From Wikipedia, the free encyclopedia
ମସ୍ତିଷ୍କ ଅର୍ବୁଦ (ଇଂରାଜୀରେ Brain tumour) ବା ଖପୁରୀ ମଧ୍ୟସ୍ଥ ଅର୍ବୁଦ ସୃଷ୍ଟି ହୁଏ ଯେତେବେଳେ ମସ୍ତିଷ୍କରେ ଅସାଧାରଣ ଜୀବକୋଷ ବୃଦ୍ଧି ହୋଇଚାଲେ ।[1] ଦୁଇ ପ୍ରକାର ମୂଖ୍ୟ ଅର୍ବୁଦ ଦେଖାଯାଏ; ମୃଦୁ(benign) ଓ ଦୃତବୃଦ୍ଧି(malignant) ଅର୍ବୁଦ ।[1] ଦୃତବୃଦ୍ଧି ଅର୍ବୁଦମାନଙ୍କୁ ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଏ; ପ୍ରାଥମିକ ଅର୍ବୁଦ, ଯାହା ମସ୍ତିଷ୍କରେ ସୃଷ୍ଟି ହୁଏ ଓ ମସ୍ତିଷ୍କ ମେଟାସ୍ଟାସିସ, ଯାହା ଅନ୍ୟ କୌଣସି ସ୍ଥାନରେ ସୃଷ୍ଟି ହୋଇ ମସ୍ତିଷ୍କକୁ ଆସିଥାଏ । [2] ଏଠାରେ କେବଳ ମସ୍ତିଷ୍କରୁ ସୃଷ୍ଟ ଅର୍ବୁଦ ବିଷୟରେ ଆଲୋଚନା କରାଯିବ । ସମସ୍ତ ପ୍ରକାର ଅର୍ବୁଦ ଲକ୍ଷଣ ଦେଖାନ୍ତି, ମସ୍ତିଷ୍କ ଅଂଶ ଭେଦରେ ଅଲଗା ହୁଏ । [1] ମୁଣ୍ଡବଥା, ବାତ ମାରିବା, ଦୃଷ୍ଟିଦୋଷ, ବାନ୍ତି ଓ ମାନସିକ ପରିବର୍ତ୍ତନ ଭଳି ଲକ୍ଷଣ ଦେଖାଯାଏ ।[2] ମୁଣ୍ଡବଥା ସକାଳେ ଉତ୍କଟ ହୁଏ ଓ ବାନ୍ତି ହେବାପରେ ଛାଡ଼ିଯାଏ । [1] ଚାଲିବାରେ, କହିବାରେ ଓ ସ୍ପର୍ଶ କରିବାରେ ଅସୁବିଧା ହୁଏ ।[2][3] ରୋଗ ଆଗେଇଲେ ଚେତନଶୂନ୍ୟତା ହୁଏ । [3]
ଅଧିକାଂଶ କ୍ଷେତ୍ରରେ କାରଣ ଅଜଣା ।[1] କେତେକ ସଙ୍କଟାବସ୍ଥା ଯେପରିକି ଅନେକ ଜେନେଟିକ ସିଣ୍ଡ୍ରୋମ, ନିଉରୋଫାଇବ୍ରୋମାଟୋସିସ, କେତେକ ରାସାୟନିକ ଦ୍ରବ୍ୟ ଯେପରିକି ଭିନାଇଲ କ୍ଲୋରାଇଡ, ଏପସ୍ଟେନ ବାର ଭୁତାଣୁ ଓ ଆୟୋନିଜିଙ୍ଗ ରାଡିଏସନ ।[1][2][3] ମୋବାଇଲ ଫୋନର କିଛି ସମ୍ପର୍କ ଥିବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ ।[3] ବୟଃପ୍ରାପ୍ତଙ୍କର ପ୍ରାଥମିକ ଅର୍ବୁଦମାନଙ୍କର ନାମ: ମେନିଞ୍ଜିଓମା, ଆସ୍ଟ୍ରୋସାଇଟୋମା ଯେପରିକି ଗ୍ଲାୟୋବ୍ଲାସ୍ଟୋମା ।[2] ପିଲାମାନଙ୍କର ମେଡୁଲୋବ୍ଳାସ୍ଟୋମା ଅର୍ବୁଦ ଅତି ସାଧାରଣ । [3] ଡାକ୍ତରୀ ପରୀକ୍ଷା, କମ୍ପ୍ୟୁଟେଡ ଟୋମୋଗ୍ରାଫିକିମ୍ବା ମାଗ୍ନେଟିକ ରେଜୋନାନ୍ସ ଇମେଜିଙ୍ଗ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [1] ବାୟୋପ୍ସିଦ୍ୱାରା ରୋଗ ନିଶ୍ଚିତ କରାଯାଏ । [2] ବାୟୋପ୍ସିଦ୍ୱାରା ଅର୍ବୁଦର ଭୟାବହତା ଜଣାପଡ଼ିସାରିବା ପରେ ଗ୍ରେଡିଙ୍ଗ କରାଯାଏ ।[2]
ଅପରେଶନ, ରାଡିଏସନ ଥେରାପି ଓ କେମୋଥେରାପି ସାହାଯ୍ୟରେ ଚିକିତ୍ସା କରାଯାଏ ।[2] ବାତ ବା ପେଶୀପ୍ରକମ୍ପନ ହେଲେ ଆଣ୍ଟିକନ୍ଭଲ୍ସାଣ୍ଟ ଦିଆଯାଏ ।[2] ଅର୍ବୁଦ ଚତୁର୍ଦିଗରୁ ଫୁଲା କମେଇବା ପାଇଁ ଡେକ୍ସାମେଥାଜୋନ ଓ ଫୁରୋସେମାଇଡ ଦିଆଯାଏ । [2] କେତେକ ଅର୍ବୁଦ ଏତେ ଧୀରେ ବଢ଼ନ୍ତି ଯେ ତାଙ୍କ ଉପରେ କେବଳ ନଜର ରଖିବା ଯଥେଷ୍ଟ ହୁଏ ।[2] ରୋଗୀର ଇମ୍ମ୍ୟୁନ ସିସ୍ଟମ ବ୍ୟବହାର କରି ଚିକିତ୍ସା କରିବା ନିମନ୍ତେ ଚେଷ୍ଟା ଚାଲିଛି ।[1] ରୋଗ ନିର୍ଣ୍ଣୟ କରିବା ସମୟରେ ରୋଗ କେତେ ଦୂର ଆଗେଇଛି ଓ କି ପ୍ରକାର ଅର୍ବୁଦ, ତାହା ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ ।[3] ମେନିଞ୍ଜିଓମା ଫଳାଫଳ ଭଲ କିନ୍ତୁ ଗ୍ଲାୟୋବ୍ଲାସ୍ଟୋମାର ଖରାପ ।[3] ଆମେରିକାରେ ପାଞ୍ଚ ବର୍ଷ ଆୟୁଷ ହାର ୩୩ % ।[4] ପ୍ରାଥମିକ ଅର୍ବୁଦ ଅପେକ୍ଷା ମେଟାସ୍ଟାଟିକ ମସ୍ତିଷ୍କ ଅର୍ବୁଦ ଅଧିକ ଦେଖାଯାଏ,[1] ଯାହାର ଅଧା ଫୁସଫୁସ କର୍କଟରୁ ଆସିଥାଏ । [1] ପୃଥିବୀରେ ପ୍ରାୟ ବାର୍ଷିକ ୨୫୦,୦୦୦ ପ୍ରାଥମିକ ମସ୍ତିଷ୍କ ଅର୍ବୁଦ ଯାହା ସମୁଦାୟ କର୍କଟ ସଂଖ୍ୟାର ୨ %ରୁ କମ । [3] ୧୫ ବର୍ଷରୁ କମ ପିଲାଙ୍କର କ୍ଷେତ୍ରରେ ଆକ୍ୟୁଟ ଲୋମ୍ଫୋବ୍ଲାସ୍ଟିକ ଲିଉକେମିଆ ପରେ ଏହା ଦ୍ୱିତୀୟ କର୍କଟ ସ୍ଥାନ ଅଧିକାର କରେ । [5] ଅଷ୍ଟ୍ରେଲିଆରେ ଏହି କର୍କଟ ନିମନ୍ତେ ହାରାହାରି ଆର୍ଥିକ ଖର୍ଚ୍ଚ ୧.୯ ମିଲିଅନ ଡଲାର ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.