ରୋଗୀର କାନ ପରଦାରେ ଏକ ଛିଦ୍ର ଦେଖାଯାଏ । From Wikipedia, the free encyclopedia
ସଛିଦ୍ର କାନପରଦା, ଅନ୍ୟ ନାମ ପରଫୋରେଟେଡ ଟିମ୍ପାନିକ ମେମ୍ବ୍ରେନ ହେଉଛି କାନ ପରଦାର ଏକ ଛିଦ୍ର । [1] ଏହାର ଲକ୍ଷଣ ମଧ୍ୟରେ ଶ୍ରବଣ ଶକ୍ତି ହ୍ରାସ, କାନ ଯନ୍ତ୍ରଣା, କାନରୁ ତରଳ ପଦାର୍ଥ ନିର୍ଗତ ହେବା କିମ୍ବା କାନନାଦ ହୋଇପାରେ । [1] ମୁଣ୍ଡବୁଲା ବା ଭର୍ଟିଗୋ ମଧ୍ୟ ହୋଇପାରେ, କିନ୍ତୁ ଯଦି କୌଣସି ଆଭ୍ୟନ୍ତରୀଣ କାନ ଆଘାତ ନଥାଏ ତେବେ ଏହା ସାଧାରଣତଃ ସଂକ୍ଷିପ୍ତ ହୁଏ ।[2] [3] ଜଟିଳ ହେଲେ ଦୀର୍ଘକାଳୀନ ଶ୍ରବଣହାନୀ, କୋଲେଷ୍ଟିଏଟୋମା ଏବଂ ମାଷ୍ଟଏଡାଇଟିସ୍ ଅନ୍ତର୍ଭୁକ୍ତ ହୋଇପାରେ। [2]
Perforated eardrum | |
---|---|
Perforated tympanic membrane, punctured eardrum, ruptured eardrum | |
ବିଭାଗ | ENT surgery |
ଲକ୍ଷଣ | Hearing loss, ear pain, ear discharge, ringing in the ear[1] |
ଆକ୍ରାନ୍ତ ସମୟ | Sudden[2] |
କାରଣ | Middle ear infection, physical trauma, overpressure[1][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on examination by otoscopy[1] |
ଚିକିତ୍ସା | Conservative, antibiotics, surgery[1] |
Prognosis | Good[2] |
ପୁନଃପୌନିକ | Relatively frequent[2] |
ଏହାର କାରଣଗୁଡିକ ମଧ୍ୟକର୍ଣ୍ଣ ପ୍ରଦାହ, କାନରେ ଆଘାତ, କାନ ସଫା କରିବା ସମୟରେ, ଏକ ଉଚ୍ଚ ଶବ୍ଦ, କିମ୍ବା ଚାପର ପରିବର୍ତ୍ତନ ଯେପରିକି ସ୍କୁବା ଡାଇଭିଙ୍ଗ୍ ସହିତ ଦେଖାଯାଏ । [1] [3] କାନରେ ଓଟୋସ୍କୋପଦ୍ୱାରା ରୋଗ ନିର୍ଣ୍ଣୟ ନିଶ୍ଚିତ ହୋଇପାରିବ । [1] ଶ୍ରବଣ ପରୀକ୍ଷା ମଧ୍ୟ କରାଯାଇପାରେ ।[3]
ଏହି ଛିଦ୍ର ପ୍ରାୟ ନିଜେ ଭଲ ହୋଇଯାଏ; ସେ ପର୍ଯ୍ୟନ୍ତ କାନକୁ ଶୁଖିଲା ରଖିବାକୁ ସୁପାରିଶ କରାଯାଏ । [1] [3] ଯଦି ଏକ ଅନ୍ତର୍ନିହିତ ସଂକ୍ରମଣ ଥାଏ, ତେବେ ଏହାକୁ ଆଣ୍ଟିବାୟୋଟିକ ସାହାଯ୍ୟରେ ଚିକିତ୍ସା କରାଯାଇପାରେ । ସାଧାରଣତଃ ଯୁବା ବୟସରେ ଏହା ଦେଖାଯାଏ ।[2] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [2] ସଛିଦ୍ର କର୍ଣ୍ଣର ଚିକିତ୍ସା ନିମନ୍ତେ କାନ-ବିଣ୍ଡା ଲଗାଯିବା ପଦ୍ଧତି ଅତି କମରେ ୧୬୪୦ ମସିହାରୁ ଆରମ୍ଭ ହୋଇଥିଲା । [4] [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.