ଡୋପାମିନ୍
ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ / From Wikipedia, the free encyclopedia
ଡୋପାମିନ୍, ଏକ ବିକ୍ରୟ ନାମ ଇଣ୍ଟ୍ରୋପିନ (Intropin) ଏକ ଔଷଧ ଯାହା ସାଧାରଣ ଭାବରେ ଅତି ନିମ୍ନ ରକ୍ତଚାପ, ଲକ୍ଷଣ ପ୍ରକାଶିତ ଧୀର ହୃତ୍ସ୍ପନ୍ଦନ ହାର ଓ ହୃଦ୍ରୋଧ ଚିକିତ୍ସା ନିମନ୍ତେ ଏପିନେଫ୍ରିନ ନ ମିଳୁଥଲେ ଦିଆଯାଏ ।[1] ନବଜାତ ଶିଶୁଙ୍କର ନିମ୍ନ ରକ୍ତଚାପ ଥିଲେ ଏହା ପସନ୍ଦ ଯୋଗ୍ୟ ଔଷଧ ହୁଏ ।[2] ନିମ୍ନ ରକ୍ତଚାପରେ ପିଲାମାନଙ୍କର ଏପିନେଫ୍ରିନ ବା ନରଏପିନେଫ୍ରିନ ସାଧାରଣତଃ ବ୍ୟବହାର କରାଯାଉଥିବା ବେଳେ ବୟସ୍କ ଲୋକଙ୍କୁ ନରଏପିନେଫ୍ରିନ ଦିଆଯାଏ ।[3][4] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ବା ଇଣ୍ଟ୍ରାଓସିଅସ ଇନଫ୍ୟୁଜନ ଆକାରରେ ଦିଆଯାଏ । ଔଷଧ ପ୍ରଭାବ ୫ ମିନିଟ ମଧ୍ୟରେ ଆରମ୍ଭ ହୁଏ । ଡୋଜ ଆବଶ୍ୟକତା ଅନୁସାରେ ବଢ଼େଇ ଦିଆଯାଏ । [1]
- ବାକିସବୁ ପାଇଁ, ଡୋପାମିନ୍ (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Clinical data | |
---|---|
Trade names | Intropin, Dopastat, Revimine, others |
Synonyms | 2-(3,4-Dihydroxyphenyl)ethylamine; 3,4-Dihydroxyphenethylamine; 3-hydroxytyramine; DA; Intropin; Revivan; Oxytyramine; Prolactin inhibiting factor; Prolactin inhibiting hormone |
AHFS/Drugs.com | monograph |
data |
|
Pregnancy category |
|
Routes of administration | Intravenous injection |
ATC code |
|
Legal status | |
Legal status |
|
Pharmacokinetic data | |
Metabolism | ALDH, DBH, MAO-A, MAO-B, COMT |
Excretion | Kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL |
|
ECHA InfoCard | 100.000.101 |
Chemical and physical data | |
Formula | C8H11NO2 |
Molar mass | 153.18 g/mol |
3D model (JSmol) | |
Density | 1.26 g/cm3 |
Melting point | 128 °C (262 °F) |
Boiling point | decomposes |
SMILES
| |
InChI
| |
(verify) |
ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ବୃକ୍କୀୟ କାର୍ଯ୍ୟ ସମସ୍ୟା, ଅନିୟମିତ ହୃତସ୍ପନ୍ଦନ, ଛାତି ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ବା ଉତ୍କଣ୍ଠା ଇତ୍ୟାଦି ଦେଖାଯାଏ । ଇଞ୍ଜେକସନ ଶିରା ମଧ୍ୟରୁ ବାହାରି ଯାଇ କୋମଳ ତନ୍ତୁରେ ମିଶିଲେ ତନ୍ତୁ ମୃତ୍ୟୁ ହୁଏ । ଏହି ସଙ୍କଟ କମେଇବା ନିମନ୍ତେ ଫେଣ୍ଟୋଲାମିନ ଦିଆଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହି ଔଷଧର ବିପଦ ସମ୍ପର୍କରେ ସ୍ପଷ୍ଟ ଚିତ୍ର ନାହିଁ । ସ୍ୱଳ୍ପ ମାତ୍ରାରେ ଏହା ଡୋପାମିନ ରିସେପ୍ଟର ଓ β1- ଆଡ୍ରେନର୍ଜିକ ରିସେପ୍ଟରମାନଙ୍କୁ ଟ୍ରିଗର କରେ: ଉଚ୍ଚ ମାତ୍ରାରେ α- ଆଡ୍ରେନର୍ଜିକ ରିସେପ୍ଟର ମାଧ୍ୟମରେ କାମ କରେ ।[1]
ସନ ୧୯୧୦ରେ ପ୍ରଥମେ ଇଂଲଣ୍ଡର ଜର୍ଜ ବାର୍ଜର (George Barger) ଓ ଜେମସ ଇୱେନ ଲାବୋରେଟରିରେ ଡୋପାମିନ ପ୍ରସ୍ତୁତ କରିଥିଲେ ।[5]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (en:World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ବିକାଶଶୀଳ ଦେଶରେ ସନ ୨୦୧୪ରେ ଏହାର ୪୦୦ମିଗ୍ରାର ହୋଲସେଲ ମୂଲ୍ୟ $୦.୨୮ରୁ $୦.୬୦ ଆମେରିକୀୟ ଡଲାର ଥିଲା ।[7] ମାନବ ଶରୀରକ୍ରିୟାତତ୍ତ୍ୱରେ ଡୋପାମିନ ଏକା ଧାରରେ ଏକ ନିଉରୋଟ୍ରାନ୍ସମିଟର (neurotransmitter) ଓ ଏକ ହରମୋନ ।[8]