଅବଦାନଦ୍ୱାରା ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । "ଉଇକି" (Wiki-ଏହା ବିଭିନ୍ନ ସହଯୋଗୀ ୱେବସାଇଟ ଗୁଡ଼ିକର ନିର୍ମାଣ କରିବାର ଏକ ଶୈଳୀ,ହାୱାଇ ଭାଷାରେ "ଉଇକି"ର ଅର୍ଥ "ଶୀଘ୍ର"କୁ ବୁଝାଇଥାଏ) ଏବଂ "ଏନସାଇକ୍ଳୋପିଡ଼ିଆ" (Encyclopedia-ଜ୍ଞାନକୋଷ), ଦୁଇଟି ଶବ୍ଦକୂ ନେଇ ଏହାର ନାମକରଣ କରାଯାଇଥିଲା, ଯେହେତୁ ଶୀଘ୍ର ଓ ସହଜରେ ସମସ୍ତଙ୍କ ପାଖରେ ଆବଶ୍ୟକୀୟ ତଥ୍ୟ ପହଞ୍ଚାଇବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଏହି ୱେବସାଇଟକୁ ବ୍ୟବହାର କରୁଥିବା ଯେକୌଣସି ବ୍ୟକ୍ତି ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଗୁଡ଼ିକୁ ବ୍ୟବହାର ତଥା ସମ୍ପାଦନା କରିପାରିବେ । ଏକଦା ଟାଇମ୍ସ ପତ୍ରିକାରେ ପ୍ରକାଶିତ ଏକ ସ୍ତମ୍ଭଲେଖରେ, ଉଇକିପିଡ଼ିଆର ଏଭଳି ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)କୁ ପ୍ରଶଂସା କରାଯାଇଥିଲା ଓ ଜିମି ୱେଲ୍ସଙ୍କର ଏହି ଦୂରଦର୍ଶିତା ପାଇଁ "ଉଇକିପିଡ଼ିଆ" ବିଶ୍ୱର ଅନ୍ୟ ଏନସାଇକ୍ଳୋପିଡ଼ିଆମାନଙ୍କଠାରୁ ଉନ୍ନତ ଓ ବୃହତ ହୋଇପାରିଛି ବୋଲି ଦର୍ଶା ଯାଇଥିଲା ।[୧୦] ପ୍ରଥମେ ଏହା କେବଳ ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା । କିନ୍ତୁ ପରେ ଏହାକୁ ବିଭିନ୍ନ ଦେଶରେ ୨୯୦ରୁ ଅଧିକ ଭାଷାରେ ତିଆରି କରଯାଇଛି । ବିଭିନ୍ନ ଭାଷାର ଉଇକିପିଡ଼ିଆରେ ରଖାଯାଇଥିବା ପ୍ରସଙ୍ଗ ଗୁଡ଼ିକର ତଥ୍ୟ ଓ ସାମ୍ପାଦନା ଶୈଳୀ କିଛି କ୍ଷେତ୍ରରେ ଅଲଗା ଅଲଗା ହୋଇଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପୁରା ବିଶ୍ୱରେ ୩୦୦ରୁ ଅଧିକ ଭାଷାରେ ଉଇକିପିଡ଼ିଆ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଭିନ୍ନ ଭିନ୍ନ ଭାଷାରେ ପାଖାପାଖି ୫୦ ମିଲିୟନରୁ ଅଧିକ ପ୍ରସଙ୍ଗ ଉଇକିଆଳି ମାନଙ୍କଦ୍ୱାରା ଗଢାସରିଲାଣି । ଏବେ ଏହା ଇଣ୍ଟରନେଟରେ ସବୁଠାରୁ ଲୋକପ୍ରିୟ ୱେବସାଇଟ ମାନଙ୍କ ମଧ୍ୟରୁ ଏକ ଭାବରେ ପରିଗଣିତ ହେଉଛି । ଏଥିରେ ରହିଥିବା ପ୍ରସଙ୍ଗ ତଥା ତଥ୍ୟ ଗୁଡ଼ିକର ସତ୍ୟତା ଓ ବିଶ୍ୱାସନୀୟତା ପାଇଁ ଏହା ଲୋକପ୍ରିୟ ।[୧୧][୧୨] ଅନ୍ୟ କିଛି ଆଲୋଚନାରୁ ଜଣାଯାଏ ଯେ ଉଇକି ପ୍ରସଙ୍ଗ ଗୁଡ଼ିକରେ ନକଲି ତଥା ଅସତ୍ୟ ସୂଚନା ଗୁଡ଼ିକୁ ଲେଖିବା (vandalism) ଏକ ପ୍ରକାର ଦୋଷ [୧୩] ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଉଇକି ପ୍ରକଳ୍ପରେ ପରିଚାଳକମାନଙ୍କୁ ରଖାଯାଇଥାଏ । ପ୍ରସଙ୍ଗ ଗୁଡ଼ିକର ମାନ ସୁଧାରିବା, ସେଗୁଡ଼ିକର ସତ୍ୟତା ପରଖିବା ଇତ୍ୟାଦି କାର୍ଯ୍ୟ ଏହି ପରିଚାଳକ ମାନଙ୍କ ଉପରେ ନ୍ୟସ୍ତ ଥାଏ ।[୧୪][୧୫] ୨୦୧୭ ମସିହାରେ, ବିଶ୍ୱର ପ୍ରମୁଖ ସୋସିଆଲ-ମିଡ଼ିଆ ଫେସବୁକ, ନିଜର ବ୍ୟବହାରକାରୀ ମାନଙ୍କୁ ମିଥ୍ୟା ଖବର ଗୁଡ଼ିକ ବିଷୟରେ ଅବଗତ କରାଇବା ପାଇଁ ସେଥି ସମ୍ପର୍କିତ ଉଇକିପିଡ଼ିଆ ପ୍ରସଙ୍ଗ ଗୁଡ଼ିକୁ ଲିଙ୍କ କରିବା ପାଇଁ ଘୋଷଣା କରିଥିଲା ଏବଂ ଏହାକୁ କାର୍ଯ୍ୟକାରୀ ମଧ୍ୟ କରିଥିଲା । ୨୦୧୮ ମସିହାରେ ୟୁ ଟ୍ୟୁବ ମଧ୍ୟ ସମାନ ପ୍ରକାର ଘୋଷଣା କରିଥିଲା । ଏହା ପରେ ଉଇକିପିଡ଼ିଆକୁ ୱାସିଙ୍ଗଟନ ପୋଷ୍ଟ ଇଣ୍ଟରନେଟର "ନୂତନ ରକ୍ଷୀ" (The good cop of the internet) ଭାବରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚାଇଛି ।[୧୬]
Screenshot | |
ୟୁ.ଆର.ଏଲ | wikipedia |
---|---|
ସ୍ଳୋଗାନ | ଏକ ଖୋଲା ଜ୍ଞାନକୋଷ ଯାହାକୁ କେହିଜଣେ ବି ବଦଳାଇ ପାରିବେ । The free encyclopedia that anyone can edit. |
ବ୍ୟବସାୟିକ | ନାଁ |
ସାଇଟର ପ୍ରକାର | ଇଣ୍ଟରନେଟ ଜ୍ଞାନକୋଷ ପ୍ରକଳ୍ପ |
ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
ମିଳୁଥିବା ଭାଷା | ୨୮୫ |
କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 3.0 (most text also dual-licensed under GFDL) Media licensing varies |
ମାଲିକ | ଉଇକିପିଡ଼ିଆ ଫାଉଣ୍ଡେସନ (ଅଣଲାଭକାରୀ) |
ତିଆରି କରିଥିଲେ | ଜିମି ଉଏଲ୍ସ, ଲାରି ସାଙ୍ଗର [୧] |
ଆରମ୍ଭ କରାଯାଇଥିଲା | ଜାନୁଆରୀ 15, 2001 |
ଆଲେକ୍ସା କ୍ରମାଙ୍କ | ୧୪ (Global, July 2020[update])[୨] |
ଏବେକାର ସ୍ଥିତି | ସଚଳ |
ଉଇକିପିଡ଼ିଆକୁ,ପ୍ରଥମେ ନ୍ୟୁପେଡ଼ିଆ (Nupedia) ନାମକ ଇଂରାଜୀ ଭାଷାର ଏକ ଜ୍ଞାନକୋଷ/ବିଶ୍ୱକେଷର ଏକ ପରିପୂରକ ଯୋଜନା ରୂପେ ସେହି ଇଂରାଜୀ ଭାଷାରେ ଆରମ୍ଭ କରାଯାଇଥିଲା ।[୧୭] ଏହାକୁ ଅନଲାଇନରେ ଇଣ୍ଟର୍ନେଟ ସହାୟତାରେ ଏକ ମୁକ୍ତ ଜ୍ଞାନକୋଷ ଭାବରେ, ସମସ୍ତଙ୍କଦ୍ୱାରା ବ୍ୟବହାର କରାଯିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା । ଏଥିରେ ଥିବା ପ୍ରସଙ୍ଗ ଗୁଡ଼ିକୁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ମାନଙ୍କଦ୍ୱାରା ଲେଖା ଯାଇଥିଲା ତଥା ଏକ ସାଧାରଣ ପ୍ରଣାଳୀରେ ସମୀକ୍ଷା ମଧ୍ୟ କରଯାଉଥିଲା ।[୧୮] ନ୍ୟୁପେଡ଼ିଆକୁ ୯ ମାର୍ଚ୍ଚ ୨୦୦୦ରେ ବୋମିସ ନାମକ ଏକ ୱେବ ପୋର୍ଟାଲ କମ୍ପାନୀଦ୍ୱାରା ଆରମ୍ଭ କରାଯାଇଥିଲା । ବୋମିସର ସି.ଇ.ଓ. ଜିମି ୱେଲ୍ସ ଏବଂ ଲାରି ସାଙ୍ଗର ନ୍ୟୁପେଡ଼ିଆର ପ୍ରମୁଖ ସଦସ୍ୟ ତଥା ମୁଖ୍ୟ ସମ୍ପାଦକ ଭାବରେ କାର୍ଯ୍ୟ ତୁଲାଇଥିଲେ । ସେମାନେ ପରେ ଏକାଠି ମିଶି ଉଇକିପିଡ଼ିଆ ପାଇଁ ମଧ୍ୟ କାମ କରିଥିଲେ ।[୧୯][୨୦] ପ୍ରଥମେ ନ୍ୟୁପେଡ଼ିଆର ତଥ୍ୟ ଗୁଡ଼ିକୁ ଏହାର ନିଜସ୍ୱ "ଓପନ କଣ୍ଟେଣ୍ଟ ଲାଇସେନ୍ସ"ଦ୍ୱାରା ଲାଇସେନ୍ସ କରାଯାଇଥିଲା । ପରେ ରିଚାର୍ଡ ଷ୍ଟଲମ୍ୟାନଙ୍କ ପ୍ରସ୍ତାବ ଅନୁସାରେ ଉଇକିପିଡ଼ିଆ ଆରମ୍ଭ ହେବା ଆଗରୁ ଏହି ସବୁ ଗୁଡ଼ିକୁ "ଜି.ଏନ.ୟୁ. ଫ୍ରି ଡକ୍ୟୁମେଣ୍ଟେସନ ଲାଇସେନ୍ସ"ର ଅନ୍ତର୍ଭୁକ୍ତ କରିଦିଆଯାଇଥିଲା ।[୨୧] ଉଇକିପିଡ଼ିଆର ମୁକ୍ତ ଭାବରେ ସମ୍ପାଦନା କରିବା ଶୈଳୀ (Open-Door policy)ର ଶ୍ରେୟ ଜିମି ୱେଲ୍ସଙ୍କୁ ଦିଆଯାଉଥିବା ବେଳେ[୨୨][୨୩] ଏହାକୁ ସମସ୍ତଙ୍କ ପାଖରେ ସହଜରେ ପହଞ୍ଚାଇବାର ଶ୍ରେୟ ଏହାର ଅନ୍ଯତମ ପ୍ରତିଷ୍ଠାତା ଲାରି ସାଙ୍ଗରଙ୍କୁ ଦିଆଯାଇଥାଏ ।[୨୪] ୧୦ ଜାନୁଆରୀ ୨୦୦୧ରେ ଲାରି ସାଙ୍ଗର, ନ୍ୟୁପେଡ଼ିଆ ପାଇଁ ଏକ "ଫିଡର" ପ୍ରକଳ୍ପ ଭାବରେ ଉଇକିର ନିର୍ମାଣ ପାଇଁ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ପ୍ରସ୍ତାବ ଦେଇଥିଲେ ।[୨୫] ୧୫ ଜାନୁଆରୀ ୨୦୦୧ରେ ପ୍ରଥମ ଥର ପାଇଁ ଉଇକିପିଡ଼ିଆକୁ ଔପଚାରିକ ଭାବରେ www.wikipedia.comରେ ଏକମାତ୍ର ଇଂରାଜୀ ସଂସ୍କରଣ ସହିତ ଆରମ୍ଭ କରାଯାଇଥିଲା ।[୨୬] ଏବଂ ସାଙ୍ଗର ଏ ବିଷୟରେ ନ୍ୟୁପେଡ଼ିଆ ମେଲିଂ ଲିଷ୍ଟରେ ସୂଚନା ଦେଇଥିଲେ ।[୨୨] ଉଇକିପିଡ଼ିଆ ଆରମ୍ଭ ହେବାର ପ୍ରଥମ ମାସରେ ଏହାର "ନ୍ୟୁଟ୍ରାଲ ପଏଣ୍ଟ ଅଫ ଭିୟୁ" (Neutral point-of-view) ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା ।[୨୭] ସେତେବେଳେ ଏହି ନିୟମକୁ ଛାଡ଼ି ଅନ୍ୟ ବିଶେଷ କିଛି ନିୟମ କାନୁନ ଉଇକିପିଡ଼ିଆପାଇଁ କରାଯାଇ ନଥିଲା ଏବଂ ଏହା ନ୍ୟୁପେଡ଼ିଆ ଉପରେ ନିର୍ଭରଶୀଳ ନଥିଲା ।[୨୨] ପ୍ରଥମେ ଉଇକିପିଡ଼ିଆ, ନ୍ୟୁପେଡ଼ିଆର କିଛି ଯୋଗଦାନକାରୀଙ୍କ ଅବଦାନ ପାଇଥିଲା । ୨୦୦୧ ମସିହାର ଶେଷ ବେଳକୁ ପ୍ରାୟ ୧୮ଟି ଭାଷାରେ ଉଇକିପିଡ଼ିଆ ଆରମ୍ଭ ହୋଇସାରିଥିଲା । ଠିକ ସେହିପରି ୨୦୦୨ ଶେଷ ସୁଦ୍ଧା ଉଇକିପିଡ଼ିଆର ୨୬ଟି ଭାଷାରେ ସଂସ୍କରଣ , ୨୦୦୩ ଶେଷ ସୁଦ୍ଧା ୪୬ଟି ଭାଷା ସଂସ୍କରଣ ଏବଂ ୨୦୦୪ ଶେଷ ସୁଦ୍ଧା ୧୬୧ଟି ଭାଷା ସଂସ୍କରଣ ବାହାରି ସାରିଥିଲା । ଉଇକିପିଡ଼ିଆର ବଢୁଥିବା ଲୋକପ୍ରିୟତାକୁ ଦେଖି ୨୦୦୩-୨୦୦୪ରେ ନ୍ୟୁପେଡ଼ିଆର ସର୍ଭରକୁ ଧୀରେ ଧୀରେ ବନ୍ଦ କରିଦିଆଯାଇଥିଲା ଓ ସେଥିରେ ଥିବା ସମସ୍ତ ତଥ୍ୟ ଗୁଡ଼ିକୁ ଉଇକିପିଡ଼ିଆରେ ସ୍ଥାନିତ କରାଯାଇଥିଲା ।[୨୮][୨୯] ୯ ଡିସେମ୍ବର ୨୦୦୭ରେ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ସଂଖ୍ୟା ୨ ମିଲିୟନ ପାର କରିସାରିଥିଲା ଓ ବିଶ୍ୱର ସର୍ବବୃହତ ଜ୍ଞାନକୋଷ ହେବାର ମାନ୍ୟତା ଲାଭ କରିସାରିଥିଲା । ଏହା ୧୪୦୮ ୟୋଙ୍ଗଲ ଏନସାଇକ୍ଳୋପିଡ଼ିଆର ପ୍ରସଙ୍ଗ ସଂଖ୍ୟାକୁ ମଧ୍ୟ ଟପିସାରିଥିଲା, ଯାହା ଦୀର୍ଘ ୬୦୦ ବର୍ଷ ଧରି ସର୍ବାଧିକ ପ୍ରସଙ୍ଗ ସହିତ ସର୍ବବୃହତ ଜ୍ଞାନକୋଷ ଭାବରେ ରେକର୍ଡ ବଜାୟ ରଖିଥିଲା ।[୩୦]
ଏକ ଇଂରାଜୀ କଥିତ ତଥା ଇଂରାଜୀ ଭାଷା କେନ୍ଦ୍ରୀୟ ଉଇକିପିଡ଼ିଆ ଭାବରେ ଇଂରାଜୀ ଉଇକିପିଡ଼ିଆରେ ତଥ୍ୟ ଗୁଡ଼ିକର ସମୀକ୍ଷା ତଥା ନିୟନ୍ତ୍ରଣର ଅଭାବ ଓ ବିଭିନ୍ନ ପ୍ରକାର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର ଆଶଙ୍କାରେ,୨୦୦୨ ମଶିହାରେ ସ୍ପାନିସ ଉଇକିପିଡ଼ିଆର ଉପଯୋଗକର୍ତ୍ତାମାନେ ଏନସାଇକ୍ଳୋପିଡ଼ିଆ ଲାଇବ୍ରେରୀ ( Enciclopedia Libre-Spanish) ପ୍ରତିଷ୍ଠା କରିବା ପାଇଁ ଇଂରାଜୀ ଉଇକିପିଡ଼ିଆଠାରୁ ଅଲଗା ହୋଇଯାଇଥିଲେ ।[୩୧] ଏହି ଘଟଣା ପରେ ୨୦୦୨ ମସିହାରେ ଜିମି ୱେଲ୍ସ ଘୋଷଣା କରିଥିଲେ ଯେ, ଉଇକିପିଡ଼ିଆ କିମ୍ବା ଏହାର କୌଣସି ସହଯୋଗୀ ପ୍ରକଳ୍ପ କୌଣସି ପ୍ରକାରର ବ୍ଯବସାୟିକ ବିଜ୍ଞାପନ ଗୁଡ଼ିକର ବ୍ୟବହାର କରିବ ନାହିଁ । ପରେ ଏହାକୁ wikipedia.comରୁ wikipedia.orgକୁ ବଦଳାଇ ଦିଆଯାଇଥିଲା ।[୩୨] ତା ପରଠାରୁ କେବେ କୌଣସି ପ୍ରକାରର ସମ୍ପାଦକୀୟ କାରଣରୁ ଉଇକିପିଡ଼ିଆର କୌଣସି ସହଯୋଗୀ ପ୍ରକଳ୍ପକୁ ଏହାଠାରୁ ଅଲଗା କରାଯାଇନାହିଁ । ୨୦୦୭ ମସିହା ହେବା ବେଳକୁ ଇଂରାଜୀ ଉଇକିପିଡ଼ିଆରେ ପ୍ରସଙ୍ଗ ଗୁଡ଼ିକର ସଂଖ୍ୟା କ୍ରମାଗତ ବଢିବାରେ ଲାଗିଥିଲା ଓ ୨୦୦୯ ମସିହା ବେଳକୁ ଏହା ୩ ମିଲିୟନ ଟପିସାରିଥିଲା ।[୩୩] ସେତେବେଳେ ଦିନକୁ ପ୍ରାୟ ୧୮୦୦ଟି ପ୍ରସଙ୍ଗ ଇଂରାଜୀ ଉଇକିପିଡ଼ିଆରେ ଲେଖାଯାଉଥିବାର ନଜିର ରହିଛି ।[୩୪]
ଉଇକିପିଡ଼ିଆଠାରୁ ପ୍ରେରିତ ହୋଇ ପରେ ସାଇଟିଜେଣ୍ଡ଼ିୟମ (Citizendium), ସ୍କଲାରପିଡ଼ିଆ (Scholarpedia), କନଜର୍ଭପିଡ଼ିଆ (Conservapedia) ଏବଂ ଗୁଗୁଲ ନୋଲ (Knol) ଆଦି ପ୍ରକଳ୍ପ ଗୁଡ଼ିକର ପରିଯୋଜନା କରାଯାଇଥିଲା ।.[୩୫] ଉଇକିପିଡ଼ିଆର କଥା କଥିତ ସୀମା ଗୁଡ଼ିକୁ ସମ୍ବୋଧିତ କରିବା ପାଇଁ ଏସବୁ ଗୁଡ଼ିକ ବ୍ୟବହାର କାରାଯାଉଥିଲା । ୨୦ ଜୁନ ୨୦୦୩ ମସିହାରେ ଉଇକିପିଡ଼ିଆ ଓ ନ୍ୟୁପେଡ଼ିଆର ମିଳିତ ସହଯୋଗରେ ଉଇକିମିଡ଼ିଆ ଫାଉଣ୍ଡେସନ ପ୍ରତିଷ୍ଠା କରାଯାଇଥିଲା ।[୩୬]ଏହା ଅନେକ ସ୍ୱେଚ୍ଛାସେବୀଙ୍କ ମିଳିତ ଚେଷ୍ଟାରେ ପରିଚାଳିତ ଅନଲାଇନ ଉଇକି ପ୍ରକଳ୍ପ ଯଥା; ଉଇକିପିଡ଼ିଆ, ଉଇକିଅଭିଧାନ, ଉଇକିକଥା , ଉଇକିପୋଥି , ଉଇକିଉତ୍ସ, ଉଇକିମିଡ଼ିଆ କମନ୍ସ, ଉଇକିସ୍ପିସିସ, ଉଇକିଖବର, ଉଇକିମହାବିହାର, ଉଇକିମିଡ଼ିଆ ଇନକୁବେଟର, ମେଟା ଉଇକି ଓ ଏହାର ଅଚଳ ପ୍ରକଳ୍ପ, ନୁପେଡ଼ିଆ ଆଦିକୁ ପରିଚାଳନ କରିଥାଏ ।
ଉଇକିପିଡ଼ିଆରେ ଥିବା ପ୍ରସଙ୍ଗ ଗୁଡ଼ିକର ଲେଖା ଗୁଡ଼ିକ କୌଣସି ପ୍ରାକାରର ଔପଚାରିକ ସହକର୍ମୀ ସମୀକ୍ଷା ପାଇଁ ରହି ନଥାନ୍ତି ଏବଂ ଏଗୁଡ଼ିକ ଯେକୌଣସି ମୁହୂର୍ତ୍ତରେ ବଦଳ କରାଯାଇପାରିବ । ତଥାପି ଏହା କଛି ନିର୍ଦ୍ଧାରିତ ନିୟମ କାନୁନ ସହାୟତାରେ ସୁରୁଖୁରୁରେ ପରିଚାଳିତ ହୋଇଥାଏ । କିଛି ପ୍ରମୁଖ ନିୟମ ଗୁଡ଼ିକ ହେଲା:-
ସାଧାରଣତଃ ଏହି ଭାଣ୍ଡାଲିଜିମ ଗୁଡ଼ିକୁ ଖୋଜି ସଜାଡିବାକୁ କିଛି ମିନିଟ ସମୟ ଲାଗିଥାଏ । କିନ୍ତୁ ବେଳେବେଳେ ଏହା ଅପେକ୍ଷାକୃତ ଭାବରେ ଅଧିକ ସମୟ ମଧ୍ୟ ନେଇଥାଏ ।[୧୪][୧୫]
ଉଇକିପିଡ଼ିଆରେ ଥିବା ପ୍ରତ୍ଯେକ ପ୍ରସଙ୍ଗ/ପୃଷ୍ଠା ଓ ପ୍ରତ୍ଯେକ ଉଇକିଆଳିମାନଙ୍କର ଏକ ଆଲୋଚନା ପୃଷ୍ଠା ରହିଥାଏ । ଏହା ଉଇକିଆଳି ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ଓ ମତ ଆଦାନ-ପ୍ରଦାନ ପାଇଁ ବ୍ଯବହାର ହୋଇଥାଏ ।[୬୦] ଉଇକିଆଳିମାନେ ବେଳେବେଳେ ପରସ୍ପରକୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ଅଥବା ସେମାନଙ୍କ କାମର ପ୍ରଶଂସା କରି ସେମାନଙ୍କୁ ଏହି ଆଲୋଚନା ପୃଷ୍ଠାରେ ଆଦର ସନ୍ଦେଶ ବା ବାର୍ଣ୍ଣଷ୍ଟାର ପ୍ରଦାନ କରିଥାନ୍ତି । ଏହା କେବଳ ସେମାନଙ୍କର ଉଇକିରେ ଲେଖା ବା ଅବଦାନ ପାଇଁ ନୁହେଁ ବରଂ କିଛି ନୂଆ ଜିନିଷ ଶିଖିବାରେ ସାହାଜ୍ଯ କରିବା, କୌଣସି କର୍ମଶାଳା ବା ଅନ୍ୟ କୌଣସି ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଥାଏ ।[୬୧] ଉଇକିପିଡ଼ିଆରେ କୌଣସି ସମ୍ପାଦକ କିମ୍ବା ଅବଦନକାରୀ ମାନଙ୍କୁ ସେମାନଙ୍କ ପ୍ରକୃତ ପରିଚୟ ଦେବାକୁ ବାଧ୍ୟ କରାଯାଏନି । ଏହା ସେମାନଙ୍କର ସଂପୂର୍ଣ୍ଣ ବ୍ୟକ୍ତିଗତ ଇଚ୍ଛା ଯେ ସେମନେ ନିଜର ପରିଚୟ ପ୍ରକାଶ କରିବେ କି ନାହିଁ ।[୬୨]ସେଥିପାଇଁ ବେଳେବେଳେ "କେଉଁମାନେ ଉଇକିପିଡ଼ିଆରେ ସମ୍ପାଦନା କରିପାରିବେ ?" ବୋଲି ଏକ ପ୍ରମୁଖ ପ୍ରଶ୍ନ ସାମନାକୁ ଆସିଥାଏ ।[୬୩] ଉଇକିପିଡ଼ିଆରେ ଓ ଏହାର ସହ ପ୍ରକଳ୍ପ ଗୁଡ଼ିକରେ କିଛି ଅବଦାନକାରୀଙ୍କର ଗୋଟିଏ ଗୋଟିଏ ଦଳ ବିଶାଳ ପରିମାଣରେ ତଥ୍ୟ ଯୋଡି ଏହାକୁ ଅନ୍ୟ ପୁରୁଣା ଅନୁଷ୍ଠାନ ମାନଙ୍କ ସହିତ ସମକକ୍ଷ କରିପାରିଛନ୍ତି ବୋଲି ଏକଦା ଜିମି ୱେଲ୍ସ ମନ୍ତବ୍ୟ ଦେଇଥିଲେ ।[୬୪] ୨୦୦୮ ମସିହାରେ "ସ୍ଳେଟ"(Slate) ନାମକ ପତ୍ରିକା
{{cite journal}}
: Unknown parameter |month=
ignored (help){{cite journal}}
: More than one of |pages=
and |page=
specified (help); Unknown parameter |co-authors=
ignored (help){{cite web}}
: CS1 maint: multiple names: authors list (link){{cite journal}}
: Unknown parameter |co-author=
ignored (help); Unknown parameter |month=
ignored (help){{cite book}}
: |access-date=
requires |url=
(help); Unknown parameter |month=
ignored (help)CS1 maint: multiple names: authors list (link){{cite book}}
: |access-date=
requires |url=
(help); Cite has empty unknown parameter: |month=
(help) (ବେକରଙ୍କଦ୍ୱାରା ସଂଶୋଧିତ କରାଯାଇଥିବା ପୁସ୍ତକ बेकर)ଛାଞ୍ଚ:Main Article
Jimmy Wales changed the world with Wikipedia, the hugely popular online encyclopedia that anyone can edit. What will he do next?
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.