ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
ଜୟନ୍ତୀ ପଟ୍ଟନାୟକ (୭ ଅପ୍ରେଲ ୧୯୩୨ – ୨୮ ସେପ୍ଟେମ୍ବର ୨୦୨୨) ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଂଗଠିକା, ସମାଜସେବିକା ଓ ବକ୍ତା ଥିଲେ ।[1] ସେ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସହଧର୍ମିଣୀ । ଓଡ଼ିଶାରୁ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସେ ପ୍ରଥମ ମହିଳା ସାଂସଦ ଥିଲେ । ୧୯୮୧ ମସିହାରେ କଂଗ୍ରେସ ଟିକେଟରେ ସେ କଟକରୁ ନିର୍ବାଚିତ ହୋଇଥିଲେ ।[2]
ଜୟନ୍ତୀ ପଟ୍ଟନାୟକ | |
---|---|
ଲୋକ ସଭା ସଦସ୍ୟ | |
କାର୍ଯ୍ୟକାଳ ୧୯୮୦-୧୯୮୯ ଏବଂ ୧୯୯୮-୧୯୯୯ | |
ପୂର୍ବ ଅଧିକାରୀ | ଜାନକୀ ବଲ୍ଲଭ ପଟ୍ଟନାୟକ |
ପର ଅଧିକାରୀ | ଶ୍ରୀକାନ୍ତ ଜେନା |
ନିର୍ବାଚନ ମଣ୍ଡଳୀ | କଟକ ଏବଂ ବ୍ରହ୍ମପୁର |
ଲୋକ ସଭା ସଦସ୍ୟ | |
ପୂର୍ବ ଅଧିକାରୀ | ପି. ଭି. ନରସିଂହ ରାଓ |
ପର ଅଧିକାରୀ | ଅନାଦି ଚରଣ ସାହୁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଆସ୍କା, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ | ୭ ଅପ୍ରେଲ ୧୯୩୨
ମୃତ୍ୟୁ | ୨୮ ସେପ୍ଟେମ୍ବର ୨୦୨୨ ୯୦) | (ବୟସ
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୟନ୍ତୀ ପଟ୍ଟନାୟକ ୧୯୩୨ ମସିହାର ଅପ୍ରେଲ ୭ ତାରିଖରେ ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ଜନ୍ମଗ୍ରହଣ କରିଥିଲେ ।[3]
ପଟ୍ଟନାୟକ ଆକ୍ସସ୍ଥିତ ହରିହର ବିଦ୍ୟାଳୟରୁ ମାଟ୍ରିକ୍, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରୁ ସମାଜ ବିଜ୍ଞାନରେ ସ୍ନାତକ ଓ ବମ୍ବେସ୍ଥିତ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ୍ ସାଇନ୍ସରୁ ସମାଜ ବିଜ୍ଞାନରେ ସ୍ନାତକୋତ୍ତର (ପ୍ରଥମ ଓଡ଼ିଆ)[4] ଶିକ୍ଷାଲାଭ କରିଥିଲେ ।
୧୯୫୩ ମସିହାର ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଜୟନ୍ତୀ ବିବାହ କରିଥିଲେ । ତାଙ୍କର ୨ ଝିଅ ସୁଦତ୍ତା ଓ ସୁଜାତା ଏବଂ ଏକମାତ୍ର ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ଅଛନ୍ତି ।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ପୌରୁଷ ପତ୍ରିକାର ସମ୍ପାଦନା ସହିତ ପଟ୍ଟନାୟକ ଜଡ଼ିତ ରହିଆସିଥିଲେ । ସେ କେ.ଏମ୍. ମୁନ୍ସୀଙ୍କ ଇଂରାଜୀରେ ରଚିତ କୃଷ୍ଣାବତାର ଏବଂ ମହାଭାରତ ପୃଷ୍ଠାରୁ ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିଥିଲେ ଯାହାକି ପ୍ରଥମେ ପୌରୁଷରେ ପ୍ରକାଶ ପାଇଥିଲା । ତାଙ୍କ ଜୀବନୀ ପୁସ୍ତକ ଶୀତଳ ବହ୍ନି ନାମରେ ପ୍ରକାଶିତ ହୋଇଛି ।
ପଟ୍ଟନାୟକ ସର୍ବଭାରତୀୟ ସ୍ତରରେ ୧୯୯୨ ମସିହା ପାଇଁ ସର୍ବଶ୍ରେଷ୍ଠ ନାରୀ ପ୍ରତିଭା ଭାବେ ମହିଳା ଶିରୋମଣି ଉପାଧି ଓ ୧୯୯୬ ମସିହାରେ ମହିଳା ଗୌରବ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ପିଲାଦିନରୁ ପିତାଙ୍କଦ୍ୱାରା ଅନୁପ୍ରାଣୀତ ହୋଇ ପଟ୍ଟନାୟକ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଥର ସାଂସଦ ଭାବେ ଓଡ଼ିଶାରୁ ନିର୍ବାଚିତ ହୋଇଥିଲେ । ୧୯୮୧ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବରେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୁନର୍ବାର ୧୯୮୪ ମସିହାରେ କଟକରୁ ଓ ୧୯୯୮ରେ ବ୍ରହ୍ମପୁର ଆସନରୁ ନିର୍ବାଚିତ ହୋଇଥିଲେ । ୧୯୯୬ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୭ ମସିହାରେ ପ୍ରଥମ ଓଡ଼ିଆ ମହିଳା ଭାବେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ହୋଇଥିଲେ । ୧୯୯୨ରୁ ୧୯୯୫ (୩ ଫେବୃଆରୀ ୧୯୯୨ - ୩୦ ଜାନୁଆରୀ ୧୯୯୫) ସେ ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ଭାବେ ନବଗଠିତ ଜାତୀୟ ମହିଳା କମିସନର ଅଧ୍ୟକ୍ଷା ଥିଲେ ।[5]
ଜୟନ୍ତୀ ପଟ୍ଟନାୟକ ୨୦୨୨ ମସିହାର ସେପ୍ଟେମ୍ବର ୨୮ ତାରିଖରେ ମୃତ୍ୟୁବରଣ କରିଥିଲେ ।[6] ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.