ୱେର୍ନିକ-କୋର୍ସାକୋଫ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Wernicke–Korsakoff syndrome/WKS ) ହେଉଛି ଏକ ରୋଗ ଯେଉଁଥିରେ ୱର୍ନିକ ଏନସେଫାଲୋପାଥି (WE) ଏବଂ କୋର୍ସାକୋଫ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ଥାଏ ।[3] ୱର୍ନିକ ଲକ୍ଷଣ ମଧ୍ୟରେ ହଠାତ୍ ମାନସିକ ଦ୍ୱନ୍ଦ୍ୱ ଆରମ୍ଭ, ଦୃଷ୍ଟି ଶକ୍ତି ସମସ୍ୟା, ଅଳ୍ପତାପ, ନିମ୍ନ ରକ୍ତଚାପ ଏବଂ ସମନ୍ୱୟ ଅଭାବ ହୋଇପାରେ ।[3] କୋର୍ସାକୋଫରେ ଦୀର୍ଘକାଳୀନ ଲକ୍ଷଣ ମଧ୍ୟରେ ସ୍ମୃତି ଶକ୍ତି ହ୍ରାସ, କମ୍ପନ ଏବଂ ଦୃଷ୍ଟି ଶକ୍ତି ସମସ୍ୟା ରହିଥାଏ । [3] କୋର୍ସାକୋଫ ଚିକିତ୍ସା କରିନଥିବା ଲୋକଙ୍କର ୱର୍ନିକର ବିକାଶ ହୁଏ ।[4]

Quick Facts Wernicke–Korsakoff syndrome, ବିଭାଗ ...
Wernicke–Korsakoff syndrome
Korsakoff's psychosis, alcoholic encephalopathy,[1] "wet brain"[2]
Thumb
ବିଭାଗPsychiatry, neurology
ଲକ୍ଷଣConfusion, vision problems, low body temperature, low blood pressure, memory loss, poor coordination[3]
କାରଣThiamine (vitamin B1) deficiency[3]
ବିପଦ କାରକAlcohol use disorder, eating disorders, malnutrition, prolonged vomiting, chemotherapy[3]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms after ruling out other possible causes[4]
ସଠିକ ରୋଗ ନିର୍ଣ୍ଣୟAlzheimer's, herpes encephalitis, transient global amnesia, concussion[5]
ଚିକିତ୍ସାThiamine supplements, improved diet, stopping alcohol[3]
ପୁନଃପୌନିକ1-2% (USA)[5]
Close

ଏହାର କାରଣ ହେଉଛି ଜୀବସାର ଖ୧ ଅଭାବ[3] ମଦ୍ୟାତ୍ୟୟ ହେତୁ ଏହା ସାଧାରଣତଃ ଘଟେ; କିନ୍ତୁ ଖାଇବା ବେମାରୀ, କୁପୋଷଣ, ଦୀର୍ଘସ୍ଥାୟୀ ବାନ୍ତି କିମ୍ବା କେମୋଥେରାପି ବ୍ୟବ‌ହାର ଯୋଗୁ ହୋଇପାରେ । [3] ଏହି ରୋଗ ମସ୍ତିଷ୍କର କ୍ଷତି କରିଥାଏ । [3] ଅନ୍ୟାନ୍ୟ ସମ୍ଭାବ୍ୟ କାରଣକୁ ଏଡ଼ାଇବା ପରେ ରୋଗ ନିର୍ଣ୍ଣୟ ନିର୍ଭର କରେ। [4]

ଏହାର ଚିକିତ୍ସାରେ ଜୀବସାର ଖ ପରିପୂରକ ଏବଂ ଏକ ଉନ୍ନତ ଖାଦ୍ୟ ଦିଆଯାଏ ।[3] ମଦ୍ୟପାନ ବନ୍ଦ କରାଯିବା ଉଚିତ୍ ।[3] ଅନେକ ଲକ୍ଷଣରେ ଉନ୍ନତି ହେଲେ ମଧ୍ୟ ସ୍ମୃତି ଶକ୍ତିର ପ୍ରତ୍ୟାବର୍ତ୍ତନ ଧୀର ଏବଂ ଅସମ୍ପୂର୍ଣ୍ଣ ରହେ ।[3] ବିନା ଚିକିତ୍ସାରେ ୨୦% ରୋଗୀ ମୃତ୍ୟୁ ବରଣ କରନ୍ତି ଏବଂ ୭୫% ସ୍ଥାୟୀ ଭାବରେ ଅକ୍ଷମ ରହିଥା’ନ୍ତି ।[6] ପ୍ରାୟ ୨୫% ରୋଗୀ ଦୀର୍ଘକାଳୀନ ଅନୁଷ୍ଠାନିକ ଚିକିତ୍ସା ଆବଶ୍ୟକ କରନ୍ତି ।[6] ଯୁକ୍ତରାଷ୍ଟ୍ରରେ ପ୍ରାୟ ୧%ରୁ ୨% ଲୋକ ଏହି ରୋଗରେ ପ୍ରଭାବିତ ହୁଅନ୍ତି । [5]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.