ଉପବାସ
ଉପବାସ ବ୍ରୋତ / From Wikipedia, the free encyclopedia
ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି ।