ଏ. ପି. ଜେ. ଅବଦୁଲ କଲାମ
ଭାରତର ୧୧ଶ ରାଷ୍ଟ୍ରପତି ଓ ବୈଜ୍ଞାନିକ / From Wikipedia, the free encyclopedia
ଅବୁଲ ପାକିର ଜୈନୁଲାବୁଦ୍ଦୀନ ଅବଦୁଲ କଲାମ (୧୫ ଅକ୍ଟୋବର ୧୯୩୧- ୨୭ ଜୁଲାଇ ୨୦୧୫), ଭାରତର ୧୧ଶ ରାଷ୍ଟ୍ରପତି ଥିଲେ । କଲାମ ତାମିଲନାଡୁର ରାମେଶ୍ୱରମ୍ରେ ଜନ୍ମଗ୍ରହଣ କରିଥିଲେ । ସେ ତିରୁଚିରପଲ୍ଲୀର ସେଣ୍ଟ ଜୋସେଫ୍ କଲେଜରୁ ପଦାର୍ଥ ବିଜ୍ଞାନ ଓ ଚେନ୍ନାଇର ମାଦ୍ରାସ ଇନ୍ସଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଅନ୍ତରୀକ୍ଷ ଇଂଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି । ଦେଶର ରାଷ୍ଟ୍ରପତି ହେବା ପୂର୍ବରୁ ସେ ଡି.ଆର୍.ଡି.ଓ ଏବଂ ଇସ୍ରୋରେ ଅନ୍ତରୀକ୍ଷ ଇଂଜିନିୟର ଥିଲେ । ବାଲିଷ୍ଟିକ ମିଶାଇଲ୍ ଓ ଲଞ୍ଚ ଭେହିକିଲ୍ ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ପାଇଁ କଲାମଙ୍କୁ ଭାରତର ମିଶାଇଲ୍ ମ୍ୟାନର ଆଖ୍ୟା ଦିଆଯାଇଛି ।[1][2] ମହାକାଶ ବିଜ୍ଞାନ ଏବଂ ପ୍ରତିରକ୍ଷା ବିଜ୍ଞାନରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ୧୯୯୭ ମସିହାରେ ଭାରତର ସର୍ବୋଚ ବେସାମରିକ ପୁରସ୍କାର "ଭାରତ ରତ୍ନ"ରେ ସମ୍ମାନିତ କରା ଯାଇଥିଲା ।
Quick Facts ଏ.ପି.ଜେ. ଅବଦୁଲ କଲାମ, ଭାରତର ଏକାଦଶତମ ରାଷ୍ଟ୍ରପତି ...
ଏ.ପି.ଜେ. ଅବଦୁଲ କଲାମ | |
---|---|
ଭାରତର ଏକାଦଶତମ ରାଷ୍ଟ୍ରପତି | |
କାର୍ଯ୍ୟକାଳ ୨୫ ଜୁଲାଇ,୨୦୦୨ – ୨୫ ଜୁଲାଇ,୨୦୦୭ | |
ପ୍ରଧାନ ମନ୍ତ୍ରୀ | ଅଟଳ ବିହାରୀ ବାଜପେୟୀ ମନମୋହନ ସିଂହ |
Vice President | ଭୈରୋ ସିଂହ ଶେଖାp.m. |
ପୂର୍ବ ଅଧିକାରୀ | କେ.ଆର.ନାରାୟଣନ |
ପର ଅଧିକାରୀ | ପ୍ରତିଭା ପାଟିଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1931-10-15)୧୫ ଅକ୍ଟୋବର ୧୯୩୧ ରାମେଶ୍ୱରମ୍ |
ମୃତ୍ୟୁ | ୨୭ ଜୁଲାଇ ୨୦୧୫(2015-07-27) (ବୟସ ୮୩) ଶିଲଂ, ମେଘାଳୟ, ଭାରତ ୭.୪୫ ପି.ଏମ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଯୋସେଫ କଲେଜ, ତ୍ରିରୁଚିରାପଲ୍ଲୀ |
ପେଷା | ବୈଜ୍ଞାନିକ,ଲେଖକ Aerospace engineer |
ୱେବସାଇଟ | abdulkalam.com |
Close