From Wikipedia, the free encyclopedia
ମଲାଗୁଣି ନଦୀ ଭାରତୀୟ ରାଜ୍ୟ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାର ଏକ ପାର୍ବତ୍ୟ ନାଳ । ଏହା ଗଞ୍ଜାମ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ସୀମା ନିକଟରେ ସୃଷ୍ଟି ହୋଇ ଉତ୍ତର ପୂର୍ବ, ପୂର୍ବ ଓ ଦକ୍ଷିଣାଞ୍ଚଳକୁଅ ପ୍ରବାହିତ ହୁଏ । ଏହା ଗୋଳବାଇ ଶାସନ ଅଞ୍ଚଳ ଦେଇ ଗଲା ପରେ ଦୟା ନଦୀରେ 20°0′1″N 85°37′30″E ଠାରେ ଅବସ୍ଥିତ ବଳଭଦ୍ରପୁରଠାରେ ମିଳିତ ହୁଏ । ସେଠାରୁ ଦୟା ନଦୀ ପ୍ରବାହିତ ହେଇ ଚିଲିକା ହ୍ରଦ ସହ ମିଳିତ ହେଇ ବଙ୍ଗୋପସାଗରରେ ପଡିଥାଏ । [1]
ଏହି ନଦୀ ଉପରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରାମେଶ୍ୱର ଗ୍ରାମ ନିକଟରେ ରହିଛି । ବର୍ଷା ଋତୁରେ ଅଧିକ ଜଳ ପ୍ଲାବନ ହେଇ ଏହି ନଦୀ ଖୋର୍ଦ୍ଧା, ଚିଲିକା ଓ ଟାଙ୍ଗୀ ଅଞ୍ଚଳରେ ବନ୍ୟା ବିପତ୍ତି ସୃଷ୍ଟି କରିଥାଏ । [2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.