ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ । From Wikipedia, the free encyclopedia
ଥ୍ରୋମ୍ବୋସାଇଟୋପେନିଆ (ଇଂରାଜୀ ଭାଷାରେ Thrombocytopenia) କୁହାଯାଏ ଯେତେବେଳେ ରକ୍ତରେ ଥିବା ପ୍ଲାଟେଲେଟ ସ୍ତର କମିଯାଏ ।[1] ଏହାର ଲକ୍ଷଣ ମଧ୍ୟରେ ଶରୀର ଭିତରେ, ଚର୍ମରେ ଓ ବାହାରେ ଯେପରିକି ମାଢ଼ିରେ ରକ୍ତସ୍ରାବ ହୋଇପାରେ | [1] ଚର୍ମ ଭିତରେ ରକ୍ତସ୍ରାବ ହେଲେ ତାହାକୁ ପରପ୍ୟୁରା (ବାଇଗଣୀ ବ୍ରୁଇ) କିମ୍ବା ପେଟେକିଆ (ଛୋଟ ଲାଲ୍ ବିନ୍ଦୁ) କୁହାଯାଏ । [1]
Thrombocytopenia | |
---|---|
Thrombocytopaenia, thrombopenia | |
ଉଚ୍ଚାରଣ |
|
ବିଭାଗ | Hematology |
ଲକ୍ଷଣ | Purple bruises, small red dots in the skin, bleeding gums[1] |
କାରଣ | Bone marrow not making enough, increased destruction, spleen holding too many[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Platelets < 150 x 109/L[2] |
ଚିକିତ୍ସା | None, immunosuppressants, platelet transfusion, surgical removal of the spleen[1] |
ପୁନଃପୌନିକ | Relatively common[3] |
ପ୍ଲାଟେଲେଟ ତିଆରି କମ୍ ହେଲେ, ଅଧିକ ପ୍ଲାଟେଲେଟ ନଷ୍ଟ ହୋଇଗଲେ କିମ୍ବା ପ୍ଲୀହାରେ ଅଧିକ ପ୍ଲାଟେଲେଟ ରହିଗଲେ ରକ୍ତରେ ସ୍ୱଳ୍ପ ପ୍ଲାଟେଲେଟ ସ୍ତର ଦେଖାଯାଏ ।[1] ଲିଉକେମିଆ, ଆପ୍ଲାଷ୍ଟିକ ରକ୍ତହୀନତା, କେତେକ ରାସାୟନିକ ପଦାର୍ଥ, ଔଷଧ, ମଦ୍ୟପାନ, ଭୂତାଣୁ ସଂକ୍ରମଣ ଏବଂ ଜେନେଟିକ୍ ପରିବର୍ତ୍ତନ ହେତୁ ପର୍ଯ୍ୟାପ୍ତ ପ୍ଲାଟେଲେଟ ଉତ୍ପାଦନ ହୋଇପାରେ ନାହିଁ । [1] ଇମ୍ମ୍ୟୁନ ଥ୍ରୋମ୍ବୋସାଇଟୋପେନିଆ, କେତେକ ଔଷଧ ସଂକ୍ରମଣ, ଅସ୍ତ୍ରୋପଚାର, ଗର୍ଭାବସ୍ଥା, ଥ୍ରୋମ୍ବୋଟିକ୍ ଥ୍ରୋମ୍ବୋସାଇଟୋପେନିକ ପୁରପୁରା (ଟିଟିପି) ଏବଂ ବିସ୍ତାରିତ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (DIC) ହେତୁ ପ୍ଲାଟେଲେଟମାନଙ୍କର ବର୍ଦ୍ଧିତ ବିନାଶ ହୋଇପାରେ । [1] ବର୍ଦ୍ଧିତ ପ୍ଳିହାରେ ଅତ୍ୟଧିକ ପ୍ଲାଟେଲେଟ ରହିପାରେ । [1] ବୟସ୍କମାନଙ୍କଠାରେ ପ୍ରତି ଲିଟର ରକ୍ତରେ ସାଧାରଣତଃ ୧୫୦ରୁ ୪୫୦ x ୧୦୯ ସଂଖ୍ୟକ ପ୍ଲାଲେଟ୍ ଥାଏ (୧୫୦,୦୦୦ରୁ ୪୫୦,୦୦୦ ପ୍ରତି ମିମି 3 ) ଓ ଏହା ତଳକୁ ରକ୍ତ ପ୍ଲେଟେଲେଟ ସ୍ତର ଥିଲେ ଥ୍ରୋମ୍ବୋସାଇଟୋପେନିଆ ରୋଗ ନାମ ଦିଆଯାଏ | [2]
ଏହାର ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [1] ସାମାନ୍ୟ ରୋଗ ହୋଇଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏନି । [1] ଗୁରୁତର ରୋଗରେ କର୍ଟିକୋଷ୍ଟିରଏଡ, ରିଟକ୍ସିମାବ କିମ୍ବା ଏଲଟ୍ରୋମ୍ବୋପାଗ ଦିଆଯାଏ । [1] ପ୍ଲାଟେଲେଟ୍ ସ୍ତର ଲିଟର ପ୍ରତି ୨୦ x ୧୦୯ ତଳକୁ ଖସିଲେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ ସୁପାରିଶ କରାଯାଇପାରେ | [2] ଔଷଧ ପ୍ରଭାବଶାଳୀ ନହେଲେ ପ୍ଲୀହାର ଅସ୍ତ୍ରୋପଚାର କରାଯାଏ ।[1] ଏହି ରୋଗ ଅପେକ୍ଷାକୃତ ସାଧାରଣ ରୋଗ ଓ ଇଣ୍ଟେନସିଭ କେୟାର ୟୁନିଟରେ ଥିବା ରୋଗୀଙ୍କ ମଧ୍ୟରୁ ଅଧା ଲୋକଙ୍କର ଏହି ଅବସ୍ଥା ଥାଏ । [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.