ଚିଲିକା ହ୍ରଦ
ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଲବଣାକ୍ତ ହ୍ରଦ / From Wikipedia, the free encyclopedia
ଚିଲିକା ଓଡ଼ିଶାର ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାରେ ବ୍ୟାପିଥିବା ଏକ ଖାରିଆ ହ୍ରଦ । ଏହା ଓଡ଼ିଶାର ସବୁଠୁ ବଡ଼ ହ୍ରଦ । ଅଂଶୁପା ଓ ସର ମଧୁରଜଳ ହ୍ରଦ ହୋଇଥିବା ବେଳେ ଚିଲିକା ହେଉଛି ଖାର ପାଣି ହ୍ରଦ।
ଚିଲିକା ହ୍ରଦ | |
---|---|
ଅବସ୍ଥାନ | ଓଡ଼ିଶା |
ଦିଗବାରେଣି | 19°43′N 85°19′E |
ହ୍ରଦର ପ୍ରକାର | ଲବଣାକ୍ତ |
ପ୍ରାଥମିକ ଭିତରଧାରା | ଭାର୍ଗବୀ, ଦୟା, ମକରା, ମଲାଗୁଣି ଓ ନୁଣା ନଦୀ ସମେତ ୩୫ଟି ଜଳଧାରା [1] |
ପ୍ରାଥମିକ ବାହାରଧାରା | ଅରଖକୁଦଠାରେ ପୁରୁଣାମୁହଁ, ସାତପଡ଼ାରେ ବଙ୍ଗୋପସାଗର ଆଡ଼କୁ ନୂଆ ମୁହଁ |
ଅବବାହିକା | 3,560 km2 (1,370 sq mi) |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ |
ସର୍ବାଧିକ ଲମ୍ବ | 64.3 km (40.0 mi) |
Surface area | min.: 740 km2 (286 sq mi) max.: 1,165 km2 (450 sq mi) |
ସର୍ବାଧିକ ଗଭୀରତା | 4.2 m (13.8 ft) |
Water volume | 4 km3 (3,200,000 acre⋅ft) |
ଭୂମି ଉଚ୍ଚତା | 0 – 2 m (6.6 ft) |
Islands | 223 km2 (86.1 sq mi): ବଡ଼କୁଦ, ହନିମୁନ, କାଳିଜାଇ ପାହାଡ଼, କାନ୍ଥପାଟଣା, କୃଷ୍ଣପ୍ରସାଦ (ପୁରୁଣା ପାରିକୁଦ), ନଳବଣ, ନୂଆପଡ଼ା ଓ ସାନକୁଦ । |
ଜନବସତି | ପୁରୀ ଓ ସାତପଡ଼ା |
ଆଧାର | [1] |
ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଏହା ଭାରତୀୟ ଉପମହାଦେଶରେ ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ । ଚିଲିକାରେ ଶୀତଦିନ ବିତାଇବା ପାଇଁ ଏମାନେ ସୁଦୂର ଉତ୍ତର ଗୋଲାର୍ଦ୍ଧ ଓ ସାଇବେରିଆ ଅଞ୍ଚଳରୁ ହଜାର ହଜାର ମାଇଲ ଉଡ଼ି ଆସନ୍ତି । ଏହି ହ୍ରଦରେ ଅନେକ ସଙ୍କଟାପର୍ଣ୍ଣ ପ୍ରଜାତିର ଉଦ୍ଭିଦ ଏବଂ ପ୍ରାଣୀ ବାସ କରନ୍ତି ।[2][3]
ଏଠାରେ ଥିବା ପରିକୁଦ ଓ ମାଲୁଦ ଦ୍ୱୀପରେ ଥିବା ମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ । ପ୍ରକୃତିର ବିବିଧତା ଏଠାରେ ଫୁଟିକରି ଦେଖାଯାଏ । ବିଭିନ୍ନ ପ୍ରକାରର ପକ୍ଷୀ, ସାମୁଦ୍ରିକ ପ୍ରାଣୀ, ଉଦ୍ଭିଦମାନଙ୍କର ଏହା ଗନ୍ତାଘର ।
ଅନେକ ପୁସ୍ତକରେ ଚିଲିକା ଏକ ହ୍ରଦ ଭାବରେ ବର୍ଣ୍ଣିତ ଓ ଆଲୋଚିତ । ହ୍ରଦ ଏକ ଜଳଭାଗ ଯାହାର ଚତୁଃପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ । ମାତ୍ର ଚିଲିକା ହେଉଛି ଏକ "ଲବଣାକ୍ତ ହ୍ରଦ" ବା ଲଗୁନ୍ (Lagoon) । ଏହା ଏପରି ଏକ ଜଳଭାଗ ଯାହାର ପ୍ରାୟଶଃ ତିନିପାର୍ଶ୍ୱ ସ୍ଥଳଭାଗଦ୍ୱାରା ପରିବେଷ୍ଟିତ ହୋଇଥିବା ବେଳେ ଏକ ପାର୍ଶ୍ୱ ସମୁଦ୍ର ସହ ସଂଯୁକ୍ତ। ସୁତରାଂ ଚିଲିକାକୁ ହ୍ରଦ ପରିବର୍ତ୍ତେ ଲଗୁନ୍ କୁହାଯିବା ଯୁକ୍ତିଯୁକ୍ତ ।