ଆଣ୍ଟିରେଟ୍ରୋଭାଇରାଲ ଔଷଧ From Wikipedia, the free encyclopedia
ସ୍ଟାଭୁଡିନ (ଇଂରାଜୀ ଭାଷାରେ Stavudine ବା d4T), ବିକ୍ରୟ ନାମ ଜେରିଟ, ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ (antiretroviral medication) ଯାହା ଏଚଆଇଭି/ଏଡସ ରୋଗର ପ୍ରତିଷେଧ ତଥା ଚିକିତ୍ସା ନିମନ୍ତେ ବ୍ୟବହାର ହୁଏ । ଏହା ସାଧାରଣତଃ ଅନ୍ୟାନ୍ୟ ଆଣ୍ଟିରେଟ୍ରୋଭାଇରାଲ ଔଷଧ ସହିତ ବ୍ୟବହାର କରାଯାଏ । ନିଡଲସ୍ଟିକ ଇନଜ୍ୟୁରି (needlestick injury) ବା ଅନ୍ୟାନ୍ୟ ସମ୍ଭାବ୍ୟ ସଂସ୍ପର୍ଶର ସନ୍ଦେହ ଥିଲେ ପ୍ରତିଷେଧ ନିମନ୍ତେ ଦିଆଯାଇପାରେ । ଏହି ଔଷଧ ପ୍ରଥମ ଧାଡ଼ିର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏନାହିଁ । ଏହା ପାଟିରେ ଦିଆଯାଏ । [1]
Clinical data | |
---|---|
Trade names | ଜେରିଟ (Zerit) |
Synonyms | 2′,3′-didehydro-2′,3′-dideoxythymidine |
AHFS/Drugs.com | monograph |
MedlinePlus | a694033 |
Pregnancy category | |
Routes of administration | ପାଟିରେ ଦିଆଯାଏ |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | >୮୦% |
Protein binding | Negligible |
Metabolism | ବୃକ୍କ ନିସ୍କାଷନ (~୪୦%) |
Elimination half-life | ୦.୮–୧.୫ ଘଣ୍ଟା (ବୟଃପ୍ରାପ୍ତ ଲୋକଙ୍କର) |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
NIAID ChemDB | |
ECHA InfoCard | 100.169.180 |
Chemical and physical data | |
Formula | C10H12N2O4 |
Molar mass | 224.213 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ବାନ୍ତି, ରାସ ଓ ପ୍ରାନ୍ତୀୟ ସ୍ନାୟୁ (peripheral nerve) ସମସ୍ୟା ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ରକ୍ତରେ ଅଧିକ୍କ ଲାକ୍ଟେଟ ସ୍ତର, ଅଗ୍ନାଶୟ ପ୍ରଦାହ ଓ ବର୍ଦ୍ଧିତ ଯକୃତ ଦେଖାଯାଏ । ଗର୍ଭାବସ୍ଥାରେ ଏହା ଦିଆଯାଏନାହିଁ । ରିଭର୍ସ-ଟ୍ରାନ୍ସକ୍ରିପ୍ଟେଜ ଇନହିବିଟର (nucleoside analog reverse-transcriptase inhibitor ବା NRTI) ଶ୍ରେଣୀର ଔଷଧମାନଙ୍କ ମଧ୍ୟରୁ ସ୍ଟାଭୁଡିନ ଗୋଟିଏ ଔଷଧ । [1]
ସ୍ଟାଭୁଡିନ ପ୍ରଥମେ ସନ ୧୯୬୬ରେ ବର୍ଣ୍ଣନା କରାଯାଇଥିଲା ଓ ବ୍ୟବହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୪ରେ ସ୍ୱିକୃତୀପ୍ରାପ୍ତ ହୋଇଥିଲା । [2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [3] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ମାସିକ ଖର୍ଚ୍ଚ ପ୍ରାୟ ୧.୮୬ରୁ ୫.୪୦ ଆମେରିକୀୟ ଡଲାର ।[4] ପାର୍ଶ ପ୍ରତିକ୍ରିୟା ଯୋଗୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ବ୍ୟବହାର କମେଇବାକୁ ସୁପାରିସ କରୁଛି । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.