ଥିଆମିନ ଅଭାବ (Thiamine deficiency) ଏକ ଡାକ୍ତରୀ ସମସ୍ୟା ଯେଉଁଥିରେ କମ୍ ପରିମାଣର ଥିଆମିନ ବା ଜୀବସାର କ ଖାଦ୍ୟ ଖାଇବାକୁ ମିଳେ ।[1] ଏହା ସାଂଘାତିକ ଧରଣର ହେଲେ ବେରିବେରି କୁହାଯାଏ ।[1][4] ବୟଃପ୍ରାପ୍ତ ଲୋକଙ୍କର ୨ ପ୍ରକାର ଅଭାବ ଦେଖାଯାଏ ଯଥା:- ଆର୍ଦ୍ର ବେରିବେରି ଓ ଶୁଷ୍କ ବେରିବେରି ।[1] ଆର୍ଦ୍ର ବେରିବେରି ରୋଗରେ ହୃତ୍‌ପିଣ୍ଡ ରକ୍ତନଳୀ ମଣ୍ଡଳ (cardiovascular system) ପ୍ରଭାବିତ ହେବା ଫଳରେ ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ ଓ ପାଦଫୁଲା ହୁଏ ।[1] ଶୁଷ୍କ ବେରିବେରି ରୋଗରେ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେବା ଫଳରେ ପେରିଫେରାଲ ନିଉରୋପାଥି ହୋଇ କାଲୁଆ ଅନୁଭବ (numbness of the hands and feet), ମାନସିକ ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା ହୁଏ ।[1] ଅନ୍ୟ ଏକ ପ୍ରକାର ଅଭାବରେ ଅରୁଚି ଓ କୋଷ୍ଠକାଠିନ୍ୟ ହୁଏ ।[5] ଶିଶୁମାନଙ୍କର ଆକ୍ୟୁଟ ବେରିବେରି ହୋଇ ଅରୁଚି, ବାନ୍ତି, ଲାକ୍ଟିକଏସିଡୋସିସ (lactic acidosis), ହୃଦ୍‌ଗତି ହାର ପରିବର୍ତ୍ତନ ଓ ବଡ଼ ହୃତ୍‌ପିଣ୍ଡ ହୋଇଯାଏ ।[6]

Quick Facts ଥିଆମିନ ଅଭାବ (Thiamine deficiency), ବିଭାଗ ...
ଥିଆମିନ ଅଭାବ (Thiamine deficiency)[1]
ବେରିବେରି, ଜୀବସାର ବି୧ ଅଭାବ, ଥିଆମିନ-ଡେଫିସିଏନ୍ସି ସିଣ୍ଡ୍ରୋମ [1][2]
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology), ହୃଦ୍‌ରୋଗ ବିଜ୍ଞାନ (cardiology), ଶିଶୁରୋଗ ବିଜ୍ଞାନ (pediatrics)
ଲକ୍ଷଣଆର୍ଦ୍ର: ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ, ପାଦଫୁଲା [1]
ଶୁଷ୍କ: କାଲୁଆ, ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା [1]
କାରଣଯଥେଷ୍ଟ ଜୀବସାର କ ଅଭାବ[1]
ବିପଦ କାରକଅଧିକାଂଶ ଧଳା ଭାତ (white rice), ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଡାଇୟୁରେଟିକ (diuretics)[1][3]
ପ୍ରତିକାରଖାଦ୍ୟ ପୁଷ୍ଟିକରଣ (Food fortification)[1]
ଚିକିତ୍ସାଥିଆମିନ ପରିପୂରକ (Thiamine supplementation)[1]
ପୁନଃପୌନିକକ୍ୱଚିତ[1]
Close

ଅଧିକାଂଶ ଲୋକ ଧଳା ଭାତ (white rice) ଖାଇବା ଯୋଗୁ, ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଅଧିକ ଡାଇୟୁରେଟିକ (diuretics) ବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[1][3] କ୍ୱଚିତ ଜେନେଟିକ (genetic) ରୋଗ ଥିଲେ ଖାଦ୍ୟରେ ଥିବା ଥିଆମିନ ଅବଶୋଷଣ ହୋଇନପାରିବାରୁ ଏହି ରୋଗ ହୁଏ ।[1] ଶୁଷ୍କ ବେରିବେରିରେ କେର୍ନିକ ଏନସେଫାଲୋପାଥି (Wernicke encephalopathy) ଓ କୋର୍ସାକୋଫ ସିଣ୍ଡ୍ରୋମ (Korsakoff syndrome) ରୋଗ ମଧ୍ୟ ହୋଇପାରେ ।[3] ଲକ୍ଷଣ, ପରିସ୍ରାରେ ସ୍ୱଳ୍ପ ପରିମାଣ ଥିଆମିନ, ଅଧିକ ରକ୍ତ ଲାକ୍ଟିକ ଏସିଡ (lactate) ଓ ଚିକିତ୍ସାରେ ଉନ୍ନତି ଦେଖାଦେଲେ ରୋଗ ନିର୍ଣ୍ଣୟ ହୁଏ ।[7]

ପାଟିରେ ବା ଇଞ୍ଜେକସନ ଆକାରରେ ଥିଆମିନ ପରିପୂରକ (thiamine supplementation ଦେଇ ଏହାର ଚିକିତ୍ସା କରାଯାଏ ।[1] ପ୍ରାୟ ୨ ସପ୍ତାହ ମଧ୍ୟରେ ରୋଗ ଉପଶମ ହୋଇଯାଅଏ ।[7] ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[1]

ଯୁକ୍ତରାଷ୍ଟ୍ର ଆମେରିକାରେ ଥିଆମିନ ଅଭାବ କ୍ୱଚିତ ଦେଖାଯାଏ ।[8] ସାଧାରଣତଃ ଏହା ସବ-ସାହାରା ଆଫ୍ରିକାରେ (sub-Saharan Africa) ଦେଖାଯାଏ ।[2] ରିଫ୍ୟୁଜି କ୍ୟାମ୍ପରେ (refugee camps) ଏହି ରୋଗର ମଡ଼କ ଦେଖାଯାଏ ।[3] ହଜାର ହଜାର ବର୍ଷ ଧରି ଏସିଆରେ ଏହି ରୋଗ ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ ଓ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଚାଉଳକୁ ଅଧିକ ଶୁଭ୍ର କରିବାକୁ ପ୍ରସେସିଙ୍ଗ କରିବାରୁ ଏ ରୋଗ ଅଧିକ ହୋଇଥିଲା । [9]

ଆଧାର

ବାହ୍ୟ ଲିଙ୍କ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.