![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8a/Thyroid%252C_Diffuse_Hyperplasia.jpg/640px-Thyroid%252C_Diffuse_Hyperplasia.jpg&w=640&q=50)
ଗଏଟର
ଏହା ଏକ ପ୍ରକାର ଥାଇରଏଡ ଗ୍ରନ୍ଥିର ରୋଗ ଯେଉଁଥିରେ ବେକର ସମ୍ମୁଖ ଭାଗ ଫୁଲିଯାଏ । / From Wikipedia, the free encyclopedia
ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | [2] ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | [6] ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ। [6] ଏହା ସାଧାରଣ, ନିମ୍ନ କିମ୍ବା ଉଚ୍ଚ ଥାଇରଏଡ୍ କାର୍ଯ୍ୟ ସହିତ ହୋଇପାରେ | [2]
Goitre | |
---|---|
Goiter | |
![]() Diffuse hyperplasia of the thyroid | |
ବିଭାଗ | Endocrinology |
ଲକ୍ଷଣ | Swelling of front of the neck[1] |
କାରଣ | Iodine deficiency, Grave disease, toxic nodular goiter, thyroid cancer, autoimmune thyroiditis, postpartum thyroiditis, silent thyroiditis, radiation thyroiditis, subacute thyroiditis, suppurative thyroiditis[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination, medical imaging[2] |
ସଠିକ ରୋଗ ନିର୍ଣ୍ଣୟ | Lymphadenopathy, pseudogoiter, branchial cleft cyst, thyroglossal duct cyst, parathyroid adenoma[3] |
ଚିକିତ୍ସା | Watchful waiting, iodine supplements, radioactive iodine, surgery[4] |
ପୁନଃପୌନିକ | 16% (2004)[5] |
ସାଧାରଣତଃ ଏହି ରୋଗ ଆୟୋଡିନ ଅଭାବ ଯୋଗୁ ହୁଏ । [2] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରେଭସ ରୋଗ, ବିଷାକ୍ତ ନୋଡୁଲାର ଗଏଟର, ଥାଇରଏଡ୍ କର୍କଟ, ଅଟୋଇମ୍ମୁନ ଥାଇରଏଡାଇଟିସ, ପୋଷ୍ଟପାର୍ଟମ ଥାଇରଏଡାଇଟିସ, ନିରବ ଥାଇରଏଡାଇଟିସ, ରାଡିଏସନ ଥାଇରଏଡାଇଟିସ, ସବଆକ୍ୟୁଟ ଥାଇରଏଡାଇଟିସ, ସପ୍ୟୁରେଟିଭ ଥାଇରଏଡାଇଟିସ, ସାର୍କୋଏଡୋସିସ୍ ଏବଂ ଏମିଓଡାରୋନ୍ ଭଳି କେତେକ ଔଷଧ ଯୋଗୁ ହୋଇପାରେ । [2] [7] ବେକକୁ ଦେଖିବା, ବେକ ସ୍ପର୍ଶ କରିବା କିମ୍ବା ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [2]
ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [6] ସତର୍କ ପ୍ରତୀକ୍ଷା, ଆୟୋଡିନ୍ ପରିପୂରକ, ରେଡିଓଆକ୍ଟିଭ ଆୟୋଡିନ କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [4] ୨୦୦୪ ମସିହା ସୁଦ୍ଧା ବିଶ୍ୱସ୍ତରରେ ଗଏଟର ହାର ପ୍ରାୟ ୧୬% ଅଟେ। [5] ପୁରୁଷଙ୍କ ତୁଳନାରେ ମହିଳାମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [2] ଆଫ୍ରିକା ଓ ଭୂମଧ୍ୟସାଗର ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଆମେରିକାରେ କମ୍ ଦେଖାଯାଏ। [5] ଚୀନରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨,୭୦୦ରେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା। [8] ଏହି ଗଏଟର ଶବ୍ଦଟି ଲାଟିନ ଭାଷାର ଗୁଟ୍ଟୁରରୁ ଆସିଛି, ଯାହାର ଅର୍ଥ ଗଳା | [9]