From Wikipedia, the free encyclopedia
ବନ୍ଦେ ମାତରମ ଏକ ରାଷ୍ଟ୍ର ଭକ୍ତି କବିତା ଯାହା ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କଦ୍ୱାରା ୧୮୮୨ ମସିହାରେ ଆନନ୍ଦ ମଠ ଉପନ୍ୟାସରେ ଲେଖାଯାଇଥିଲା । [1] ଏହା ସଂସ୍କୃତ ଓ ବଙ୍ଗଳା ଭାଷାର ମିଶାମିଶି ଭାଷାରେ ଲେଖାଯାଇଥିଲା । [2] ଏହି କବିତାଟି ଏକ ଜଣାଣ ଅଟେ ଯେଉଁଥିରେ ମା ଦୁର୍ଗାଙ୍କୁ ଭାରତ ମାତାଙ୍କ ଅବତାର ସହିତ ତୁଳନା କରି ତାଙ୍କ ବନ୍ଦନା କରାଯାଇଛି । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏହି କବିତାର ଭୂମିକା ଅନେକ । ଏହି କବିତାଟିକୁ ପ୍ରଥମ ଥର ପାଇଁ ରବୀନ୍ଦ୍ରନାଥ ଠାକୁର ୧୮୯୬ର କଂଗ୍ରେସ ଅଧିବେସନରେ ଆବୃତ୍ତି କରିଥିଲେ । ୧୯୫୦ରେ ଭାରତ ଯେତବେଳେ ଏକ ଗଣତାନ୍ତ୍ରିକ ଦେଶ ଭାବେ ପରିଚୟ ପାଇଲା ସେତବେଳେ ଏହି କବିତାର ଦୁଇଟି ଛନ୍ଦ ସରକାରୀ ଭାବରେ ଭାରତ ଗଣରାଜ୍ୟର ରାଷ୍ଟ୍ର ଗାନ କରିଦିଆଗଲା ।
ବଙ୍କିମ ଚନ୍ଦ୍ର ଚାଟାର୍ଜୀ ନୂଆକରି ତିଆରି ହୋଇଥିବା କଲିକତା ବିଶ୍ୱବିଦ୍ୟାଳୟର ଜଣେ ସ୍ନାତକ ଥିଲେ । ପଢ଼ା ପରେ ସେ ପ୍ରଥମେ ଜିଲା ମାଜିଷ୍ଟ୍ରେଟ ଓ ପରେ ଜିଲାପାଳ ଭାବରେ କାମ ଆରମ୍ଭ କରିଥିଲେ । ସେ ୧୮୫୭ର ଆନ୍ଦୋଳନ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ । [1] ସେତେବେଳର ଫିରିଙ୍ଗି ସରକାର ଗଡ଼ ସେଭ ଦି କୁଇନ (God Save the Queen)କୁ ଜାତୀୟ ଗାନ କରିବାକୁ ଚେଷ୍ଟା ଚଳାଇଥିଲା ଯାହାକୁ ସ୍ୱାଧୀନତାବାଦୀମାନେ ଗ୍ରହଣ କରିନଥିଲେ ଯାହା ତାଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଥିଲା, ଏହା ବେଳକୁ ସରକାରୀ ସ୍ତରରେ ଅନୁମୋଦିତ ହୋଇଥିଲା ।[2]
"ବନ୍ଦେ ମାତରମ" ଭାରତୀୟ ସ୍ୱାଧୀନତା କାଳରେ ଫିରିଙ୍ଗିମାନଙ୍କ ବିରୋଧରେ ଏକ ଗାନ ଥିଲା । ଅନେକ ଧାରଣା, ଅନଶନରେ "ବନ୍ଦେ ମାତରମ" ବୋଲି ସ୍ଳୋଗାନ ଦିଆଯାଉଥିଲା । ଫିରିଙ୍ଗିମାନେ ଭୟଭୀତ ହୋଇ ଏହାକୁ ଅନ୍ୟାୟ ଭାବରେ ଘୋଷଣା କରି ବନ୍ଦେ ମାତରମ ବୋଲୁଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଜେଲରେ ଭର୍ତ୍ତି କରୁଥିଲେ । ଲାଲା ଲଜପତ ରାୟ ଲାହୋରଠାରୁ ଏକ ସନ୍ଦର୍ଭ ଆରମ୍ଭ କରିଥିଲେ ଯାହାର ନାମ ଥିଲା "ବନ୍ଦେ ମାତରମ" । ହୀରାଲାଲ ସେନ ୧୯୦୫ରେ ଭାରତର ପ୍ରଥମ ରାଜନୀତିକ ଫିଲ୍ମ ତିଆରି କରିଥିଲେ ଯାହାର ଅନ୍ତରେ "ବନ୍ଦେ ମାତରମ" ଥିଲା ।[3]
୧୯୦୭ରେ ଭିକାଜି କାମା (୧୮୯୧-୧୯୩୬) ଷ୍ଟୁଟଗର୍ଟ, ଜର୍ମାନୀ ଠାରେ ଭାରତର ପ୍ରଥମ ତ୍ରିରଙ୍ଗା ଜାତୀୟ ପତାକା ତିଆରି କରିଥିଲେ ଯାହା ମଝିରେ "ବନ୍ଦେ ମାତରମ" ଲେଖାଯାଇଥିଲା[4]
ବନ୍ଦେ ମାତରମ
ସୁଜଳାମ ସୁଫଳାମ
ମଳୟଜ ଶୀତଳାମ
ଶସ୍ୟ ଶ୍ୟାମଳାମ
ମାତରମ
ବନ୍ଦେ ମାତରମ।
ଶୁଭ୍ରଜ୍ୟୋତ୍ସ୍ନା
ପୁଲକିତ ଯାମିନୀମ
ଫୁଲ୍ଲ କୁସୁମିତ
ଧ୍ରୁମଦଳଶୋଭିନୀମ
ସୁଭାସିନୀମ
ସୁମଧୁର ଭାସିନୀମ
ସୁଖଦାମ ବରଦାମ
ମାତରମବନ୍ଦେ ମାତରମ॥
— ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ
Aurobindo Ghose. – via ଉଇକିପାଠାଗାର.
Bankimchandra Chattopadhyay. (in oldwikisource) – via ଉଇକିପାଠାଗାର.{{citation}}
: CS1 maint: unrecognized language (link)
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.