ଭାରତୀୟ ମହାକାଶ ଗବେଷଣା ସଂସ୍ଥା
ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ / From Wikipedia, the free encyclopedia
Established | ଅଗଷ୍ଟ 15, 1969 (1969-08-15) (୫୪ ବର୍ଷ ପୂର୍ବରୁ) (Superseded INCOSPAR) |
---|---|
Headquarters | ବାଙ୍ଗାଲୋର |
Primary spaceport | ସତୀଶ ଧୱନ ମହାକାଶ କେନ୍ଦ୍ର (SDSC), ଶ୍ରୀହରିକୋଟା,ଆନ୍ଧ୍ର ପ୍ରଦେଶ |
Motto | Space technology in the service of human kind. |
Administrator | ଡାଃ. କେ. ଶିଭନ୍, ଚେୟରମ୍ୟାନ୍[1] |
Budget | ୧୦୭.୮୩୪୨ billion (US$୨.୩୯ billion) (୨୦୧୮-୧୯)[2] |
Website | www |
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା - ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ ।[3]
ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ ।
ଭାରତର ପ୍ରଥମ କୃତ୍ରିମ ଉପଗ୍ରହ "ଆର୍ଯ୍ୟଭଟ୍ଟ" ଇସ୍ରୋଦ୍ୱାରା ପ୍ରସ୍ତୁତ ହୋଇଥିଲା ଓ ନିଜସ୍ୱ ଉତକ୍ଷେପଣଯାନ ଅଭାବରୁ ରୁଷିଆ ନିର୍ମିତ କୋସମୋସ-୩M ଯାନଦ୍ୱାରା ୧୯ ଏପ୍ରିଲ, ୧୯୭୫ ମସିହାରେ କପୁସ୍ତିନ ୟାର (kapustin yar)ରୁ ଉତକ୍ଷେପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତକ୍ଷେପଣଯାନ ନିର୍ମାଣ କାରିବାରେ ସମର୍ଥହେଲା । ବର୍ତ୍ତମାନ ଇସ୍ରୋଦ୍ୱାରା ନିର୍ମିତ ଏସଏଲଭି (SLV),ଏଏସଏଲଭି (ASLV), ପିଏଏଲଭି (PSLV) ଏବଂ ଜିଏଏଲଭି(GSLV) ଶ୍ରେଣୀର ଅନେକ ଉତକ୍ଷେପଣଯାନଦ୍ୱାରା ଶତାଧିକ କୃତ୍ରିମ ଉପଗ୍ରହ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇପାରିଛି । ଏହାସହ ଏକାସଙ୍ଗେ ୧୦୪ଟି କୃତ୍ରିମ ଉପଗ୍ରହକୁ ବିଭିନ୍ନ କକ୍ଷରେ ପ୍ରତିସ୍ଥାପନ କରି ବିଶ୍ୱରେକର୍ଡ ଲାଭକାରିବାର ଗୌରବହାସଲ କରିଛି ।[4] ୫ ଜୁନ୍, ୨୦୧୭ରେ ଇସ୍ରୋ ୪ଟନ୍ ଓଜନ ବିଶିଷ୍ଟ GSAT-19 କୁତ୍ରିମ ଉପଗ୍ରହକୁ ଜିଏସଏଲଭି-ଏମକେ୩ (GSLV-Mk III)ଦ୍ୱାରା କକ୍ଷରେ ସ୍ଥାପନ କରିପାରିଲା ।
ଅକ୍ଟୋବର ୨୨, ୨୦୦୮ରେ ଇସ୍ରୋ ଚନ୍ଦ୍ରକୁ ଏକ ମାନବହୀନ ମହାକାଶଯାନ ପ୍ରେରଣ କରିଥିଲା । ଏହା ନଭେମ୍ବର ୮, ୨୦୦୮ରେ ଚନ୍ଦ୍ର କକ୍ଷରେ ଅବସ୍ଥାବିତ ହୋଇଥିଲା । ତତ୍ପରେ ନଭେମ୍ବର ୫, ୨୦୧୩ରେ ଭାରତର ପ୍ରଥମ ଅର୍ନ୍ତଗ୍ରହ ଅଭିଯାନ ମଙ୍ଗଳଯାନ ଆରମ୍ଭ କରିଥିଲା । ସେପ୍ଟେମ୍ବର ୧୪, ୨୦୧୪ରେ ମଙ୍ଗଳଯାନକୁ ମଙ୍ଗଳ କକ୍ଷରେ ଅବସ୍ଥାବିତ କରିପାରିଲା । ଅତଏବ ଏହିକ୍ଷେତ୍ରରେ ଭାରତ (ଇସ୍ରୋ) ଚୀନ ଓ ଜାପାନକୁ ପଛରେ ପକାଇ ଏସିଆରେ ପ୍ରଥମ ଏବଂ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କାରିପାରିଥିଲା ।[5] ବିଗତ କିଛି ବର୍ଷରେ ଇସ୍ରୋ ୧୯୦ଟି ବିଦେଶୀ କୃତ୍ରିମ ଉପଗ୍ରହ ସଫଳତାର ସହ ପ୍ରକ୍ଷେପଣ କରି ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ସମର୍ଥ ହୋଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ଦେଖାଶୁଣା କରିବା ପାଇଁ ଆଣ୍ଟ୍ରିକ୍ଷ୍ କର୍ପୋରେଶନ (Antrix Corporation) ନାମକ ଏକ ବ୍ୟବସାୟିକ ବିଭାଗର ଗଠନ କରାଯାଇଛି ।
ଇସ୍ରୋ ଭବିଷ୍ୟତ ପାଇଁ ଅନେକ କାର୍ଯ୍ୟକ୍ରମର ଯୋଜନା କରୁଅଛି । ତନ୍ନମଧ୍ୟରୁ ୟୁଏଲଭି (ULV), ପୁନ୍ନଃ-ବ୍ୟବହାରଯ୍ୟୋଗ୍ୟ (RLV), ମହାକାଶଚାରୀ ପ୍ରେରଣ, ମହାକାଶ ଷ୍ଟେସନ ନିର୍ମାଣ ଆଦି ଉଲ୍ଲେଖନୀୟ ।