କୋଣାର୍କ ସୂର୍ଯ୍ୟ ମନ୍ଦିର
କୋଣାର୍କରେ ଅବସ୍ଥିତ ସୂର୍ଯ୍ୟ ମନ୍ଦିର / From Wikipedia, the free encyclopedia
କୋଣାର୍କ ସୂର୍ଯ୍ୟ ମନ୍ଦିର ୧୩ଶ ଶତାବ୍ଦୀରେ ନିର୍ମିତ ଭାରତର ଓଡ଼ିଶାର କୋଣାର୍କରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ।[1]) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କଦ୍ୱାରା ଏହି ମନ୍ଦିର ତୋଳାଯାଇଥିଲା ବୋଲି ଜଣାଯାଏ ।[2] ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । [3] ଟାଇମସ୍ ଅଫ ଇଣ୍ଡିଆ ଓ ଏନଡିଟିଭି ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହାର ନାମ ଲିପିବଦ୍ଧ ହୋଇଛି ।
Quick Facts ସୂର୍ଯ୍ୟ ମନ୍ଦିର, କୋଣାର୍କ*, ଇଉନେସ୍କୋ ସ୍ଥଳୀ ...
ସୂର୍ଯ୍ୟ ମନ୍ଦିର, କୋଣାର୍କ* | |
---|---|
ଇଉନେସ୍କୋ ସ୍ଥଳୀ | |
ରାଜ୍ୟ ଦଳ | ଭାରତ |
ପ୍ରକାର | ସାଂସ୍କୃତିକ |
ନିୟମ | i, iii, vi |
ଆଧାର | 246 |
ଅଞ୍ଚଳ** | ଏସିଆ-ପାସିଫିକ |
ଲେଖ ଇତିହାସ | |
ଲେଖ | 1984 (୮ମ ଭାଗ) |
* ବିଶ୍ଵ ଐତିହ୍ୟ ସ୍ଥଳୀରେ ଥିବା ନାଆଁ ** ଇଉନେସ୍କୋ ଦେଇ ବିଭାଗିତ ନାଆଁ |
Close