ଅତୀତର ଘଟଣାଗୁଡ଼ିକର ସ୍ମୃତିକୁ ମନେ ପକାଇବାର କ୍ଷମତା ହରାଇବାକୁ ବୁଝାଏ From Wikipedia, the free encyclopedia
ସ୍ମୃତିକ୍ଷୟ ବା ଆମ୍ନେସିଆ (ଇଂରାଜୀ ଭାଷାରେ Amnesia) ଅତୀତର ଘଟଣାଗୁଡ଼ିକର ସ୍ମୃତିକୁ ମନେ ପକାଇବାର କ୍ଷମତା ହରାଇବାକୁ ବୁଝାଏ | [1] ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଲୋପ ହୋଇପାରେ | [1] ସାଧାରଣତଃ କୌଶଳ ବା ଦକ୍ଷତା ପ୍ରଦର୍ଶନ କରିବାର କ୍ଷମତା ବଜାୟ ରହିଥାଏ ଏବଂ କେବଳ ତଥ୍ୟ ମନେ ରଖିବାର କ୍ଷମତା ନଷ୍ଟ ହୋଇଯାଏ | [1] ସ୍ମୃତିକ୍ଷୟ ସଂକ୍ଷିପ୍ତ ବା ସ୍ଥାୟୀ ହୋଇପାରେ କିନ୍ତୁ ସ୍ଥିର ରହିପାରେ ବା ଧୀରେ ଧୀରେ ଖରାପ ହୋଇପାରେ | [1]
Amnesia | |
---|---|
Amnesic syndrome | |
ବିଭାଗ | Psychiatry, neurology |
ଲକ୍ଷଣ | Loss of the ability to recall past events[1] |
କାରଣ | Head injury, thiamin deficiency, stroke, seizures, dementia, alcoholism, brain tumors, certain medications, encephalitis, transient global amnesia, severe psychological stress[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptom, supported by formal testing[1] |
ଚିକିତ୍ସା | Per the cause[1] |
ଏହାର କାରଣମାନନ ମଧ୍ୟରେ ମୁଣ୍ଡରେ ଆଘାତ (head injury ), ଥିଏମିନର ଅଭାବ, ଷ୍ଟ୍ରୋକ୍, ବାତ ମାରିବା, ଡିମେନ୍ସିଆ, ମଦ୍ୟପାନ, ମସ୍ତିଷ୍କ ଟ୍ୟୁମର୍, କିଛି ଔଷଧ, ଏନସେଫାଲାଇଟିସ, କ୍ଷଣସ୍ଥାୟୀ ବିଶ୍ୱ ସ୍ମୃତିକ୍ଷୟ ଏବଂ ଗୁରୁତର ମାନସିକ ଚାପ ହୋଇପାରେ | [1] ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀ ସମ୍ପୂର୍ଣ୍ଣ ରୂପେ ବୁଝାପଡୁ ନାହିଁ, ଯଦିଓ ମସ୍ତିଷ୍କର ବିଭିନ୍ନ କ୍ଷେତ୍ର ଜଡ଼ିତ ହୋଇପାରେ | [1] ଘଟଣା ପୂର୍ବରୁ, ଘଟଣା ପରେ ଓ ନିର୍ଦ୍ଦିଷ୍ଟ ସ୍ନାୟବିକ ପ୍ରଣାଳୀ ନେଇ ଏହାର ପ୍ରକାର ନିର୍ଦ୍ଧାରଣ କରାଯାଇଛି ।[1] ରୋଗ ନିର୍ଣ୍ଣୟ ଲକ୍ଷଣ ଉପରେ ଆଧାରିତ ହୁଏ ଓ ଔପଚାରିକ ପରୀକ୍ଷଣ ପରେ ନିଧାର୍ଯ୍ୟ କରାଯାଏ । [1] ଏହା ଦୁର୍ବଳ ପ୍ରେରଣା, ଧ୍ୟାନ, କିମ୍ବା ଯୁକ୍ତିଯୁକ୍ତ କ୍ଷମତାଠାରୁ ଭିନ୍ନ ବିଷୟ |
ଏହାର ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ | [1] ସ୍ମୃତି ସାହାଯ୍ୟ ବା ପରାମର୍ଶ ଆବଶ୍ୟକ ହୁଏ | [2] ଏହା ନିମନ୍ତେ କୌଣସି ଔଷଧ ନାହିଁ ବା ସାହାଯ୍ୟକାରୀ ସପ୍ଲିମେଣ୍ଟ ନାହିଁ | [3] ସ୍ଥାୟୀ କିମ୍ବା ପ୍ରଗତିଶୀଳ ସମସ୍ୟା ଥିବା ଲୋକମାନେ ପ୍ରାୟ ସଂଘର୍ଷ କରନ୍ତି | [1]
ଏହି ରୋଗର ମୋଟ ହାର ଅସ୍ପଷ୍ଟ | [3] ମୁଣ୍ଡରେ ଆଘାତ ପରେ ପ୍ରାୟ ୧୨% ଲୋକଙ୍କର ସମସ୍ୟା ଥିବାବେଳେ ୧୮% ପର୍ଯ୍ୟନ୍ତ ଚାପ ସମ୍ବନ୍ଧୀୟ ସମସ୍ୟା ଥାଇପାରେ। [3] ମଧ୍ୟ ଯୁଗରେ ମଧ୍ୟ ସ୍ମୃତି ସହିତ ମସ୍ତିଷ୍କ ଜଡ଼ିତ ଥିବା ଜଣାଥିଲା | [4] ଏହି ଆମ୍ନେସିଆ ଶବ୍ଦ ପ୍ରାଚୀନ ଗ୍ରୀକ୍ 'ଭୁଲିଯିବା' () ଶବ୍ଦରୁ ନିଆଯାଇଛି । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.