From Wikipedia, the free encyclopedia
ଫ୍ଲେଲ ଚେଷ୍ଟ (flail chest) ହୋଇଥିବା କୁହାଯାଏ ଯେତେବେଳେ କୌଣସି ଆଘାତ ଯୋଗୁ ଛାତି କାନ୍ଥର ଏକ ଅଂଶ ଅଲଗା ହୋଇଯାଏ ।[2] ଏହାର ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା ଏବଂ ଅଣନିଶ୍ୱାସ ହୋଇପାରେ ।[1] ଅବସ୍ଥା ଜଟିଳ ହେଲେ ଫୁସଫୁସ ସଂକ୍ରମଣ (ଫୁସଫୁସ ଟିସୁର କ୍ଷତ) ଏବଂ ନିମୋଥୋରାକ୍ସ ହୋଇପାରେ ।[2]
Flail chest | |
---|---|
ବିଭାଗ | Emergency medicine |
ଲକ୍ଷଣ | Chest pain, trouble beathing[1] |
କାରଣ | Blunt chest wall trauma[2] |
ବିପଦ କାରକ | Old age, osteogenesis imperfecta[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms, supported by medical imaging[2] |
ସଠିକ ରୋଗ ନିର୍ଣ୍ଣୟ | Aortic dissection, pulmonary embolism, sternal fracture, esophagitis[2] |
ଚିକିତ୍ସା | Oxygen therapy, non-invasive ventilation, mechanical ventilation, pain management, surgery[2] |
ପୁନଃପୌନିକ | 7% of major chest trauma[2] |
ମୃତ୍ୟୁ ସାନ୍ଦ୍ରତା | 15% risk[2] |
ଏହାର କାରଣ ମଧ୍ୟରେ ସାଧାରଣତଃ ଛାତିରେ ବିନା ଧାର ଆଘାତ ଯୋଗୁ ଯେପରିକି ମୋଟର ଯାନ ଧକ୍କା ସମୟରେ ହୋଇଥାରେ ।[2] ବିପଦ କାରଣଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା ଏବଂ ଓଷ୍ଟିଓଜେନେସିସ ଇମ୍ପରଫେକ୍ଟା ଅନ୍ତର୍ଭୁକ୍ତ ।[2] ଆଘାତ ଶୈଳୀରେ ଅନ୍ତତ ପକ୍ଷେ ଦୁଇଟି ସ୍ଥାନରେ ଅତି କମରେ ତିନୋଟି ସଂଲଗ୍ନ ପାଖାପାଖି ପଞ୍ଜରା ହାଡ଼ ଭାଙ୍ଗିଯାଇଥାଏ ଓ ସେଥି ନିମନ୍ତେ ସେହି ଭଙ୍ଗା ଅଂଶ ସ୍ୱାଧୀନ ଭାବରେ ଗତି କରେ ।[2][3] ଏହା ଫଳରେ ଏହି ଅଂଶ ଛାତିରେ ଅନ୍ୟ ଅଂଶର ବିପରୀତ ଦିଗକୁ ଗତି କରେ ।[2] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ମେଡିକାଲ ଇମେଜିଙ୍ଗଦ୍ୱାରା ସମର୍ଥିତ ହୋଇପାରେ ।[2]
ପ୍ରାରମ୍ଭିକ ପରିଚାଳନାରେ ଅମ୍ଳଜାନ ଚିକିତ୍ସା, ନନ୍-ଇନଭେସିଭ ଭେଣ୍ଟିଲେସନ କିମ୍ବା ଯାନ୍ତ୍ରିକ ଭେଣ୍ଟିଲେସନ୍ କରାଯାଇପାରେ ।[2] ଇଞ୍ଜେକସମ ସାହାଯ୍ୟରେ ସ୍ନାୟୁ ଅବରୋଧ କରି ଯନ୍ତ୍ରଣା ପରିଚାଳନା କରାଯାଇପାରେ ।[2] ଭଙ୍ଗା ଅଂଶକୁ ଯୋଡ଼ିବା ପାଇଁ ଅସ୍ତ୍ରୋପଚାର କଲେ ଭଲ ଫଳାଫଳ ହେବା ଦେଖାଯାଏ ।[4] [3] ପୁନରୁଦ୍ଧାର ପରେ କିଛି ଲୋକଙ୍କର ସ୍ଥାୟୀ ବା କ୍ରନିକ ଯନ୍ତ୍ରଣା ହୁଏ କିମ୍ବା ଅକ୍ଷମତା ରହିଥାଏ ।[3]
ବଡ଼ ଛାତି ଆଘାତର ପ୍ରାୟ ୭% କ୍ଷେତ୍ରରେ ଏହି ଅବସ୍ଥା ହୋଇପାରେ ।[2] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି ।[2] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୫% ଅଟେ; ଯଦିଓ ପ୍ରାୟତ ସଂପୃକ୍ତ ଆଘାତ ହେତୁ ହୋଇଥାଏ ।[2] ଏହି ଅବସ୍ଥା ପ୍ରଥମେ ୧୯୫୫ ମସିହାରେ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.