From Wikipedia, the free encyclopedia
ପଞ୍ଜରାସ୍ଥି ଭଗ୍ନ (rib fracture) କୁହାଯାଏ ଯେତେବେଳେ ପଞ୍ଜରା (rib) ଅସ୍ଥି ଭାଙ୍ଗିଯାଏ (break) ।[1] ଏହାଦ୍ୱାରା ଛାତିରେ ଯନ୍ତ୍ରଣା ହୁଏ ଯାହା ପ୍ରଶ୍ୱାସ ନେବାବେଳେ ବୃଦ୍ଧି ପ୍ରାପ୍ତ ହୁଏ ।[1] ଭଙ୍ଗା ସ୍ଥାନରେ ବ୍ରୁଜ (en:Bruising) ହୁଏ ।[3] ଏକାଧିକ ପଞ୍ଜରା ଭିନ୍ନ ଭିନ୍ନ ସ୍ଥାନରେ ଭାଙ୍ଗିଗଲେ ଫ୍ଲେଆଲ ଛାତି (flail chest) ହୁଏ ।[4] ଅଧିକ ଜଟିଳ ହେଲେ ରୋଗୀର ପଲମୋନାରି କଣ୍ଟ୍ୟୁଜନ (en:Pulmonary contusion), ନିମୋଥୋରାକ୍ସ, ନିମୋନିଆ ଇତ୍ୟାଦି ହୋଇପାରେ । [2][1]
ପଞ୍ଜରାସ୍ଥି ଭଗ୍ନ (Rib fracture) | |
---|---|
Broken rib, cracked rib | |
ବିଭାଗ | ଆଶୁ ଚିକିତ୍ସା ବିଭାଗ (Emergency medicine) |
ଲକ୍ଷଣ | ଛାତି ଯନ୍ତ୍ରଣା ବିଶେଷତଃ ପ୍ରଶ୍ୱାସ ନେବା ବେଳେ [1] |
କାରଣ | ଛାତି ଆଘାତ (Chest trauma)[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ମେଡିକାଲ ଇମେଜିଙ୍ଗ (medical imaging)[3] |
ଔଷଧ | ପାରାସେଟାମୋଲ (acetaminophen), ଏନଏସଏଆଇଡି (NSAIDs), ଓପିଓଏଡ (opioids)[2] |
Prognosis | ୬ ସପ୍ତାହ ପରେ ଉପଶମ[3] |
ପୁନଃପୌନିକ | ସାଧାରଣ[2] |
ଗାଡ଼ି ଧକ୍କା (motor vehicle collision) ଓ କ୍ରସ ଆଘାତ (crush injury) ଯୋଗୁ ସାଧାରଣତଃ ପଞ୍ଜରାସ୍ଥି ଭଙ୍ଗିଯାଏ । [2][1] ଯୋର କାଶ ବା ମେଟାସ୍ଟାଟିକ କର୍କଟ ରୋଗ (metastatic cancer) ଯୋଗୁ ମଧ୍ୟ ଭାଙ୍ଗିପାରେ । [1] ମଧ୍ୟ ସ୍ଥାନୀୟ ପଞ୍ଜରା ସାଧାରଣତଃ ଅଧିକ ଭାଙ୍ଗେ ।[5][1] ପ୍ରଥମ ବା ଦ୍ୱିତୀୟ ପଞ୍ଜରାସ୍ଥି ଭାଙ୍ଗିଲେ କେଶ ଜଟିଳ ହେବା ସମ୍ଭାବନା ଅଧିକ ରହେ ।[6] ଲକ୍ଷଣ ଅନୁଶୀଳନ ଓ ମେଡିକାଲ ଇମେଜିଙ୍ଗ (medical imaging) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [3]
ଯନ୍ତ୍ରଣା ନିୟନ୍ତ୍ରଣ (Pain control) ଏହାର ଏକ ଜରୁରୀ ଆବଶ୍ୟକତା ।[7] ପାରାସେଟାମୋଲ (acetaminophen), ଏନଏସଏଆଇଡି (NSAIDs), (opioids) ଇତ୍ୟାଦି ଔଷଧ ଏଥି ନିମନ୍ତେ ଦିଆଯାଏ ।[2] ସ୍ନାୟୁ ଅବରୋଧ (nerve block) ଆବଶ୍ୟକ ହୋଇପାରେ ।[1] ପୂର୍ବରୁ ଏହି ଭଙ୍ଗା ନିମନ୍ତେ ଛାତିରେ ଏକ ଅଠା ପଟି ଗୁଡ଼େଇ ଦିଆଯାଉଥିଲା, କିନ୍ତୁ ଦେଖାଗଲା ଏହାଦ୍ୱାରା ଜଟିଳତା ସୃଷ୍ଟି ହେଉଛି ।[1] ଫ୍ଲେଆଲ ଛାତି ହୋଇଥିଲେ ଅପରେଶନ କଲେ ଉନ୍ନତି ହୁଏ । [8][9] ଆଘାତ ଜନିଟ ଭଙ୍ଗା ମଧ୍ୟରେ ଏହା ଏକ ସାଧାରଣ ଆଘାତ ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.