ଜୀବସାର ଗ
From Wikipedia, the free encyclopedia
ଜୀବସାର ଗ (ଇଂରାଜୀ ଭାଷାରେ Vitamin C, ଅନ୍ୟ ନାମ ଆସକର୍ବିକ ଏସିଡ/ ascorbic acid ଓ L-ascorbic acid) ଏକ ଜୀବସାର ଯାହା ଖାଦ୍ୟରେ ଥାଏ ଓ ଖାଦ୍ୟ ଅନୁପୂରକରେ (dietary supplement) ଦିଆଯାଇଥାଏ । ଖାଦ୍ୟ ଅନୁପୂରକ ଭାବରେ ଏହା ସ୍କର୍ଭି ରୋଗର ଚିକିତ୍ସା ତଥା ପ୍ରତିଷେଧ ଭାବରେ ବ୍ୟବହୃତ ହୁଏ ।[1] ଶର୍ଦ୍ଦି ରୋଗର ପ୍ରତିଷେଧ ନିମନ୍ତେ ଜନ ସାଧାରଣଙ୍କୁ ଏହା ଦେବା ସପକ୍ଷରେ କୌଣସି ପ୍ରମାଣ ମିଳୁନାହିଁ ।[2][3] ଏହା ପାଟିରେ ଦିଆଯାଏ ବା ଇଞ୍ଜେକସନ ଆକାରରେ ଦିଆଯାଏ ।[1]
Clinical data | |
---|---|
Synonyms | L-ascorbic acid, ascorbic acid, ascorbate |
AHFS/Drugs.com | monograph |
MedlinePlus | a682583 |
Pregnancy category |
|
Routes of administration | by mouth, IM, IV, subQ |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | rapid & complete |
Protein binding | negligible |
Elimination half-life | varies according to plasma concentration |
Excretion | kidney |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
NIAID ChemDB | |
E number | E300 (antioxidants, ...) |
ECHA InfoCard | 100.000.061 |
Chemical and physical data | |
Formula | C6H8O6 |
Molar mass | 176.12 g/mol |
3D model (JSmol) | |
Density | 1.694 g/cm3 |
Melting point | 190 °C (374 °F) |
Boiling point | 553 °C (1,027 °F) |
SMILES
| |
InChI
| |
(verify) |
ଦେହ ସାଧାରଣତଃ ଜୀବସାର ଗ ସହ୍ୟ କରିପାରେ ।[1] ମାତ୍ରାଧିକ ହେଲେ ପେଟ ଗୋଳମାଳ, ମୁଣ୍ଡବଥା, ନିଦ୍ରା ସମସ୍ୟା ଓ ଚମ ଲାଲ ଦେଖାଯାଏ ।[1][3] ଗର୍ଭାବସ୍ଥାରେ ସାଧାରଣ ମାତ୍ରାରେ ଦେଲେ ଏହ ନିରାପଦ ରହେ ।[4] ତନ୍ତୁ (tissue) ମରାମତିରେ ଏହା ଅତ୍ୟାବଶ୍ୟକୀୟ ପୋଷକ (essential nutrient) କାମ କରେ ।[1] ଲେମ୍ବୁଜାତୀୟ ଖାଦ୍ୟ (citrus fruit), ଟମାଟୋ (tomato), ଲାଲ ଲଙ୍କା (red pepper|) ଓ ଆଳୁରେ ଏହି ଜୀବସାର ଥାଏ ।[2]
ସନ ୧୯୧୨ରେ ଜୀବସାର ଗ ଆବିଷ୍କୃତ ହୋଇ ସନ ୧୯୨୮ରେ ପୃଥକ କରାଯାଇଥିଲା ଓ ସନ ୧୯୩୩ରେ ପ୍ରଥମେ ତିଆରି କରାଯାଇଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[1] ସନ ୨୦୧୫ରେ ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ବଟିକାର ମୂଲ୍ୟ ୦.୦୦୩ରୁ ୦.୦୦୭ ଆମେରିକୀୟ ଡଲାର ।[7] ଅନେକ ଦେଶରେ ସକାଳ ଖାଦ୍ୟରେ (breakfast cereal) ଏହା ଯୋଗ କରାଯାଇଥାଏ । [2]