From Wikipedia, the free encyclopedia
ୱିଲହେମ କନରାଡ ରଣ୍ଟଜେନ (Wilhelm Conrad Röntgen: ୨୭ ମାର୍ଚ୍ଚ ୧୮୪୫ରୁ ୧୦ ଫେବୃଆରୀ) ଜର୍ମାନୀ ଦେଶର ଜଣେ ପଦାର୍ଥ ବିଜ୍ଞାନୀ ଥିଲେ । ସେ ୮ ନଭେମ୍ବର ୧୮୯୫ ମସିହାରେ ଗୋଟିଏ ଇଲେକ୍ଟ୍ରୋମ୍ୟାଗନେଟିକ ୱେଭଲେନ୍ଥ ଆବିଷ୍କାର କଲେ ଯାହା ଅଧୁନା ଏକ୍ସ- ରେ (X-rays or Röntgen rays) ନାମରେ ପରିଚିତ ଓ ଏଥି ନିମନ୍ତେ ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ପ୍ରଥମ ନୋବେଲ ପୁରସ୍କାର ମିଳିଥିଲା[1] । ତାଙ୍କୁ ସମ୍ମାନ ଜଣେଇ ଆଇ.ୟୁ.ପି.ଏ.ସି. ( International Union of Pure and Applied Chemistry: IUPAC ) ସଂସ୍ଥା ୨୦୦୪ ମସିହାରେ ଗୋଟିଏ ଏଲିମେଣ୍ଟ ୧୧୧କୁ ତାଙ୍କ ନାମାନୁସାରେ ରଣ୍ଟଜେନିଅମ ନାମ ଦିଆଗଲା ।
ୱିଲହେମ ରଣ୍ଟଜେନ | |
---|---|
ଜନ୍ମ | Wilhelm Conrad Röntgen ୨୭ ମାର୍ଚ୍ଚ ୧୮୪୫ Lennep, Rhine Province, Germany |
ମୃତ୍ୟୁ | ୧୦ ଫେବୃଆରୀ ୧୯୨୩ ୭୭) Munich, Germany | (ବୟସ
ଜାତୀୟତା | German |
ଶିକ୍ଷାନୁଷ୍ଠାନ |
|
ପ୍ରସିଦ୍ଧି | X-rays |
ପୁରସ୍କାର | Nobel Prize in Physics (1901) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Physics X-ray astronomy |
କର୍ମାନୁଷ୍ଠାନ |
|
ଡକ୍ଟରୀ ଉପଦେଷ୍ଟା | August Kundt |
ଡକ୍ଟରୀ ଛାତ୍ର |
|
ଦସ୍ତଖତ | |
ରଣ୍ଟଜେନଙ୍କ ପିତା ଜଣେ ଲୁଗା ପ୍ରସ୍ତୁତକାରୀ ଓ ବେପାରୀ ଥିଲେ ଓ ମାଆଙ୍କ ନାମ ଚାର୍ଲୋଟ (Charlotte Constanze Frowein) ଥିଲା । ଜୁରିକର ଫେଡେରାଲ ପଲିଟେକ୍ନିକ୍ ଇନ୍ସ୍ଟିଚ୍ୟୁଟରେ ସେ ମେକାନିକାଲ ଇଞ୍ଜିନିଅରିଙ୍ଗ ପାସ କରିଥିଲେ । ସେ ୧୮୬୯ ମସିହାରେ ଜୁରିକ ୟୁନିଭରସିଟିରୁ ପି.ଏଚ୍.ଡି ଲାଭ କରିଥିଲେ । ସେ ୧୮୭୩ ମସିହାରେ ତାଙ୍କର ପ୍ରଫେସର ଅଗଷ୍ଟ କୁଣ୍ଡତଙ୍କ (August Kundt) ପ୍ରିୟ ଛାତ୍ର ହୋଇ ତାଙ୍କ ସହ ସ୍ଟ୍ରାସବର୍ଗ ୟୁନିଭରସିଟିକୁ ଆସିଥିଲେ[2] । ସେ ୧୮୭୪ ମସିହାରେ ସ୍ଟ୍ରସବର୍ଗ ୟୁନିଭରସିଟିରେ ଲେକ୍ଚରର୍ ରୂପେ ଯୋଗ ଦେଇଥିଲେ ଓ ୧୮୭୫ ମସିହାରେ ହୋହେନ୍ହେମ୍ଠାରେ ଏକାଡେମି ଅଫ ଏଗ୍ରିକଲଚର ଅନୁଷ୍ଠାନରେ ପ୍ରଫେସର ହୋଇଥିଲେ ।
ଆନ୍ନା ବର୍ଥା ଲୁଡବିଗ ତାଙ୍କର ପତ୍ନୀ ଥିଲେ ଓ ତାଙ୍କର ଜୋସେଫାଇନ ନାମରେ ଗୋଟିଏ ପାଳିତା କନ୍ୟା ଥିଲା ଯିଏ ଜୋସେଫାଇନଙ୍କି ଭାଇଙ୍କ ଝିଅ ଥିଲେ । ଅନ୍ତନଳୀ କର୍କଟ ରୋଗରେ ପୀଡ଼ିତ ହୋଇ ରଣ୍ଟଜେନ ୧୮୨୩ ମସିହାରେ ଦେହ ତ୍ୟାଗ କଲେ[3] । ସେ ସର୍ବଦା ଶିଶାର ପୋଷାକ ପିନ୍ଧୁ ଥିବାରୁ କର୍କଟ ରୋଗ ରାଡିଏସନ ଯୋଗୁ ହେବା କାରଣକୁ ଅସ୍ୱୀକାର କରାଯାଏ ।
ରଣ୍ଟଜେନ ତାଙ୍କର କୌଣସି ଆବିଷ୍କାରକୁ ପେଟେଣ୍ଟ କରୁ ନ ଥିଲେ । ନୋବେଲ ପୁରସ୍କାର ଅର୍ଥକୁ ସେ ଉର୍ଜବର୍ଗ ୟୁନିଭରସିଟିକୁ ଦାନ କରିଦେଇଥିଲେ । ତାଙ୍କ ଶେଷ ଜୀବନରେ ସେ ବ୍ୟାଙ୍କରପ୍ଟ ହୋଇଯାଇଥିଲେ ଓ ମ୍ୟୁନିକ ପାଖରେ ଥିବା ବେଲ୍ହେମଠାରେ ତାଙ୍କର ନିଜ ଗ୍ରାମ ଘରେ ରହୁଥିଲେ[4] । ତାଙ୍କର ଉଇଲ ଅନୁସାରେ ତାଙ୍କର ବ୍ୟକ୍ତିଗତ ଓ ବୈଜ୍ଞାନିକ ପତ୍ରାଳାପ ସବୁ ନଷ୍ଟ କରିଦିଆଯାଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.