ରକ୍ତ ଶର୍କରା ସ୍ତର
ଏହା ରକ୍ତରେ ଗ୍ଲୁକୋଜର ପରିମାଣ ଦର୍ଶାଏ । / From Wikipedia, the free encyclopedia
ରକ୍ତ ଶର୍କରା ସ୍ତର, ଅନ୍ୟ ନାମ ଗ୍ଲାଇସେମିଆ, ରକ୍ତରେ ଗ୍ଲୁକୋଜର ପରିମାଣ ଦର୍ଶାଏ ।[2] ଖାଦ୍ୟ ଖାଇ ନଥିବା ଲୋକର ଶର୍କରା ସ୍ତର ଯେଉଁ ବ୍ୟକ୍ତି ଖାଇ ନାହାଁନ୍ତି, ସ୍ତର ସାଧାରଣତଃ ୩.୯ରୁ ୫.୬ମିମୋଲ/ଲି ଅଟେ ଯାହା (୭୦ରୁ ୧୦୦) ମିଗ୍ରା/ଡେଲି ।[3] ଦୁଇଟି ପୃଥକ ସମୟରେ ଉପବାସ ସ୍ତର ୭.୦ରୁ ଅଧିକ ମିମୋଲ/ଲି ବା (୧୨୬/ଡେଲି) ଥିଲେ ମଧୁମେହ ସୂଚିତ କରେ । [3] ୩.୯ ମିମୋଲ/ଡେଲିରୁ ନିମ୍ନ ସ୍ତରଗୁଡିକ ହାଇପୋଗ୍ଲାଇସେମିଆ ଭାବରେ ଜଣାଶୁଣା, ଯଦିଓ ମଧୁମେହ ନଥିବା ଲୋକଙ୍କ କ୍ଷେତ୍ରରେ ୨.୮ (୫୦ ମିଗ୍ରା / ଡେଲି) ସ୍ତର ସ୍ୱାଭାବିକ ହୋଇପାରେ | [3] [4] ଖାଇବା ପରେ ୧୧.୧ ମିମୋଲ/ଲି (୨୦୦ମିଗ୍ରା/ଡେଲି)ରୁ ଅଧିକ ହୋଇପାରେ, ଯଦିଓ ଦୁଇ ଘଣ୍ଟା ମଧ୍ୟରେ ୭.୮ମିମୋଲ/ଲି (୧୪୦ମିଗ୍ରା/ଡେଲି)କୁ କମିଯାଏ | [5] ଜୀବନର ପ୍ରଥମ କିଛି ଘଣ୍ଟା ମଧ୍ୟରେ ନବଜାତ ଶିଶୁମାନଙ୍କର ସ୍ତର ୧.୧ରୁ ୧.୪ମି ମୋଲ/ଲି (୨୦ରୁ ୨୫ମିଗ୍ରା/ଡେଲି[6] ହୋଇପାରେ ।
ରକ୍ତରେ ଶର୍କରା ସ୍ତର ମାପିବାର ବିଭିନ୍ନ ପଦ୍ଧତି ଅଛି ଯେପରିକି ଗ୍ଲୁକୋମିଟର ଏବଂ କ୍ରମାଗତ ଗ୍ଲୁକୋଜ ମନିଟର ।[7] ବିଗତ ୨ରୁ ୩ ମାସ ମଧ୍ୟରେ ହାରାହାରି ରକ୍ତ ଶର୍କରା ସ୍ତରକୁ ଏଚବିଏ୧ସି (HbA1C) ପରୀକ୍ଷା କୁହାଯାଉଛି ।[7] ଖରାପ ଗଚ୍ଛିତ ସ୍ଟ୍ରିପ, ଅତ୍ୟଧିକ ତାପମାତ୍ରା, ଅତ୍ୟଧିକ ଉଚ୍ଚତା, ଏବଂ ଭିଟାମିନ୍ ସି, ଡୋପାମାଇନ୍, ଏବଂ ପାରାସେଟାମୋଲ ଭଳି କିଛି ଔଷଧ ସେବନ କରିଥିଲେ ଭୁଲ୍ ମାପ ହୋଇପାରେ ।[8] ଚର୍ମରେ କିଛି ଚିନି ଉତ୍ପାଦ ଥିଲେ, କମ୍ ହେମାଟୋକ୍ରାଇଟ୍, ଉଚ୍ଚ ୟୁରିକ୍ ଏସିଡ୍ କିମ୍ବା କମ୍ ଅମ୍ଳଜାନ ସ୍ତର ସହିତ ମାପ ପଠନ ଭୁଲ୍ ହୋଇପାରେ ।[8] ଚର୍ମରେ ରକ୍ତ ସଞ୍ଚାଳନ କମ ଥିଲେ, ଉଚ୍ଚ ଟ୍ରାଇଗ୍ଲାଇସରାଇଡ୍ ସ୍ତର, କିମ୍ବା ଉଚ୍ଚ ରକ୍ତ ଅମ୍ଳଜାନ ସ୍ତର ଥିଲେ ପଠନ ଭୁଲ୍ ହୋଇପାରେ । [8]
ରକ୍ତ ଗ୍ଲୁକୋଜକୁ ଶରୀର ଦୃଢ଼ ଭାବରେ ନିୟନ୍ତ୍ରଣ କରିଥାଏ । [9] ସ୍କେଲିଟାଲ ମାଂସପେଶୀ ଏବଂ ଯକୃତ କୋଷରେ ଗ୍ଲାଇକୋଜେନ ଆକାରରେ ଗ୍ଲୁକୋଜ ଗଚ୍ଛିତ ହୁଏ; ଉପବାସ କଲାବେଳେ ଏହି ଗ୍ଲାଇକୋଜେନ୍ ଷ୍ଟୋରଗୁଡିକରୁ ଗ୍ଲୁକୋଜ ଆସି ରକ୍ତରେ ମିଶି ଯିବାରୁ ଶର୍କରା ସ୍ତର ସ୍ଥିର ଭାବରେ ରକ୍ଷଣାବେକ୍ଷଣ କରାଯାଏ । [9] ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଗ୍ଲୁକୋଜ ଗୁରୁତ୍ୱପୂର୍ଣ ଅଟେ, ବିଶେଷତଃ ପରିଶ୍ରମ ନ କରୁଥିବା ଲୋକଙ୍କର ୬୦% ଶର୍କରା ମସ୍ତିଷ୍କ ବ୍ୟବହାର କରିଥାଏ ।[9] ଏହା ରକ୍ତ ମାଧ୍ୟମରେ ଅନ୍ତନଳୀ କିମ୍ବା ଯକୃତରୁ ଅନ୍ୟ ତନ୍ତୁମାନଙ୍କୁ ପରିବହନ କରାଯାଇଥାଏ ।[9] ଜୀବକୋଷର ଶର୍କରା ଗ୍ରହଣ ଅଗ୍ନାଶୟରୁ ଉତ୍ପନ୍ନ ହରମୋନ୍ ଇନସୁଲିନଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।[9] ୭୦ କେଜି ଓଜନ (୧୫୪ ପାଉଣ୍ଡ) ବିଶିଷ୍ଟ ଲୋକର ରକ୍ତରେ ପ୍ରାୟ ୪ ଗ୍ରାମ ଶର୍କରା ଉପସ୍ଥିତ ଥାଏ । [9]