ଏହା ଏକ କୋଭିଡ-୧୯ ରୋଗର ଟିକା From Wikipedia, the free encyclopedia
ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଜୋଭିଡ ୧୯ ଟିକା, ବିକ୍ରୟ ନାମ କୋଭିଶିଲ୍ଡ ଏବଂ ଭାକ୍ସେଭ୍ରିଆ, ହେଉଛି ଏକ ଜୋଭିଡ ୧୯ ଟିକା ।[1] [19] ଜୋଭିଡ ୧୯ ରୋକିବା ପାଇଁ ଏହା ୧୭7 ବର୍ଷରୁ ଅଧିକ ଲୋକଙ୍କଠାରେ ବ୍ୟବହୃତ ହୁଏ|। [1] ପ୍ରାରମ୍ଭିକ ପରୀକ୍ଷଣରୁ ଜଣାପଡିଛି ଯେ ଏହା ଲକ୍ଷଣାତ୍ମକ ଜୋଭିଡ ୧୯ ଟିକାର ବିପଦକୁ ୬୦-୭୪% ହ୍ରାସ କରିଥାଏ | [1] ଯୁବକମାନଙ୍କ ପାର୍ଶ୍ୱ ପ୍ରତିକ୍ରିୟା ସମ୍ଭାବନା ହେତୁ କେତେକ ଦେଶ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହାର ବ୍ୟବହାରକୁ ସୀମିତ କରିଛନ୍ତି ।[20] ମାଂସପରଶୀରେ ଇଞ୍ଜେକସନ ଆକାରରେ ୪ରୁ ୧୨ ସପ୍ତାହ ବ୍ୟବଧାନରେ ଏହି ଟିକା ଦିଆଯାଏ [1]
Vaccine description | |
---|---|
Target | SARS-CoV-2 |
Vaccine type | Viral vector |
Clinical data | |
Trade names | Vaxzevria,[1] Covishield[2] |
Other names | Verity, AZD1222,[3] ChAdOx1 nCoV-19,[4] ChAdOx1-S,[5] COVID-19 Vaccine AstraZeneca,[6][7] AZD2816[8] |
License data |
|
Pregnancy category |
|
Routes of administration |
Intramuscular |
Drug class | COVID-19 vaccine[1] |
Legal status | |
Legal status |
|
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟା ସାମାନ୍ୟରୁ ମଧ୍ୟମ ଧରଣରୁ ହୁଏ ଏବଂ କିଛି ଦିନ ମଧ୍ୟରେ ଉପଶମ ହୋଇଯାଏ । [1] ଉକ୍ତ ପ୍ରତିକ୍ରିୟା ମଧ୍ୟରେ ଇଞ୍ଜେକ୍ସନ୍ ନେବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଥକ୍କା, ମାଂସପେଶୀ ଯନ୍ତ୍ରଣା ଏବଂ ବାନ୍ତି ହୋଇପାରେ ।[1] ବିରଳ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ପ୍ଲାଟେଲେଟ୍, ଫେସିଆଲ୍ ପାଲସି, ରକ୍ତ ଜମାଟ ବାନ୍ଧିବା, ଗୁଲେନ୍-ବାରେ ସିଣ୍ଡ୍ରୋମ, ଆନାଫାଇଲକ୍ସିସ୍ ଏବଂ କ୍ୟାପିଲାରୀ ଲିକ୍ ସିଣ୍ଡ୍ରୋମ ହୋଇପାରେ ।[1] ଗର୍ଭାବସ୍ଥାରେ ବ୍ୟବହାର କଲେ ନିର୍ଦ୍ଦିଷ୍ଟ କ୍ଷତିର କୌଣସି ପ୍ରମାଣ ନାହିଁ, ଯଦିଓ ଏହିପରି ବ୍ୟବହାରର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[21] ଏହା ଏକ ଭାଇରାଲ୍ ଭେକ୍ଟର ଟିକା, ଅର୍ଥାତ୍ ଏହା ଅନ୍ୟ ଏକ ଭୂତାଣୂ ( ଆଡେନୋଭାଇରସ୍ )ଦ୍ୱାରା ଗଠିତ ଜିନକୁ ଏସଏଆଅରଏସ-କୋଭ-୨ ଭୂତାଣୁର ସ୍ପାଇକ ପ୍ରୋଟିନ୍ ତିଆରି ପାଇଁ ପରିବର୍ତ୍ତିତ ହୋଇଛି | [1]
୩୦ ଡିସେମ୍ବର ୨୦୨୦ରେ ଏହି ଟିକାକୁ ବ୍ରିଟେନରେ ବ୍ୟବହାର ପାଇଁ ଅନୁମୋଦନ କରାଯାଇଥିଲା । [22] ଏହା ପରବର୍ତ୍ତୀ ସମୟରେ ୨୦୨୨ ସୁଦ୍ଧା ଅତି କମରେ ୧୮୨ଟି ଦେଶରେ କିଛି ସ୍ତରରେ ବ୍ୟବହାର ପାଇଁ ଅନୁମତି ପ୍ରାପ୍ତ ହୋଇଛନ୍ତି ।[23] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନଦ୍ୱାରା ଜରୁରୀକାଳୀନ ବ୍ୟବହାର ତାଲିକା ପାଇଁ ଏହାକୁ ଅନୁମୋଦିତ ହୋଇଛି | [24] ବ୍ରିଟେନରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ବ୍ରିଟିଶ-ସ୍ୱିଡେନ କମ୍ପାନୀ ଆଷ୍ଟ୍ରାଜେନେକାଦ୍ୱାରା ଏହା ବିକଶିତ ହୋଇଥିଲା ।[25] [26] ଜାନୁଆରୀ ୨୦୨୨ ସୁଦ୍ଧା ସାରା ବିଶ୍ୱରେ ୨.୫ ବିଲିୟନରୁ ଅଧିକ ଡୋଜ ଦିଆଯାଇଛି । [25] ଏହାର ଏକ ମାତ୍ରା ପାଇଁ ପ୍ରାୟ ୨ରୁ ୫ ଡଲାର ଖର୍ଚ୍ଚ ହୋଇଥାଏ । [27] ଏହି ଟିକା ରେଫ୍ରିଜରେଟର ତାପମାତ୍ରାରେ ୬ ମାସ ପର୍ଯ୍ୟନ୍ତ ସ୍ଥିର ରହିପାରେ । [28]
{{cite journal}}
: |access-date=
requires |url=
(help)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.