ଛାତିରେ ଆଘାତ ଯୋଗୁ ଏହି ଫୁସଫୁସର ଏକ କ୍ଷତ ହୁଏ । From Wikipedia, the free encyclopedia
ଫୁସଫୁସ ଆଘାତ ( ଯାହାକୁ ଫୁସଫୁସ କଣ୍ଟ୍ୟୁଜନ ମଧ୍ୟ କୁହାଯାଏ) ଫୁସଫୁସର ଏକ କ୍ଷତ ଅଟେ । [1] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଛାତି କାନ୍ଥରେ ଦରଜ ଏବଂ କାଶ ହେବା ସହିତ ରକ୍ତ କଫ ହୋଇପାରେ। [1] [2] ଆଘାତର କିଛି ଘଣ୍ଟା ବା ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇପାରେ ।[1] ରୋଗ ଜଟିଳ ହେଲେ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମ, ନିମୋନିଆ, ଫୁସଫୁସ ରକ୍ତସ୍ରାବ ଏବଂ ଶ୍ୱାସକ୍ରିୟାରେ ବିଫଳତା ହୋଇପାରେ। [1] ଫୁସଫୁସ ଲେସରେସନ ପରି, ଫୁସଫୁସ ଆଘାତରେ ଫୁସଫୁସ ତନ୍ତୁର କଟିବା କିମ୍ବା ଛିଣ୍ଡିବା ସହିତ ଜଡିତ ହୁଏ ନାହିଁ ।[1]
Pulmonary contusion | |
---|---|
Lung contusion | |
ବିଭାଗ | Emergency medicine |
ଲକ୍ଷଣ | Shortness of breath, coughing[1] |
ଆକ୍ରାନ୍ତ ସମୟ | Hours to days[1] |
ଅବଧି | 5 to 7 days[1] |
କାରଣ | Blunt chest trauma, explosions, penetrating injuries[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Medical imaging[1] |
ସଠିକ ରୋଗ ନିର୍ଣ୍ଣୟ | Hemothorax, pulmonary edema including transfusion-associated lung injury[1] |
ଚିକିତ୍ସା | Supportive care[1] |
ପୁନଃପୌନିକ | Common[2] |
ଏହା ସାଧାରଣତଃ ସ୍ଥୁଳ ଆଘାତଦ୍ୱାରା ହୋଇଥାଏ । [1] ଅନ୍ୟାନ୍ୟ କାରଣରୁ ବିସ୍ଫୋରଣ କିମ୍ବା ଅନୁପ୍ରବେଶକାରୀ ଆଘାତରୁ ହେଉଥିବା ସକ ଯୋଗୁ ହୋଇପାରେ ।[1] ଏହାର ମୂଳ ପ୍ରଣାଳୀରେ ଫୁସଫୁସ ପାରେନକାଇମାରେ ଆଘାତ ଲାଗିବା ଯୋଗୁ କ୍ୟାପିଲାରୀରୁ ଆଲଭୋଲାଇକୁ ତରଳ ପଦାର୍ଥର ନିର୍ଗତ ହୋଇଥାଏ। [1] ଛାତି ଏକ୍ସ-ରେ, ସିଟି ସ୍କାନ କିମ୍ବା ଅଲଟ୍ରାସାଉଣ୍ଡ ଭଳି ମେଡିକାଲ ଇମେଜିଙ୍ଗଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ। [1] ସଂପୃକ୍ତ ଆଘାତରେ ପଞ୍ଜରାସ୍ଥି ଭାଙ୍ଗିଥିବା କିମ୍ବା ନିମୋଥୋରାକ୍ସ ହୋଇପାରେ । [2]
ସିଟ୍ ବେଲ୍ଟ ଏବଂ ଏୟାରବ୍ୟାଗ ବ୍ୟବହାର କରିବାଦ୍ୱାରା ଗାଡିରେ ଥିବା ଲୋକଙ୍କ ପାଇଁ ବିପଦ କମିଯାଏ । [3] ସହାୟକ ଯତ୍ନ ସହିତ ଏହି ଅବସ୍ଥା ସ୍ୱୟଂ ସୁସ୍ଥ ହୁଏ । [1] ଏଥିରେ ମନିଟରିଂ, ସପ୍ଲିମେଣ୍ଟାରୀ ଅମ୍ଳଜାନ ଏବଂ ଯନ୍ତ୍ରଣା ନିବାରକ ଔଷଧ ଦିଆଯାଏ ।[1] [2] ଯଦି ଶ୍ୱାସକ୍ରିୟା ଗୁରୁତର ହେଲେ ଯାନ୍ତ୍ରିକ ଭେଣ୍ଟିଲେସନ୍ ଆବଶ୍ୟକ ହୋଇପାରେ । [2] ପର୍ଯ୍ୟାପ୍ତ ରକ୍ତ ପରିମାଣ ନିଶ୍ଚିତ କରିବା ପାଇଁ ଫ୍ଲୁଇଡ୍ ରିପ୍ଲେସମେଣ୍ଟ ଆବଶ୍ୟକ ହୋଇପାରେ, କିନ୍ତୁ ଫ୍ଲୁଇଡ୍ ଯତ୍ନର ସହିତ ଦିଆଯାଏ କାରଣ ଏହାର ଓଭରଲୋଡ଼ ହେଲେ ଫୁସଫୁସ ଇଡିମା ଖରାପ ଦିଗକୁ ଗତି କରିପାରେ । [1]
ପ୍ରାୟ ୩୦%ରୁ ୭୫% କ୍ଷେତ୍ରରେ ସାଧାରଣତଃ ଛାତିରେ ଆଘାତ ହେତୁ ଫୁସଫୁସ ଆଘାତ ହୁଏ । [2] [1] ମୃତ୍ୟୁ ହେବାର ଆଶଙ୍କା ପ୍ରାୟ ୧୦%ରୁ ୨୫% ଅଟେ । [1] ଏହି ଅବସ୍ଥା ପ୍ରଥମେ ୧୭୬୧ ମସିହାରେ ଇଟାଲୀର ମୋର୍ଗାଗ୍ନି ବର୍ଣ୍ଣନା କରିଥିଲେ । [1] ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିସ୍ଫୋରକ ବ୍ୟବହାର ଜନିତ ବିସ୍ଫୋରଣରୁ ଫୁସଫୁସ ଆଘାତ ଅଧିକ ମାନ୍ୟତା ପାଇଲା। [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.