ସ୍ତନ ଯନ୍ତ୍ରଣା
ସ୍ତନରେ ହେଉଥିବା କଷ୍ଟକୁ ବୁଝାଏ, ଋତୁସ୍ରାବ ପୁର୍ବ କଷ୍ଟ ଓ ସମସ୍ତ କଷ୍ଟ ପ୍ରଦାନକାରି ସ୍ତନ ରୋଗର କଷ୍ଟକୁ ବୁଝା / From Wikipedia, the free encyclopedia
ସ୍ତନ ଯନ୍ତ୍ରଣା (ଇଂରାଜୀ ଭାଷାରେ Breast pain) ଏକ ଲକ୍ଷଣ ଯାହା ସ୍ତନର (breast) କଷ୍ଟ ବା ବେଆରାମ ଅବସ୍ଥାକୁ (discomfort) ବୁଝାଏ । [2] ଋତୁସ୍ରାବ ପୂର୍ବରୁ ଦୁଇ ସ୍ତନରେ କଷ୍ଟ ଅନୁଭବ ହୁଏ ଓ ଏହା ସାଂଘାତିକ ନୁହେଁ ।[1][3] ଗୋଟିଏ ସ୍ତନର କେବଳ ଗୋଟିଏ ପାଖରେ କଷ୍ଟ ହେଉଥିଲେ ଚିନ୍ତାର କାରଣ ହୁଏ ।[1] ସ୍ତନରେ କଠିକ ଗୋଟାଳି (mass) ଥିଲେ ବା ସ୍ତନାଗ୍ରରୁ କିଛି ସ୍ରାବ (nipple discharge) ହେଉଥିଲେ ଅଧିକ ଚିନ୍ତାର କାରଣ ହୋଇଥାଏ । [3]
ସ୍ତନ ଯନ୍ତ୍ରଣା | |
---|---|
Mastodynia, mastalgia, breast tenderness | |
ବିଭାଗ | ସ୍ତ୍ରୀରୋଗ (Gynecology) |
କାରଣ | ଋତୁ ଚକ୍ର (Menstrual cycle) related, ଜନ୍ମ ନିରୋଧ ବଟିକା (birth control pills), ହରମୋନ ଥେରାପି (hormone therapy), ମାନସିକ ରୋଗ ଔଷଧ (psychiatric medication), (breast cancer)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ସ୍ତନ ପରୀକ୍ଷା (Examination), ମେଡିକାଲ ଇମେଜିଙ୍ଗ (medical imaging)[1] |
ସଠିକ ରୋଗ ନିର୍ଣ୍ଣୟ | ପିତ୍ତାସ୍ମରୀ, ଥୋରାସିକ ଆଉଟଲେଟ ସିଣ୍ଡ୍ରୋମ, କଷ୍ଟୋକଣ୍ଡ୍ରାଇଟିସ (costochondritis)[2] |
ଔଷଧ | ପାରାସେଟାମୋଲ ବା ଏନଏସଏଆଇଡି (NSAIDs)[1] |
ଚିକିତ୍ସା | କର୍କଟ ରୋଗ ନଥିଲେ ଓ ଔଷଧ ଯୋଗୁ ହେଉନଥିଲେ କେବଳ ସାନ୍ତ୍ୱନା ଦିଆଯାଏ । [2][1] |
Prognosis | >୭୫% ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି । [1] |
ପୁନଃପୌନିକ | ୭୦% ମହିଳା[2] |
ଋତୁଚକ୍ର (menstrual cycle), ଜନ୍ମ ନିରୋଧ ବଟିକା (birth control pills), ହରମୋନ ଥେରାପି (hormone therapy), ବା ମାନସିକ ରୋଗର ଔଷଧ (psychiatric medication) ଜନିତ କାରଣମାନଙ୍କ ଯୋଗୁ ଏହି ଲକ୍ଷଣ ବାହାରିପାରେ ।[1] ବିରାଟ ସ୍ତନ ଥିଲେ, ଋତୁବନ୍ଦ (menopause) ଓ ପ୍ରାକ୍ ଗର୍ଭାବସ୍ଥାରେ ମଧ୍ୟ ଯନ୍ତ୍ରଣା ହୋଇପାରେ ।[1][3] ସ୍ତନ କଷ୍ଟ ରୋଗୀଙ୍କ ମଧ୍ୟରୁ ୨% ରୋଗୀଙ୍କର ସ୍ତନ କର୍କଟ ଯୋଗୁ କଷ୍ଟ ହୁଏ ।[4] ସ୍ତନର ଏକ ନିର୍ଦ୍ଦିଷ୍ଟ ଅଂଶରେ କଷ୍ଟ ହେଉଥିଲେ ସ୍ତନ ପରୀକ୍ଷା (examination) ଓ ମେଡିକାଲ ଇମେଜିଙ୍ଗ (medical imaging) ପରୀକ୍ଷା କରିବା ଆବଶ୍ୟକ ହୁଏ । [1]
୭୫%ରୁ ଅଧିକ ମହିଳା ବିନା ଚିକିତ୍ସାରେ ଭଲ ହୋଇଯାଆନ୍ତି ।[1] ଉପଶମ ନହେଲେ ପାରାସେଟାମୋଲ ବା ଏନଏସଏଆଇଡି (NSAIDs) ଔଷଧ ଦିଆଯାଇପାରେ । [1] ଭଲ ଭାବରେ ଫିଟ କରୁଥିବା ବ୍ରା (bra) ସାହାଯ୍ୟ କରିପାରେ ।[3] ଅତ୍ୟଧିକ ଯନ୍ତ୍ରଣା ହେଲେ ଟାମୋକ୍ସିଫେନ (tamoxifen) ବା ଡାନାଜୋଲ (danazol) ଦିଆଯାଇପାରେ ।[1] ପ୍ରାୟ ୭୦% ମହିଳା ଜୀବନରେ କେତେବେଳେ ହେଲେ ଏହି ଯନ୍ତ୍ରଣା ପାଆନ୍ତି ।[2] ସର୍ବାଧିକ ସାଧାରଣ ଲକ୍ଷଣରୁପେ ସ୍ତନ ଯନ୍ତ୍ରଣା, ସ୍ତନ ଗୋଟାଳି (breast mass) ଓ ସ୍ତନାଗ୍ର ସ୍ରାବ ବିବେଚିତ ହୁଏ । [1]