From Wikipedia, the free encyclopedia
ବରଗଛ ହେଉଛି ଭାରତର ଜାତୀୟ ବୃକ୍ଷ।[3] ଏହାକୁ ବଟବୃକ୍ଷ ବୋଲି କୁହାଯାଏ। ଏହା ଫଳ ଖାଉଥିବା ପଶୁ ପକ୍ଷୀଙ୍କଦ୍ୱାରା ବଂଶ ବିସ୍ତାର କରିଥାଏ । ବଡ଼ ହେଲା ପରେ ଏହାର ଡ଼ାଳରୁ ଓହଳ ବାହାରି ମାଟିରେ ଲାଗିଯାଏ, ଯାହାକୁ ଦେଖି ଚେରର ଭ୍ରମ ସୃଷ୍ଟି ହୁଏ । ଆଗକାଳରେ ପ୍ରତିଟି ଗାଁ ମୁଣ୍ଡରେ ନିଶ୍ଚୟ ଗୋଟିଏ ବରଗଛ ରହୁଥିଲା । ରଜ ପର୍ବରେ ପିଲାଏ ଏଥିରେ ଦୋଳି ଖେଳନ୍ତି । ଗାଁର ଲୋକେ ପୁଣ୍ୟ ହେବ ଭାବି ବରଗଛ ଓ ଓସ୍ତଗଛର ବାହାଘର କରିଥାନ୍ତି ।
ବରଗଛ | |
---|---|
Illustration of Ficus benghalensis | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Rosids |
ଗଣ: | Rosales |
କୁଳ: | Moraceae |
ପ୍ରଜାତି: | Ficus |
ଉପପ୍ରଜାତି: | Urostigma |
ପ୍ରଜାତି | |
Many species, including:
|
ଏହା କଷାୟରସ, ଶୀତବୀର୍ଯ୍ୟ, ଧାରକ, ଗୁରୁପାକ, ରସାୟନ କାନ୍ତିପ୍ରଦ, ସ୍ତମ୍ଭନ କାରକ, ମେହ, ପ୍ରମେହ, ଉପଦଂଶ, ବୀର୍ଯ୍ୟଦୋଷ, ଧାତୁଦୋଷ, ପିତ୍ତ, କଫ, ଦାହ, ପ୍ରଦର, ଯୋନିରୋଗ, ବ୍ରଣ, କ୍ଷତ, ଘା, କାଖଗୁଲି, ଅତିସାର ଆଦି ରୋଗର ନିବାରକ ଅଟେ ।
ପ୍ରମେହ ଓ ସ୍ୱପ୍ନଦୋଷର ଏକ ପ୍ରମୁଖ ଔଷଧରୂପେ ଏହାର କ୍ଷୀରକୁ ବ୍ୟବହାର କରାଯାଏ । ଏହାର ଓହଳରେ ଦାନ୍ତ ଘସିଲେ ମୁଖକାନ୍ତି ବଢେ ବୋଲି କୁହାଯାଏ । ଏହାର ଫଳକୁ ଔଷଧିରୂପେ ବ୍ୟବହାର କରାଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.