ଓଡ଼ିଶା
ଭାରତର ରାଜ୍ୟ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଓଡ଼ିଶା | ||||||||||||
---|---|---|---|---|---|---|---|---|---|---|---|---|
ଦେଶ | ଭାରତ | |||||||||||
ସ୍ଥାପନ | ୧ ଅପ୍ରେଲ ୧୯୩୬ କନିକା ରାଜବାଟି, କଟକ | |||||||||||
ରାଜଧାନୀ | ଭୁବନେଶ୍ୱର | |||||||||||
ବୃହତ୍ତମ ନଗର | ଭୁବନେଶ୍ୱର | |||||||||||
ଜିଲ୍ଲା ସଂଖ୍ୟା | ୩୦ | |||||||||||
Government | ||||||||||||
• ରାଜ୍ୟପାଳ | ରଘୁବର ଦାସ | |||||||||||
• ମୁଖ୍ୟମନ୍ତ୍ରୀ | ନବୀନ ପଟ୍ଟନାୟକ | |||||||||||
• ବିଧାନ ସଭା | ଓଡ଼ିଶା ବିଧାନ ସଭା (୧୪୭ ଆସନ) | |||||||||||
• ଉଚ୍ଚ ନ୍ୟାୟାଳୟ | ଓଡ଼ିଶା ଉଚ୍ଚ ନ୍ୟାୟାଳୟ, କଟକ | |||||||||||
Area | ||||||||||||
• ସମୁଦାୟ | 155820 km2 (60,160 sq mi) | |||||||||||
• Rank | ଅଷ୍ଟମ (୮ମ) | |||||||||||
Population (୨୦୧୧) | ||||||||||||
• Total | ୪୧୯୭୪୨୧୮ | |||||||||||
• Rank | ଏକାଦଶ (୧୧ଶ) | |||||||||||
Time zone | UTC+୦୫:୩୦ (ଭାରତୀୟ ମାନକ ସମୟ) | |||||||||||
ISO 3166 code | IN-OR | |||||||||||
HDI | ୦.୩୬୨ (କମ) | |||||||||||
ଏଚ୍ ଡି ଆଇ କ୍ରମାଙ୍କ | ୨୨ ତମ(୨୦୦୭-୨୦୦୮)[1] | |||||||||||
ସାକ୍ଷରତା | ୭୩.୪୫% | |||||||||||
ସରକାରୀ ଭାଷା | ଓଡ଼ିଆ | |||||||||||
Website | odisha.gov.in |
ଓଡ଼ିଶା ( ଓଡ଼ିଶା (help·info)) ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗ, ଉତ୍ତରରେ ଝାଡ଼ଖଣ୍ଡ, ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼, ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ଓ ଜନସଂଖ୍ୟା ହିସାବରେ ଯଥାକ୍ରମେ ଅଷ୍ଟମ ଓ ଏକାଦଶ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗ ଓ ଉତ୍କଳର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ଼ ସହର ଏବଂ ରାଜଧାନୀ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୩ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀ, କୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା, ସମ୍ରାଟ ଖାରବେଳଙ୍କ ଶିଳାଲେଖ, ଧଉଳିଗିରି, ଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ, ଆଠମଲ୍ଲିକ ର ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀ, କୋଣାର୍କର ଚନ୍ଦ୍ରଭାଗା, ଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।