From Wikipedia, the free encyclopedia
ସେଫଟ୍ରାଇଆକ୍ସୋନ (ଇଂରାଜୀ ଭାଷାରେ Ceftriaxone, ବିକ୍ରୟ ନାମ ରୋସେଫିନ) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ସଂକ୍ରମଣରେ ବ୍ୟବହାର ହୁଏ ।[1] ମଧ୍ୟକର୍ଣ୍ଣ ପ୍ରଦାହ , ଏଣ୍ଡୋକାର୍ଡ଼ାଇଟିସ (endocarditis), ମେନିଞ୍ଜାଇଟିସ୍, ନିମୋନିଆ, ହାଡ଼ ଓ ଗଣ୍ଠି ସଂକ୍ରମଣ, ଉଦର ଅଭ୍ୟନ୍ତର ସଂକ୍ରମଣ, ଚର୍ମ ସଂକ୍ରମଣ, ମୂତ୍ରନଳୀଶୈଳୀ ସଂକ୍ରମଣ, ଗନେରିଆ (gonorrhea) ଓ ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease) ଇତ୍ୟାଦି ସଂକ୍ରମଣରେ ଏହି ଔଷଧ ପ୍ରଭାବଶାଳୀ ହୁଏ । ଅପରେଶନ କରିବା ପୂର୍ବରୁ ଓ କାମୁଡ଼ା କ୍ଷତ ହେବା ପରେ ଏହା ସଂକ୍ରମଣ ପ୍ରତିଷଧ ଭାବରେ ଦିଆଯାଏ । ଶୀରାଭ୍ୟନ୍ତର ଇଞ୍ଜେକସନ ବା ମାଂସପେଶୀରେ ସେଫଟ୍ରାଇଆକ୍ସୋନ ଇଞ୍ଜେକସନ ଦିଆଯାଏ ।[1]
Clinical data | |
---|---|
Pronunciation | /ˌsɛftraɪˈæksoʊn/ |
Trade names | ବ୍ୟବସାୟୀକ ଇଂରାଜୀ ନାମ - Rocephin, Epicephin, others |
AHFS/Drugs.com | monograph |
Pregnancy category |
|
Routes of administration | Intravenous, intramuscular |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | n/a |
Metabolism | Negligible |
Elimination half-life | 5.8–8.7 hours |
Excretion | ୩୩–୬୭% ବୃକ୍କ, ୩୫–୪୫% ପିତ୍ତ |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.070.347 |
Chemical and physical data | |
Formula | C18H18N8O7S3 |
Molar mass | 554.58 g/mol |
3D model (JSmol) | |
SMILES
| |
InChI
| |
(verify) |
ଆଲର୍ଜି (allergic reaction) ଓ ଇଞ୍ଜେକସନ ସ୍ଥାନରେ ଯନ୍ତ୍ରଣା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା । ଡିଫିସିନ ତରଳ ଝାଡ଼ା (C. difficile associated diarrhea), ହେମୋଲାଇଟିକ ଆନିମିଆ (hemolytic anemia), ପିତ୍ତକୋଷ ରୋଗ (gall bladder disease) ଓ ଅପସ୍ମାର ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଇପାରେ । ପେନିସିଲିନ ପ୍ରତି ଆନାଫାଇଲାକ୍ସିସ (anaphylaxis) ଥିଲେ ଏହି ଔଷଧ ଦିଆଯାଏ ନାହିଁ କିନ୍ତୁ ସାମାନ୍ୟ ପ୍ରତିକ୍ରିୟା ଥିଲେ ଦିଆଯାଏ । ଶିରାଭ୍ୟନ୍ତର କ୍ୟାଲସିଅମ (calcium) ସାଥିରେ ଏହି ଔଷଧ ଶିରାଭ୍ୟନ୍ତରରେ ଦିଆଯାଏ ନାହିଁ [1] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ନିରାପଦ ଜଣାଯାଏ ।[2] ସେଫାଲୋସ୍ପୋରିନ (cephalosporin) ଦଳର ଏହା ତୃତୀୟ ପିଢ଼ି ଔଷଧ ଯାହା ଜୀବାଣୁକୁ କୋଷ କାନ୍ଥ (cell wall) ତିଆରି କରିବାକୁ ପ୍ରତିରୋଧ କରେ ।[1]
୧୯୮୦ ଦଶକର ଆରମ୍ଭରେ ହଫମାନ-ଲା ରୋସ (Hoffmann-La Roche) ଏହି ଔଷଧ ଆବିଷ୍କାର କରିଥିଲେ ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ସନ ୨୦୧୪ରେ ବିକଶିତ ଦେଶମାନଙ୍କରେ ଏହାର ଡୋଜ ପିଛା ଦାମ ୦.୨୦ରୁ ୨.୩୨ ଆମେରିକୀୟ ଡଲାର ଥିଲା ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ଏକ କୋର୍ଷ ଔଷଧର ମୂଲ୍ୟ ପ୍ରାୟ ୨୫ ଡଲାର ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.