![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/5/51/Hashimoto_thyroiditis_-_alt_--_very_low_mag.jpg/640px-Hashimoto_thyroiditis_-_alt_--_very_low_mag.jpg&w=640&q=50)
ହାସିମୋଟୋସ ଥାଇରଏଡାଇଟିସ
From Wikipedia, the free encyclopedia
ହାସିମୋଟୋସ ଥାଇରଏଡାଇଟିସ (ଇଂରାଜୀ ଭାଷାରେHashimoto's thyroiditis ବା chronic lymphocytic thyroiditis) ଏକ ଅଟୋଇମ୍ମ୍ୟୁନ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି କ୍ରମାନୁସାରେ ନଷ୍ଟ ହୋଇଯାଏ । [1] ଆରମ୍ଭରୁ କୌଣସି ଲକ୍ଷଣ ନ ଥାଇପାରେ ।[1] ସମୟ କ୍ରମେ ଥାଇରଏଡର ଆକାର ବଢ଼ିଯାଇ ଏକ କଷ୍ଟବିହୀନ ଗଳଗଣ୍ଡ/ଗଏଟର (goitre) ତିଆରି ହୁଏ ।[1] ଅବଶେଷରେ କେତେକ ଲୋକଙ୍କର ହାଇପୋଥାଇରଏଡିଜ୍ମ (hypothyroidism) ହୋଇ ଓଜନ ବୃଦ୍ଧି, ଥକ୍କା ଲାଗିବା (feeling tired), କୋଷ୍ଠକାଠିନ୍ୟ, ଅବସାଦ (depression) ଓ ଶାରୀରିକ ଯନ୍ତ୍ରଣା ଆଦି ଲକ୍ଷଣ ପ୍ରକାଶ ପାଏ ।[1] ଅନେକ ବର୍ଷ ପରେ ଥାଇରଏଡର ଆକାର କମିଯାଇ ଶୁଖିଯାଏ ।[1] ଏହି ରୋଗ ଜଟିଳ ହୋଇ ଥାଇରଏଡ ଲିମ୍ଫୋମା (thyroid lymphoma) ସୃଷ୍ଟି ହୋଇପାରେ ।[2]
ହାସିମୋଟୋସ ଥାଇରଏଡାଇଟିସ | |
---|---|
ଇଂରାଜୀ ପ୍ରତିଶବ୍ଦ - chronic lymphocytic thyroiditis, autoimmune thyroiditis, struma lymphomatosa | |
![]() ଜଣେ ହାସିମୋଟୋସ ଥାଇରଏଡାଇଟିସ ରୋଗୀର ଥାଇରଏଡ ଗ୍ରନ୍ଥିର ଅଣୁବୀକ୍ଷଣ ଯନ୍ତ୍ରରେ ଦୃଶ୍ୟ । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*] |
ଆଇସିଡ଼ି-୧୦ | E06.3 |
ଆଇସିଡ଼ି-୯-ସିଏମ୍ | 245.2 |
ଓଏମ୍ଆଇଏମ୍ | 140300 |
ରୋଗ ଡାଟାବେସ | 5649 |
ଇ-ମେଡ଼ିସିନ | med/949 |
Patient UK | ହାସିମୋଟୋସ ଥାଇରଏଡାଇଟିସ |
MeSH | D050031 |
ଜେନେଟିକ (genetic|) ଓ ପରିବେଶ (environmental factors) ପ୍ରଭାବ ଯୋଗୁ ହାସିମୋଟୋସ ଥାଇରଏଡାଇଟିସ ହୋଇପାରେ ।[3] ଏହି ରୋଗର ପାରିବାରିକ ଇତିହାସ ଥିଲେ ବା ଅନ୍ୟ କୌଣସି ଅଟୋଇମ୍ମ୍ୟୁନ (autoimmune disease) ରୋଗ ଥିଲେ ହାସିମୋଟୋସ ଥାଇରଏଡାଇଟିସ ସଙ୍କଟ ରହେ । [1] ରକ୍ତରୁ ଥାଇରଏଡ ସ୍ଟିମୁଲେଟିଙ୍ଗ ହରମୋନ (TSH), ଟି୪ (T4), ଓ ଆଣ୍ଟିଥାଇରଏଡ ଆଣ୍ଟିବଡି (antithyroid antibodies) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।.[1] ଗ୍ରେଭସ ଡିଜିଜ (Graves’ disease) ଓ ନନ୍ଟକ୍ସିକ ନୋଡ୍ୟୁଲାର ଗଏଟର (nontoxic nodular goiter) ରୋଗମାନଙ୍କରେ ମଧ୍ୟ ସମାନ ଧରଣର ଲକ୍ଷଣ ପ୍ରକାଶ ପାଏ ।[4]
ହାସିମୋଟୋସ ଥାଇରଏଡାଇଟିସ ରୋଗରେ ହାଇପୋଥିରଏଡିଜ୍ମ ଥାଉ ବା ନ ଥାଉ, ଲେଭୋଥାଇରକ୍ସିନ (levothyroxine) ଦେଇ ଚିକିତ୍ସା କରାଯାଏ ।[1] ହାଇପୋଥିରଏଡିଜ୍ମ ନ ଥିଲେ ଅନେକ ଚିକିତ୍ସା କରିବାକୁ ସୁପାରିସ କରନ୍ତି ନାହିଁ, ଅନ୍ୟ କେତେକ ଗଏଟର ଆକାର କମେଇବା ନିମନ୍ତେ ଚେଷ୍ଟା କରିବାକୁ ଚିକିତ୍ସା କରନ୍ତି ।[1] ଯେଉଁମାନଙ୍କର ହାଇପୋଥିରଏଡିଜ୍ମ ଅଛି, ସେମାନେ ବହୁତ ପରିମାଣର ଆୟୋଡିନ ଖାଇବାରୁ ବିରତ ରହିବା ଉଚିତ; କିନ୍ତୁ ଗର୍ଭାବସ୍ଥାରେ ଯଥେଷ୍ଟ ଆୟୋଡିନ ଖାଇବା ଆବଶ୍ୟକ । [1] ଗଏଟର ଚିକିତ୍ସା ନିମନ୍ତେ କ୍ୱଚିତ୍ ଅପରେଶନ ଦରକାର ହୁଏ ।[4]
ଜନସଂଖ୍ୟାର ୫% ଲୋକ ହାସିମୋଟୋସ ଥାଇରଏଡାଇଟିସ ରୋଗଦ୍ୱାରା ପୀଡ଼ିତ ହୁଅନ୍ତି ।[3] ଏହି ରୋଗ ୩୦ରୁ ୫୦ ବର୍ଷ ବଯସ ମଧ୍ୟରେ ବାହାରେ ଓ ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[1][5] ଏହି ରୋଗ ହାର ବୃଦ୍ଧି ପାଇବାକୁ ଲାଗିଛି ।[4] ସନ ୧୯୧୨ରେ ଜାପାନର ଚିକିତ୍ସକ ହାକାରୁ ହାସିମୋଟୋ (Hakaru Hashimoto) ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [6] ସନ ୧୯୫୭ରେ ଏହା ଏକ ଅଟୋଇମ୍ମ୍ୟୁନ ରୋଗ ଭାବରେ ଚିହ୍ନଟ ହୋଇଥିଲା ।[7]