ମଦ୍ୟପାନ ଜନିତ ଯକୃତ ରୋଗ
ମଦ୍ୟପାନ ଜନିତ ଯକୃତ ରୋଗ ବା ଏଏଲଡି ( ALD ) ହେଉଛି ମଦ୍ୟପାନ ଯୋଗୁ ହେଉଥିବା ଏକ ଯକୃତ ସମସ୍ୟା | / From Wikipedia, the free encyclopedia
ମଦ୍ୟପାନ ଜନିତ ଯକୃତ ରୋଗ ବା ଏଏଲଡି ( ALD ) ହେଉଛି ମଦ୍ୟପାନ ଯୋଗୁ ହେଉଥିବା ଏକ ଯକୃତ ସମସ୍ୟା | [1] ଗମ୍ଭୀରତା ଅନୁସାରେ ହେଉଥିବା ରୋଗମାନଙ୍କର ନାମ ଚର୍ବିଳ ଯକୃତ, ଆଲକୋହୋଲିକ ଯକୃତ ପ୍ରଦାହ ଓ ଆଲକୋହୋଲିକ ସିରୋସିସ୍ | [2] [1] ଏହାର ଲକ୍ଷଣ ମଧ୍ୟରେ ବାନ୍ତି, ଉଦର ଯନ୍ତ୍ରଣା କିମ୍ବା ହଳଦିଆ ଚର୍ମ ଅନ୍ତର୍ଭୁକ୍ତ ହୋଇପାରେ | [1] ରୋଗ ଜଟିଳ ହେଲେ ଭାରିସିଆଲ ରକ୍ତସ୍ରାବ, ସ୍ୱତଃପ୍ରବୃତ୍ତ ଜୀବାଣୁ ପେରିଟୋନାଇଟିସ, ହେପାଟିକ ଏନସେଫାଲୋପାଥି ଓ ଯକୃତ କର୍କଟ ରୋଗ ହୋଇପାରେ । [2]
Alcoholic liver disease | |
---|---|
Alcohol-related liver disease (ARLD) | |
ବିଭାଗ | Gastroenterology |
ଲକ୍ଷଣ | Vomiting, abdominal pain, yellowish skin[1] |
କାରଣ | Higher levels of alcohol use[1] |
ବିପଦ କାରକ | Obesity, hepatitis C[1] |
ସଠିକ ରୋଗ ନିର୍ଣ୍ଣୟ | Other causes of hepatitis, Alpha-1 antitrypsin deficiency, Wilson disease[1] |
ଚିକିତ୍ସା | Stopping alcohol, avoiding high dose paracetamol, dietary support, liver transplant[2][1] |
ପୁନଃପୌନିକ | Common[2] |
ମୃତ୍ୟୁ ସାନ୍ଦ୍ରତା | 580,000 (2016)[2] |
ଅଧିକ ମାତ୍ରାରେ ମଦ୍ୟପାନର ବ୍ୟବହାର ହେତୁ ଏହା ଘଟିଥାଏ (ପୁରୁଷମାନଙ୍କରେ ସପ୍ତାହରେ ୨୧ରୁ ଅଧିକ ପାନୀୟ ଏବଂ ମହିଳାମାନଙ୍କରେ ସପ୍ତାହରେ ୧୪ଟି ପାନୀୟ) | [1] ବିପଦର କାରକ ମଧ୍ୟରେ ଅଧିକ ମଦ୍ୟପାନ ଏବଂ ଅଧିକ ସମୟ ଧରି ପାନ କଲେ ହୁଏ | [1] ମେଦବହୁଳତା ଏବଂ ହେପାଟାଇଟିସ୍ ସି ଯୋଗୁ ମଧ୍ୟ ହୋଇପାରେ । [1] ମେଡିକାଲ ଇମେଜିଙ୍ଗ, ରକ୍ତ ପରୀକ୍ଷା ଏବଂ ଯକୃତ ବାୟୋପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [2] ଏଏଲଟି ଅପେକ୍ଷା ଏଏସଟି ଅଧିକ ବୃଦ୍ଧି ପାଇଥାଏ | [1]
ଏହାର ଚିକିତ୍ସାରେ ମଦ୍ୟପାନ ବନ୍ଦ କରିବାକୁ କୁହାଯାଏ | [2] ଖାଦ୍ୟପେୟ ଯତ୍ନ, କମ୍ ପାସେଟାମୋଲ (ଆସେଟାମିନୋଫେନ୍) ସେବନ ଉପକାରୀ ସାବ୍ୟସ୍ତ ହୁଏ । [1] କେତେକ କ୍ଷେତ୍ରରେ ଷ୍ଟିରଏଡ ବ୍ୟବହାର କରାଯାଇପାରେ | [1] ଗୁରୁତର ରୋଗରେ ଯକୃତ ପ୍ରତିରୋପଣ ପାଇଁ ପରାମର୍ଶ ଦିଆଯାଇପାରେ। [2] ଚର୍ବିଳ ଯକୃତ ଥିଲେ ଉପଶମ ହୋଇପାରେ | [1]
ଅଧିକ ମଦ୍ୟପାନକାରୀମାନଙ୍କ ମଧ୍ୟରୁ ୯୦% ଲୋକ ଚର୍ବିଳ ଯକୃତ, ପ୍ରାୟ ୨୫% ଲୋକ ଆଲକୋହୋଲିକ ଯକୃତ ପ୍ରଦାହ ଏବଂ ୧୫% ଲୋକ ସିରୋସିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି | [3] ଆନ୍ତର୍ଜାତୀୟ ସ୍ତରରେ ଏଏଲଡି ଏକ ସାଧାରଣ ଦୀର୍ଘକାଳୀନ ଯକୃତ ରୋଗ । [2] ୟୁରୋପର ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [1] ସନ ୨୦୧୬ରେ ହୋଇଥିବା ପ୍ରାୟ ୧.୩ ନିୟୁତ ମୃତ୍ୟୁ ମଧ୍ୟରୁ ପ୍ରାୟ ୨୭% ମଦ୍ୟପାନ କାରଣରୁ ହୋଇଥିଲା । [2] ମଦ୍ୟପାନ ଜନିତ ଯକୃତ କର୍କଟ ରୋଗ ଯୋଗୁ ୨୪୫,୦୦୦ ମୃତ୍ୟୁ ଘଟିଥିଲା। [2]