ମେଦ ବହୁଳତା
From Wikipedia, the free encyclopedia
ମେଦ ବହୁଳତା ବା ଓବେସିଟି ଏକ ମେଡିକାଲ ରୋଗ ଯେଉଁଥିରେ ଅତ୍ୟଧିକ ଶରୀର ଚର୍ବି ଜମାହୋଇଯାଏ ଯାହା ସ୍ୱାସ୍ଥ୍ୟ ଉପରେ ପ୍ରତିକୁଳ ପ୍ରଭାବ ପକାଏ ।[1] ଯାହାର ବଡି ମାସ ଇଣ୍ଡେକ୍ସ (ବିଏମଆଇ) (ଲୋକର ଓଜନ ହରଣ ଲୋକର ମିଟରରେ ଉଚ୍ଚତାର ବର୍ଗ) ୩୦ରୁ ଅଧିକ ଥାଏ, ତାହାକୁ ମେଦ ବହୁଳତା କୁହାଯାଏ ଓ ୨୫ରୁ ୩୦ ଭିତରେ ଥିଲେ ଅଧିଭାର କୁହାଯାଏ । [1] କେତେକ ପୂର୍ବ ଏସିଆ ଦେଶମାନଙ୍କରେ ଏହାଠାରୁ କମ ମୂଲ୍ୟାୟନ କରନ୍ତି ।[2] ମେଦ ବହୁଳତା ଥିଲେ ଅନେକ ରୋଗ ହେବା ସମ୍ଭାବନା ଥାଏ ଯଥା; ହୃତ୍ପିଣ୍ଡ ରୋଗ, ଡାଏବେଟିସ ୨, ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ, କେତେକ କର୍କଟ ଓ ଓଷ୍ଟିଓଆର୍ଥ୍ରାଇଟିସ ।[3]ମେଦ ବହୁଳତାର କେତେକ ପ୍ରତିଶବ୍ଦମାନଙ୍କର ନାମ: ସ୍ଥୌଲ୍ୟତା, ମେଦୋବୃଦ୍ଧି, ସ୍ଥୁଳକାୟତ୍ତ୍ୱ, ନୁଦ୍ବୁଦ ବ୍ୟାଧି[4]
ମେଦ ବହୁଳତା | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*] |
ଆଇସିଡ଼ି-୧୦ | E66. |
ଆଇସିଡ଼ି-୯-ସିଏମ୍ | 278 |
ଓଏମ୍ଆଇଏମ୍ | 601665 |
ରୋଗ ଡାଟାବେସ | 9099 |
ମେଡ଼ିସିନ-ପ୍ଲସ | 007297 |
ଇ-ମେଡ଼ିସିନ | med/1653 |
MeSH | C23.888.144.699.500 |
ମେଦ ବହୁଳତା ହେବାର ଅନେକ କାରଣ ମଧ୍ୟରେ ଅତ୍ୟଧିକ ଶକ୍ତିଦାୟକ ଖାଦ୍ୟ, ଶାରୀରିକ ପରିଶ୍ରମର ଅଭାବ ଓ ଜେନେଟିକ ସମ୍ବେଦନଶୀଳତା ଉଲ୍ଲେଖନୀୟ ।[1][5] କେତେକ କେସ୍ରେ ଜିନ୍, ଅନ୍ତସ୍ରାବୀ ଗ୍ରନ୍ଥି ସମସ୍ୟା, ଔଷଧ ବା ମାନସିକ ବେମାରୀ ମୂଖ୍ୟ କାରଣ ହୋଇପାରେ ।[6] କେତେକ ମତରେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ଏହି ରୋଗ ହୁଏ, ଏ ମତବାଦର ପ୍ରମାଣ ସାଧାରଣ ଭାବରେ ଅନୁମୋଦିତ ହୁଏ ନାହିଁ ।[7] ସାଧାରଣତଃ ମେଦ ବହୁଳ ଲୋକଙ୍କର ଶକ୍ତି କ୍ଷୟ ଅନ୍ୟମାନଙ୍କ ଅପେକ୍ଷା ଅଧିକ ହୁଏ କାରଣ ଏମାନଙ୍କର ବଡି ମାସ ନିମନ୍ତେ ଅଧିକ ଶକ୍ତି ଆବଶ୍ୟକ ହୁଏ ।[7][8]
ମେଦ ବହୁଳତାକୁ ସାମାଜିକ ଓ ବ୍ୟକ୍ତଗତ ପସନ୍ଦର ପରିବର୍ତ୍ତନ କରି ପ୍ରତିରୋଧ କରିହୁଏ ।[1] ଖାଦ୍ୟ ଓ ଶାରୀରିକ ବ୍ୟାୟାମଦ୍ୱାରା ଏହାର ମୂଖ୍ୟ ଚିକିତ୍ସା କରାଯାଏ ।[3] ଶକ୍ତି ସମ୍ପନ୍ନ ଖାଦ୍ୟ ଯେପରିକି ଚର୍ବି ଓ ଶର୍କରା ଜାତୀୟ ଖାଦ୍ୟ କମ୍ କରି ତନ୍ତୁ ଯୁକ୍ତ ଖାଦ୍ୟ ଅଧିକ ଖାଇଲେ ଖାଦ୍ୟର ଗୁଣବତ୍ତା ଉନ୍ନତ ହୁଏ ।[1] ଉପଯୁକ୍ତ ଖାଦ୍ୟ ସହିତ ଔଷଧ ଖାଇଲେ ଖାଦ୍ୟ ରୁଚି କମିଯାଏ ବା ଚର୍ବି ଅବଶୋଷଣ କମିଯାଏ ।[9] ଖାଦ୍ୟ, ବ୍ୟାୟାମ ଓ ଔଷଧ କାର୍ଯ୍ୟକାରୀ ନ ହେଲେ ଗ୍ୟାସ୍ଟ୍ରିକ ବେଲୁନ ବା ଅପରେଶନ କରି ପାକସ୍ଥଳୀର ଲମ୍ବ ଓ ପରିମାଣ ବା ଭଲ୍ୟୁମ କମେଇ ଦେଲେ ଶୀଘ୍ର ପେଟ ପୂର୍ଣ୍ଣ ଲାଗିବ ଓ ପୋଷକ ଅବଶୋଷଣ କମିଯିବ ।[10][11]
ମୃତ୍ୟୁର ଏକ କାରଣ ମେଦ ବହୁଳତାକୁ ପ୍ରତିରୋଧ କରାଯାଇ ପାରିବ । ମେଦାଳତା ଏକ ମୃତ୍ୟୁ ପ୍ରତିରୋଧକ୍ଷମ ଅବସ୍ଥା ଯାହା ପୃଥିବୀବ୍ୟାପି ବୟଃପ୍ରାପ୍ତ ଓ ପିଲାଙ୍କର ରୋଗ ହାରରେ ବୃଦ୍ଧି ଘଟୁଛି ।[1][12] ସନ ୨୦୧୪ରେ ୬୦୦ ନିୟୁତ ବୟସ୍କ (୧୩%) ଓ ୪୨ ନିୟୁତ ୫ ବର୍ଷ ବୟସରୁ କମ୍ ପିଲାଙ୍କର ମେଦାଳତା ହୋଇଥିଲା ।[1]ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୁଏ ।[1] ବିଶାରଦମାନଙ୍କ ମତରେ ଏହା ଏକବିଂଶ ଶତାବ୍ଦୀର ଏକ ସାଂଘାତିକ ଜନସ୍ୱାସ୍ଥ୍ୟ ସମସ୍ୟା ।[13] ମେଦାଳତା ଏକ କଳଙ୍କ ରୂପେ ଆଧୁନିକ ପୃଥିବୀ ବିଶେଷତଃ ପଶ୍ଚିମ ପୃଥିବୀରେ ପରିଚିତ ଯଦିଓ ଏକ ସମୟରେ ଏହା ସମ୍ପତ୍ତି ଓ ପ୍ରଜନନକ୍ଷମ (fertility) ଅବସ୍ଥା ବୋଲି ବିବେଚିତ ହେଉଥିଲା ଓ ଅଦ୍ୟାବଧି କେତେକ ସ୍ଥାନରେ ହେଉଛି ।[3][14] ସନ ୨୦୧୩ରେ ଆମେରିକାଲ ମେଡିକାଲ ଆସୋସିଏସନ ଏହାକୁ ଏକ ରୋଗ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି ।[15][16]