ହାଇପୋକାଲେମିଆ
ରକ୍ତରେ ପୋଟାସିଅମ ସ୍ତର କମ / From Wikipedia, the free encyclopedia
ହାଇପୋକାଲେମିଆ (ଇଂରାଜୀ ଭାଷାରେ Hypokalemia ବା hypokalaemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) ପୋଟାସିଅମ potassium (K+) ସ୍ତର କମିଯାଏ ।[1] ପୋଟାସିଅମ ସ୍ତର ସାଧାରଣତଃ ୩.୫ରୁ ୫.୦ ମିମୋ/ଲି (୩.୫ରୁ ୫.୦ ମିଇକ୍ୟି/ଲି ଥାଏ ଓ ୩.୫ ମିମୋ/ଲି ସ୍ତରରୁ କମ ଥିଲେ ହାଇପୋକାଲେମିଆ ନାମ ଦିଆଯାଏ ।[1][2] ସାମାନ୍ୟ କମ ସ୍ତର ଥିଲେ କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[3] ଥକ୍କାଣ (feeling tired), ଗୋଡ଼ କ୍ରାମ୍ପ, ଦୁର୍ବଳତା, ଓ କୋଷ୍ଠକାଠିନ୍ୟ constipation ଆଦି ଲକ୍ଷଣ ଦେଖାଯାଏ ।[1] ହାଇପୋକାଲେମିଆ ହେଲେ ଅନିୟମିତ ହୃତ୍ ସ୍ପନ୍ଦନ (abnormal heart rhythm) ଯେପରିକି ବ୍ରାଡିକାର୍ଡ଼ିଆ (bradycardia) ଓ ହୃଦ୍ରୋଧ (cardiac arrest) ରୋଗ ସଙ୍କଟ ବଢ଼ିଯାଏ ।[1][3]
ହାଇପୋକାଲେମିଆ | |
---|---|
ଇଂରାଜୀ ପ୍ରତିଶବ୍ଦ - hypopotassaemia, hypopotassemia | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Critical care medicine |
ଆଇସିଡ଼ି-୧୦ | E87.6 |
ଆଇସିଡ଼ି-୯-ସିଏମ୍ | 276.8 |
ରୋଗ ଡାଟାବେସ | 6445 |
ମେଡ଼ିସିନ-ପ୍ଲସ | 000479 |
ଇ-ମେଡ଼ିସିନ | article/242008 emerg/273 |
Patient UK | ହାଇପୋକାଲେମିଆ |
MeSH | D007008 |
ହାଇପୋକେଲେମିଆର ମୂଖ୍ୟ କାରଣମାନଙ୍କର ନାମ ଯଥାକ୍ରମେ ତରଳ ଝାଡ଼ା (diarrhea), ଡାଏବେଟିସ ଇନସିପିଡସ (diabetes insipidus), ହାଇପରଆଲଡୋସ୍ଟିରୋନିଜ୍ମ (hyperaldosteronism), ହାଇପୋମାଗନେସେମିଆ (hypomagnesemia), ଖାଦ୍ୟରେ ଅଳ୍ପ ପୋଟାସିଅମ ଓ କେତେକ ଔଷଧ ଯେପରିକି ଫୁରୋସେମାଇଡ (furosemide) ଓ ସ୍ଟିରଏଡ (steroid) । ପୋଟାସିଅମ ସ୍ତର ୨.୫ ମିମୋ/ଲିରୁ କମିଗଲେ ସାଂଘାତିକ ହାଇପୋକାଲେମିଆ ନାମ ଦିଆଯାଏ । ଅଳ୍ପ ସ୍ତର ଥିଲେ ଇସିଜିଦ୍ୱାରା (electrocardiogram) (ECG) ମଧ୍ୟ ଏହି ରୋଗ ଚିହ୍ନଟ କରାଯାଇପାରେ । ପୋଟାସିଅମ ସ୍ତର ଅଧକ ହୋଇଥିଲେ ହାଇପରକାଲେମିଆ ନାମ ଦିଆଯାଏ । [1]
ଲକ୍ଷଣ ତଥା ଇସିଜି ପରିବର୍ତ୍ତନ ଥିବା ଓ ନ ଥିବା ଉପରେ ପୋଟାସିଅମ ଭରଣା ନିର୍ଭର କରେ ।[1] ସାମାନ୍ୟ କମ ଥଲେ ଖାଦ୍ୟରେ ପରିବର୍ତ୍ତନ କରି ଠିକ କରିଦିଆଯାଏ । ପୋଟାସିଅମ ପାଟିରେ ବା ଶୀରାଭ୍ୟନ୍ତରରେ ଦିଆଯାଏ ।[3] ଶୀରାଭ୍ୟନ୍ତରରେ ଦେଲେ ସାଧାରଣତଃ ଏକ ଘଣ୍ଟାରେ ୨୦ମିମୋଲରୁ କମ ପୋଟାସିଅମ ଦିଆଯାଏ ।[1] ସମ୍ଭବ ହେଲେ ସେଣ୍ଟ୍ରାଲ ଲାଇନରେ (central line) ଗାଢ଼ ଦ୍ରବଣ (>୪୦ମିମୋଲ/ଲି) ଦେବା ଉଚିତ ।[3] ମ୍ୟାଗନେସିଅମ (Magnesium) ଭରଣା କରିବା ମଧ୍ୟ ଆବଶ୍ୟକ ହୋଇପାରେ ।[1]
ହାଇପୋକାଲେମିଆ ଏକ ସାଧାରଣ ବିଦ୍ୟୁତ ବିଶ୍ଳେଷ୍ୟ ଅସନ୍ତୁଳନ (water–electrolyte imbalance) । ଡାକ୍ତରଖାନାରେ ଆଡମିଶନ ହୋଇଥିବା ଲୋକଙ୍କ ମଧ୍ୟରୁ ୨୦% ଲୋକଙ୍କର ଏହି ସମସ୍ୟା ହୁଏ ।[4] ହାଇପୋ ଅର୍ଥ ଅଧୀନରେ (under) ଓ କାଲିଅମ ଅର୍ଥ ରକ୍ତର ଅବସ୍ଥା, ଏହି ଦୁଇ ଶବ୍ଦ ମିଶି ହାଇପୋକାଲେମିଆ ଶବ୍ଦ ହୋଇଛି ।[5]