ସନ୍ତୋଷୀ ମାତା
ହିନ୍ଦୁ ଦେବୀ / From Wikipedia, the free encyclopedia
ସନ୍ତୋଷୀ ମାତା (ଇଂରାଜୀ ଭାଷାରେ Santoshi Mata, (ହିନ୍ଦୀ : संतोषी माता) or Santoshi Maa (संतोषी माँ)) ହିନ୍ଦୁ ଲୋକ କଥାର ଜଣେ ଦେବୀ । ତାଙ୍କ ନାମ ଅନୁସାରେ ସେ ସନ୍ତୋଷର[1] ଦେବୀ ଅଟନ୍ତି । ଉତ୍ତର ଭାରତର ମହିଳାମାନେ ସାଧାରଣତଃ ତାଙ୍କର ପୂଜା କରନ୍ତି । ଲଗାତାର ଷୋଳ ଶୁକ୍ରବାର ପର୍ଯ୍ୟନ୍ତ ସନ୍ତୋଷୀ ମାତା ବ୍ରତ ରଖିଲେ ତାଙ୍କର କୃପା ଲାଭ ହୁଏ ।
ସନ୍ତୋଷୀ ମାତା | |
---|---|
![]() | |
ସନ୍ତୋଷର ଦେବୀ | |
Devanagari | संतोषी माता |
Affiliation | ଦେବୀ |
ଲୋକ | ଗଣେଶଲୋକ |
Mantra | ଓଁ ଶ୍ରୀ ସନ୍ତୋଷୀ ମହାମାୟେ ଗଜନନ୍ଦମ ଦାୟିନୀ ଶୁକ୍ରବାର ପ୍ରିୟେ ଦେବୀ ନାରାୟଣୀ ନମୋସ୍ତୁତେ । |
Weapon | ଖଣ୍ଡା, ସ୍ୱର୍ଣ୍ଣ ପାତ୍ରଭରା ଅନ୍ନ, ତ୍ରିଶୂଳ |
Mount | ବାଘ ବା ଗାଈ ବା ପଦ୍ମ (lotus) |
ଜଣାଯାଏ ଯେ, ୧୯୬୦ ଦଶକରେ ପ୍ରଥମେ ସନ୍ତୋଷୀ ମାତାଙ୍କୁ ଦେବୀ ଭାବରେ ପୂଜା କରିବାକୁ ପ୍ରଭାବିତ କରାଯାଇଥିଲା । ବ୍ରତ ପାମ୍ଫ୍ଲେଟ, ସାହିତ୍ୟ, ପୋଷ୍ଟର କଳା, ତୁଣ୍ଡ ବାଇଦ ଭଳି ମାଧ୍ୟମରେ ତାଙ୍କ ବିଷୟ ଓ ତାଙ୍କ ପ୍ରର୍ଥନା ପଦ୍ଧତି ବ୍ୟାପିବାକୁ ଲାଗିଲା । ଉତ୍ତର ଭାରତୀୟ ମହିଳାଙ୍କ ମଧ୍ୟରେ ତାଙ୍କ ବ୍ରତ ପାଳନ ଜନପ୍ରିୟ ହେବାକୁ ଲାଗିଲା । ତେବେ ୧୯୭୫ ମସିହାରେ ନିର୍ମିତ ଜୟ ସନ୍ତୋଷୀ ମାଆ ଚଳଚ୍ଚିତ୍ରରେ ପ୍ରଦର୍ଶିତ ମାଆଙ୍କର ଓ ତାଙ୍କର ଉତ୍ସାହୀ ଭକ୍ତ ସତ୍ୟବତୀଙ୍କର କାହାଣୀ ଦେଖିବା ପରେ ସେ ପର୍ଯ୍ୟନ୍ତ ଅନେକ ସ୍ଥାନମାନଙ୍କରେ ସେହି ଅଜଣା ଅଶୁଣା ଦେବୀଙ୍କର ଭକ୍ତି ଅବିଳମ୍ଭେ ପ୍ରସାରିତ ହେବାକୁ ଲାଗିଲା । ଚଳଚ୍ଚିତ୍ରରୁ ତାଙ୍କ ଲୋକପ୍ରିୟତା ଦେଖି ହିନ୍ଦୁ ମନ୍ଦିରମାନଙ୍କରେ ତାଙ୍କ ପୂଜାର୍ଚ୍ଚନା ହେବାକୁ ଲାଗିଲା । ସେତେବେଳେ ତାଙ୍କୁ ଶ୍ରୀ ଗଣେଶଙ୍କର କନ୍ୟା ଭାବରେ ଚିତ୍ରଣ କରାଯାଇଥିଲେ ମଧ୍ୟ ଓ ରକ୍ଷା ବନ୍ଧନ ସହିତ ସମ୍ପୃକ୍ତି ଥିବା କୁହାଯାଉଥିଲେ ମଧ୍ୟ ସେହି ବିଷୟରେ ହିନ୍ଦୁ ସଂସ୍କୃତିରେ କିଛି ଲିପିବଦ୍ଧ ହୋଇନାହିଁ ।