![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/6/67/Skin_ulcer_due_to_leishmaniasis%252C_hand_of_Central_American_adult_3MG0037_lores.jpg/640px-Skin_ulcer_due_to_leishmaniasis%252C_hand_of_Central_American_adult_3MG0037_lores.jpg&w=640&q=50)
ଲିସମାନିଆସିସ
From Wikipedia, the free encyclopedia
ଲିସମାନିଆସିସ ବା ଲିସମାନିଓସିସ (ଇଂରାଜୀରେ ଯଥାକ୍ରମେ Leishmaniasis କିମ୍ବା leishmaniosis) ଏକ ରୋଗ ଯାହା ଏକ ପ୍ରୋଟୋଜୋଆ ପରଜୀବୀ ଜିନସ ଲିସମାନିଆଦ୍ୱାରା ହୁଏ ଓ ଏହା କେତେକ ପ୍ରକାର ସ୍ୟାଣ୍ଡଫ୍ଲାଇ କାମୁଡିଲେ ବ୍ୟାପେ । [1] ଏହି ରୋଗ ତିନି ପ୍ରକାର ପ୍ରଦର୍ଶନ କରାଏ ଯଥା ଚର୍ମ, ଝିଲ୍ଲୀଚର୍ମ ଓ ଭିସେରାଲ ଲିସ୍ମାନିଆସିସ ।[1] ଚର୍ମ ଲିସମାନିଆସିସରେ ଚର୍ମରେ ଘାଆ ହୁଏ, କିନ୍ତୁ ଝିଲ୍ଲୀଚର୍ମରେ ଚମ, ପାଟି ଓ ନାକରେ ହୁଏ । ଭିସେରାଲ ରୋଗରେ ଆରମ୍ଭରୁ ଚର୍ମରେ ହୁଏ ଓ ପରେ ଜ୍ୱର ହୁଏ, ଲୋହିତ ରକ୍ତ କଣିକା କମିଯାଏ, ପ୍ଲୀହା ଓ ଯକୃତ ବଢ଼ିଯାଏ । [1][2]
ଲିସମାନିଆସିସ | |
---|---|
![]() Cutaneous leishmaniasis in the hand of a Central American adult | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | B55. |
ଆଇସିଡ଼ି-୯-ସିଏମ୍ | 085 |
ରୋଗ ଡାଟାବେସ | 3266 29171
32667070 |
ମେଡ଼ିସିନ-ପ୍ଲସ | 001386 |
ଇ-ମେଡ଼ିସିନ | emerg/296 |
Patient UK | ଲିସମାନିଆସିସ |
MeSH | D007896 |
କୋଡ଼ିଏ ପ୍ରକାର ଲିସମାନିଆ ପରଜୀବୀଯୋଗୁ ଏହି ରୋଗ ହୁଏ ।[1] ସଙ୍କଟ ପରିସ୍ଥିତି ନିମନ୍ତେ ଦାରିଦ୍ର୍ୟ, ଅପପୋଷଣ ବା ମାଲ୍ନ୍ୟୁଟ୍ରିସନ, ଜଙ୍ଗଲକଟା ଓ ସହରୀକରଣ ଦାୟୀ ।[1] ପରଜୀବୀକୁ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ରୋଗ ଚିହ୍ନିହୁଏ,[1] ଅଧିକନ୍ତୁ ଭିସେରାଲ ରୋଗ ରକ୍ତ ପରୀକ୍ଷାକରି ଜଣାଯାଏ ।[2]
କୀଟମାରୀ ଔଷଧବୋଳା ମଶାରୀ ବ୍ୟବହାର କରି ଲିସମାନିଆସିସ ରୋଗକୁ ପ୍ରତିରୋଧ କରିହୁଏ । [1] ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ସ୍ୟାଣ୍ଡଫ୍ଲାଇ ମାରିବା ନିମନ୍ତେ କୀଟମାରି ଔଷଧ ସ୍ପ୍ରେ ଓ ରୋଗୀମାନଙ୍କର ଶୀଘ୍ର ଚିକିତ୍ସା କରିବା ଆବଶ୍ୟକ ।[1] କେଉଁ ସ୍ଥାନରୁ ରୋଗ ଆସିଛି, କେଉଁ ପ୍ରକାର ଲିସମାନିଆ ଓ କେଉଁ ପ୍ରକାର ଲିସମାନିଆରୋଗ ଉପରେ ଚିକିତ୍ସା ନିର୍ଭର କରେ ।[1] ଭିସେରାଲ ରୋଗ ନିମନ୍ତେ ଲାଇପୋସୋମାଲ ଆମ୍ଫୋଟେରିସିନ ବି,[3] ବା ପେଣ୍ଟାଭାଲେଣ୍ଟ ଆଣ୍ଟିମୋନିଲିଆଲ ସହ ପାରୋମାମାଇସିନ [3] ବା ମିଲ୍ଟେଫୋସିନ ଦିଆଯାଏ । [4] ଚର୍ମ ରୋଗ ନିମନ୍ତେ ପାରୋମୋମାଇସିନ, ଫ୍ଲୁକୋନାଜୋଲ କିମ୍ବା ପେଣ୍ଟାମିଡିନ ଦିଆଯାଏ । [5]
ଅଧୁନା ୧୨ ନିୟୁତ ଲୋକ ସଂକ୍ରମିତ ହୋଇଛନ୍ତି ।[6] ୯୮ଟ ଦେଶରେ[2] ପ୍ରାୟ ୨ନିୟୁତ ନୂଆ ରୋଗୀ[2] ଓ ୨୦ରୁ ୫୦ ହଜାର ମୃତ୍ୟୁ ପ୍ରତି ବର୍ଷ ହେଉଛି ।[1][7] ରୋଗ ହେଉଥିବା ସ୍ଥାନରେ ଏସିଆ, ଆଫ୍ରିକା, ଦକ୍ଷିଣ ତଥା ମଧ୍ୟ ଆମେରିକା ଓ ୟୁରୋପର ୨୦୦ ନିୟୁତ ଲୋକ ବାସକରନ୍ତି ।[2][8] ରୋଗ ଚିକିତ୍ସା ନିମନ୍ତେ କେତେକ ଔଷଧ ପାଇଁ ଡବ୍ଲ୍ୟୁ.ଏଚ.ଓ. (World Health Organization) କନସେସନ କରେଇଛି । [2] ଏହି ରୋଗ କେତେକ ପଶୁଙ୍କ ଦେହାରେ ହୁଏ ଯଥା କୁକୁର (dogs) ଓ ରୋଡେଣ୍ଟ ।[1]