ଖାଦ୍ୟରେ ଥିଆମିନ ବା ଜୀବସାର ଖ୧ ଅଭାବ । From Wikipedia, the free encyclopedia
ଥିଆମାଇନ ଅଭାବ ବା ଥାୟାମିନ ଅଭାବ ବା ଜୀବସାର ଖ୧ ଅଭାବ ଏକ ଅବସ୍ଥା ଯେଉଁଥିରେ ଜୀବସାର ଖ୧ ପରିମାଣ ଆବଶ୍ୟକତାରୁ କମ୍ ଥାଏ | [4] ଏକ ଗମ୍ଭୀର ଏବଂ କ୍ରନିକ୍ ଆକାରକୁ ବେରିବେରୀ କୁହାଯାଏ | [1] [5] ବୟସ୍କମାନଙ୍କ ମଧ୍ୟରେ ଦୁଇଟି ମୁଖ୍ୟ ପ୍ରକାର ଅଛି: ଓଦା ବେରିବେରୀ ଏବଂ ଶୁଖିଲା ବେରିବେରୀ | [1] ଓଦା ବେରିବେରୀ ଥିଲେ ହୃଦରକ୍ତନଳୀ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ଦୃତ ହୃତ୍ପିଣ୍ଡ ଗତି, ଅଣନିଶ୍ୱାସ ହୁଏ ଏବଂ ଗୋଡ ଫୁଲିଯାଏ | [1] ଶୁଖିଲା ବେରିବେରୀରେ ସ୍ନାୟୁ ପ୍ରଣାଳୀ ପ୍ରଭାବିତ ହୁଏ ଯାହାଦ୍ୱାରା ହାତ ଓ ପାଦ କାଲୁଆ ଲାଗେ, ଦ୍ୱନ୍ଦ୍ୱ, ଗୋଡ ଚଳାଇବାରେ ଅସୁବିଧା ଏବଂ ଯନ୍ତ୍ରଣା ହୁଏ | [1] ଅନ୍ୟ ଏକ ପ୍ରକାରରେ ଅରୁଚି ଏବଂ କୋଷ୍ଠକାଠିନ୍ୟ ହୋଇପାରେ | [6] ଅନ୍ୟ ଏକ ପ୍ରକାରରେ ଯାହାକୁ ତୀବ୍ର ବେରିବେରୀ କୁହାଯାଏ, ଅଧିକାଂଶ ଶିଶୁମାନଙ୍କଠାରେ ଦେଖାଯାଏ ଏବଂ ଅରୁଚି, ବାନ୍ତି, ଲାକ୍ଟିକ ଏସିଡୋସିସ, ହୃଦସ୍ପନ୍ଦନ ହାରରେ ପରିବର୍ତ୍ତନ ଏବଂ ହୃତ୍ପିଣ୍ଡର ଆକାର ବୃଦ୍ଧି ହୁଏ | [7]
Thiamine deficiency[1] | |
---|---|
Beriberi, vitamin B1 deficiency, thiamine-deficiency syndrome[1][2] | |
ଫାଇଲ:Beriberi USNLM.jpg | |
ବିଭାଗ | Neurology, cardiology, pediatrics |
ଲକ୍ଷଣ | |
କାରଣ | Not enough thiamine[1] |
ବିପଦ କାରକ | Diet of mostly white rice; alcoholism, dialysis, chronic diarrhea, diuretics[1][3] |
ପ୍ରତିକାର | Food fortification[1] |
ଚିକିତ୍ସା | Thiamine supplementation[1] |
ପୁନଃପୌନିକ | Rare (US)[1] |
ମୁଖ୍ୟତଃ ଏହା ଧଳା ଚାଉଳର ଖାଦ୍ୟ ଖାଇଲେ, ମଦ୍ୟପାନ, ଡାଏଲିସିସ, କ୍ରନିକ୍ ତରଳ ଝାଡ଼ା, ଏବଂ ଅଧିକ ମାତ୍ରାରେ ଡାଇୟୁରେଟିକ ଗ୍ରହଣ କଲେ ଏହି ବିପଦ ସଙ୍କଟ ସୃଷ୍ଟି ହୁଏ ।[4] [8] କ୍ୱଚିତ୍ ଏହା ଏକ ଜେନେଟିକ ଅବସ୍ଥା ହେତୁ ହୋଇପାରେ ଯାହା ଫଳରେ ଖାଦ୍ୟରେ ମିଳୁଥିବା ଥିଆମାଇନ୍ ଅବଶୋଷଣରେ ଅସୁବିଧାର ହୁଏ | [1] ୱର୍ନିକ୍ ଏନସେଫାଲୋପାଥି ଏବଂ କୋରସାକ୍ଫ୍ ସିଣ୍ଡ୍ରୋମ ଶୁଖିଲା ବେରିବେରୀର ଦୁଇଟ ରୂପ ଅଛି ଯାହାକୁ ୱେର୍ଣ୍ଣିକ ଏନସେଫାଲୋପାଥି ଓ କୋର୍ସାକୋଫ ସିଣ୍ଡ୍ରୋମ କୁହାଯାଏ | [3] ମୂତ୍ରରେ ଥିଏମାଇନ୍ ସ୍ତର କମ୍ ଥିଲେ, ଉଚ୍ଚ ରକ୍ତ ଲାକ୍ଟେଟ ଥିଲେ ଏବଂ ଚିକିତ୍ସା ସହିତ ଉନ୍ନତି ହେଉଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [9]
ପାଟିରେ କିମ୍ବା ଇଞ୍ଜେକ୍ସନ୍ଦ୍ୱାରା ଥିଆମାଇନ ସପ୍ଲିମେଣ୍ଟେସନ କରି ଚିକିତ୍ସା କରାଯାଏ | [4] ଚିକିତ୍ସା ସହିତ ଲକ୍ଷଣଗୁଡିକ ସାଧାରଣତଃ ଦୁଇ ସପ୍ତାହ ମଧ୍ୟରେ କମିଯାଏ | [9]ସୁଷମ ଖାଦ୍ୟ ଗ୍ରହଣ କରିବାଦ୍ୱାରା ଜନସଂଖ୍ୟା ସ୍ତରରେ ଏହି ରୋଗକୁ ରୋକାଯାଇପାରେ | [1]
ଯୁକ୍ତରାଷ୍ଟ୍ରରେ ଥିଆମାଇନ୍ ଅଭାବ ବିରଳ | [10] ସାହାର ଆଫ୍ରିକାରେ ଏହା ଅପେକ୍ଷାକୃତ ସାଧାରଣ ଅଟେ | [11] ଶରଣାର୍ଥୀ ଶିବିରରେ ଏହି ରୋଗ ଦେଖିବାକୁ ମିଳିଛି। [8] ଏସିଆରେ ହଜାର ହଜାର ବର୍ଷ ଧରି ଥିଆମାଇନ୍ ଅଭାବକୁ ବର୍ଣ୍ଣନା କରାଯାଇଛି ଏବଂ ଚାଉଳର ପ୍ରକ୍ରିୟାକରଣ ଯୋଗୁ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଏହା ଅଧିକ ସାଧାରଣ ହୋଇଗଲା | [12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.