From Wikipedia, the free encyclopedia
ଶୈଳବାଳା ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ "ଶୈଳବାଳା ମହିଳା"ସ୍ୱୟଂଶାସିତ ମହାବିଦ୍ୟାଳୟ) କଟକର ମଧୁସୁଦନ ମାର୍ଗରେ ଅବସ୍ଥିତ । ଏହା ଓଡ଼ିଶା ସରକାରଙ୍କ ପରିଚାଳିତ ଏକ ଯୁକ୍ତ ଦୁଇ, ସ୍ନାତ ତଥା ସ୍ନାତକୋତ୍ତର ପାଠ୍ୟକ୍ରମ ଥିବା ଏକ ସାରକାରୀ ମହାବିଦ୍ୟାଳୟ । ଏହା ଓଡ଼ିଶାର ପ୍ରଥମ ସ୍ନାତକ (ଡିଗ୍ରୀ)ମହିଳା ମହାବିଦ୍ୟାଳୟ ।[1]
ଶୈଳବାଳା ମହିଳା ମହାବିଦ୍ୟାଳୟ (ବର୍ତ୍ତମାନ "ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ") | |
---|---|
Sailabala Women's College, Cuttack | |
ସ୍ଥାପିତ | ୧୯୪୬ |
ପ୍ରକାର | ସର୍ବସାଧାରଣ |
ଅଧ୍ୟକ୍ଷ | ଡଃ ସଂଯୁକ୍ତା ମହାପାତ୍ର |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
ପରିସର | ମଧୁସୁଦନ ମାର୍ଗ, କଟକ |
ଅନୁବନ୍ଧନ | ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ( ଭାରତ ) |
ୱେବସାଇଟ | shailabalawomenscollege.com |
ବିଶିଷ୍ଟ ସମାଜସେବୀ ତଥା ମଧୁବାବୁଙ୍କ ପାଳିତା କନ୍ୟା ଶୈଳବାଳା ଦାସଙ୍କ ନାମରେ ନାମିତ ଏହି ବିଦ୍ୟାଳୟ ୧୯୪୬ ମସିହାରେ ପ୍ରତିଷ୍ଟିତ । ୧୯୧୩ରେ ଶୈଳବାଳାଙ୍କ ଉଦ୍ୟମରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଆନ୍ତର୍ମାଧ୍ୟମିକ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା । ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା ।[2] ଶୈଳବାଳା କଲେଜ ପାଇଁ ନିଜ ବାସଗୃହକୁ ଦାନ କର୍ଦେଇଥିଲେ । ୧୯୪୬ରେ ଏହି ଇଣ୍ଟରମେଡିଏଟ ମହିଳା କଲେଜ ପ୍ରଥମ ଶ୍ରେଣୀ ମାନ୍ୟତା ଲାଭ କରିଥିଲା । ୧୯୫୨ ମସିହା ଅପ୍ରେଲ ୨୮ରେ ଶୈଳବାଳା ମହିଳା କଲେଜର ନୂତନ ଗୃହ ଉଦ୍ଘାଟିତ ହେଲା । ମଧୁବାବୁଙ୍କ ସ୍ମୃତିରେ ଏହାର ନାମ "ମଧୁସୂଦନ ମହିଳା ମହାବିଦ୍ୟାଳୟ" ରଖିବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନାରୀ ଶିକ୍ଷାରେ ଶୈଳବାଳାଙ୍କ ବିଶେଷ ଅବଦାନ ପାଇଁ ଏହାର ନାମ " ଶୈଳବାଳା ମହିଳା ମହାବିଦ୍ୟାଳୟ" ରଖିଥିଲେ ।
ମହାବିଦ୍ୟାଳୟରେ ଯୁକ୍ତ ଦୁଇ(+୨), ଯୁକ୍ତ ତିନି(+୩) ସହିତ ସ୍ଣାତକୋତ୍ତର ପାଠ୍ୟକ୍ରମର ସୁବିଧା ରହିଛି । ଯୁକ୍ତ ଦୁଇ ସ୍ତରରେ କଳା, ବିଜ୍ଞାନ ତଥା ବ୍ୟବସାୟିକ (vocational); ଯୁକ୍ତ ତିନି ସ୍ତରରେ କଳା ଓ ବିଜ୍ଞାନ ଏବଂ ସ୍ନାତକୋତ୍ତର ସ୍ତରରେ ଇତିହାସ, ଗୃହ ବିଜ୍ଞାନ ଓ ସଂସ୍କୃତ ପାଠ୍ୟକ୍ରମର ବ୍ୟବସ୍ଥା ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.