ଶୱର୍ମା
From Wikipedia, the free encyclopedia
ଶୱର୍ମା (ଇଂରାଜୀ ଭାଷାରେ shawarma, ଆରବୀୟ ଭାଷାରେ شاورما) ମଧ୍ୟ-ପ୍ରାଚ୍ୟର ଏକ ଲୋକପ୍ରିୟ ଖାଦ୍ୟ । ମାଂସକୁ କୋନାକାର ଆକୃତିରେ ଏକ ଭୂଲମ୍ବ ଅକ୍ଷରେ ଲଗାଇ ରଖାଯାଏ । ସେହି ଅକ୍ଷଟି ଏକ ନିଆଁ ଚୁଲି ପାଖରେ ଧୀରେ ଧୀରେ ବୁଲୁଥାଏ ଓ ମାଂସର ସବୁ ଅଂଶ ସିଝୁଥାଏ । ଏଥିରୁ ମାଂସକୁ ପତଳା ପତଳା ଭାବେ କାଟି ଏକ ସାଣ୍ଡୱିଚ ଆକାରରେ ପରିବେଷଣ କରାଯାଏ । ପ୍ରାରମ୍ଭରେ ଶୱର୍ମା ପାଇଁ ଛେଳି ଓ ମେଣ୍ଢା ମାଂସ ବ୍ୟବହୃତ ହେଉଥିଲା; କିନ୍ତୁ ଏବେ ଶୱର୍ମାରେ କୁକୁଡ଼ା, ଟର୍କି ପକ୍ଷୀ ଓ ଗୋମାଂସ ମଧ୍ୟ ବ୍ୟବହୃତ ହେଉଛି ।[4][5][1] ଘୂର୍ଣ୍ଣାୟମାନ ଅକ୍ଷରେ ଲାଗିଥିବା ମାଂସରୁ ପତଳା ମାଂସ ପଟି ଚାଞ୍ଛି ଚାଞ୍ଛି ବାହାର କରାଯାଏ ।[6][7] ଶୱର୍ମା ବିଶ୍ୱରେ ଏକ ଲୋକପ୍ରିୟ ଗଳି ଖାଦ୍ୟ (ଷ୍ଟ୍ରିଟ୍ ଫୁଡ୍ - street food) ରୂପେ ପରିଚିତ । ମିଶର, ଆରବ ଉପଦ୍ୱୀପ, ଲେଭାଣ୍ଟ ଏପରି ଅନେକ ଅଞ୍ଚଳରେ ଏହା ଖୁବ୍ ଲୋକପ୍ରିୟ ।[8]
Quick Facts ଅନ୍ୟ ନାମ, ପ୍ରକାର ...
ଅନ୍ୟ ନାମ | ଚୱର୍ମା, ଶୌର୍ମା, ଶୋର୍ମା[1], |
---|---|
ପ୍ରକାର | ଆମିଷ |
ମୂଳ ସ୍ଥାନ | ଓଟ୍ଟୋମାନ୍ ସାମ୍ରାଜ୍ୟ[2] |
ଅଞ୍ଚଳ ବା ରାଜ୍ୟ | ଆନାତୋଲିଆ, ଲେଭାଣ୍ଟ, ମଧ୍ୟ-ପ୍ରାଚ୍ୟ[1][3] |
ପରଷିବା ଉତ୍ତାପ | ଗରମ |
ମୁଖ୍ୟ ଉପାଦାନ | ମାଂସ: ଛେଳି, ମେଣ୍ଢା, କୁକୁଡ଼ା, ଟର୍କି ପକ୍ଷୀ, ଗୋମାଂସ ସ୍ୟାଣ୍ଡୱିଚ: ଶୱର୍ମା ମାଂସ, ପିଟା ରୁଟି, ଗୁଡ଼ାଇବା ପାଇଁ ରୁଟି, ଲମ୍ବା କିମ୍ବା ଛୋଟ କଟାଯାଇଥିବା ପନିପରିବା, ଆଚାର ଓ ଅନ୍ୟାନ୍ୟ ଚଟଣୀ ବା ସସ୍ |
ଏକା ଧରଣର ଖାଦ୍ୟ | ଡୋନର୍ କବାବ, ଆଲ୍ ପାଷ୍ଟୋର୍, ଗାଇରୋସ୍ |
|
Close