ସ୍ୟାଣ୍ଡୱିଚ
From Wikipedia, the free encyclopedia
ଏକ ସ୍ୟାଣ୍ଡୱିଚ ସାଧାରଣତଃ ପରିବା, ପନିର ଏବଂ ମାଂସ ଯୁକ୍ତ ଭୋଜନ ଅଟେ , ବ୍ରେଡ଼ର ସ୍ଲାଇସରେ କିମ୍ବା ତା'ମଧ୍ୟରେ କିମ୍ବା ଅଧିକ ସମାନୟତଃ ଖାଦ୍ୟ ଯେଉଁଥିରେ ରୁଟିର ଦୁଇରୁ ଅଧିକ ଖଣ୍ଡ କଣ୍ଟେନର କିମ୍ବା ଅନ୍ୟ ଖାଦ୍ୟ ପଦାର୍ଥ ପାଇଁ ଆବରଣ ରୂପେ କାମକରିଥାଏ ।[1][2][3] ସ୍ୟାଣ୍ଡୱିଚ , ପଶ୍ଚିମ ଦୁନିଆରେ ଏକ ପୋର୍ଟେବୁଲ ଫିଙ୍ଗରିଙ୍ଗ ଭୋଜନ ରୂପେ ଆରମ୍ଭ ହୋଇଥିଲା, ତା'ପରେ ସମୟର ଗତିବିଧି ଅନୁସାରେ ଏହା ଦୁନିଆ ସାରା ପ୍ରଚଳିତ ହୋଇଗଲା ।
ମୁଖ୍ୟ ଉପାଦାନ | ବ୍ରେଡ଼, ଚିକେନ, ସବୁଜ ପରିବା, ସାଲଡ, ପନିର ଇତ୍ୟାଦି । |
---|---|
|
ଏହା କାଫି ଲୋକପ୍ରିୟ ଖାଦ୍ୟ ଅଟେ, ଯାହାକୁ ମୁଖ୍ୟତଃ କାର୍ଯ୍ୟସ୍ଥଳ, ସ୍କୁଲ କିମ୍ବା ପିକନିକରେ ଅତି ସହଜରେ ନିଆଯାଇଥାଏ । ସାଧାରଣତଃ ଏଥିରେ ସାଲଡ ପରିବା, ମାଂସ, ପନିର, ବହୁ ପ୍ରକାର ଶାଗର ସଙ୍ଗମ ସାମିଲ ହୋଇଥାଏ । ବ୍ରେଡ଼ର ବ୍ୟବହାର ମୂଳ ରୂପେ କରାଯାଇଥାଏ । ସ୍ୱାଦ ବଢାଇବା ଏବଂ ରୂପ ପରିବର୍ତ୍ତନ ପାଇଁ ଏଥିରେ ବହୁ ପ୍ରକାର ମସଲାର ବ୍ୟବହାର କରାଯାଇଥାଏ । ଏହାକୁ ଗରମ ଏବଂ ଥଣ୍ଡାରେ ମଧ୍ୟ ଖିଆ ଯାଇଥାଏ ।[4][5] ଏହା ପ୍ରାୟତଃ ରେଷ୍ଟୁରାଣ୍ଟ ଏବଂ କ୍ୟାଫେରେ ବିକ୍ରୟ କରାଯାଇଥାଏ ।