From Wikipedia, the free encyclopedia
ମିଲ୍ଟେଫୋସିନ (ଇରାଜୀ ଭାଷାରେ Miltefosine, ବିକ୍ରୟ ନାମ ଇମ୍ପାଭିଡୋ/Impavido) ଏକ ଔଷଧ ଯାହା ଲିସମାନିଆସିସ (leishmaniasis) ଓ ନେଗ୍ଲେରିଆ ଫ୍ଲାୱଲେରି (Naegleria fowleri) ଭଳି ଆମିବା ସଂକ୍ରମଣରେ (amoeba infections) ଦିଆଯାଏ ।[1] ଚର୍ମ, ଭିସେରାଲ ଓ ମ୍ୟୁକୋସାଲ ଲିସମାନିଆସିସ ଇତ୍ୟାଦି ରୋଗରେ ଏହା ଦିଆଯାଏ ।[3] ଏହା ଲାଇପୋସୋମାଲ ଆମ୍ଫୋଟେରିସିନ ବି (liposomal amphotericin B) ବା ପାରୋମୋମାଇସିନ ଔଷଧ ସାଥିରେ ଦିଆଯାଏ ।[4] ଏହି ଔଷଧ ପାଟିରେ ଦିଆଯାଏ । [3]
Clinical data | |
---|---|
Trade names | Impavido, Miltex, others |
AHFS/Drugs.com | monograph |
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | High |
Protein binding | ~98% |
Metabolism | Slow hepatic (non-CYP-dependent) |
Elimination half-life | 6 to 8 days and 31 days[2] |
Excretion | Primarily fecal |
Identifiers | |
IUPAC name
| |
CAS Number | |
PubChem CID | |
ChemSpider | |
UNII | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.151.328 |
Chemical and physical data | |
Formula | C21H46NO4P |
Molar mass | 407.568 g/mol |
3D model (JSmol) | |
SMILES
| |
InChI
| |
(what is this?) (verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି (vomiting), ପେଟ ଯନ୍ତ୍ରଣା, ଜ୍ୱର, ମୁଣ୍ଡବଥା ଓ କମ ବୃକ୍କ କ୍ରିୟା ସାଧନ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ସ୍ଟିଭେନ-ଜନସନ ସିଣ୍ଡ୍ରୋମ (Stevens-Johnson syndrome) ବା କମ ସଂଖ୍ୟକ ରକ୍ତ ପ୍ଲାଟେଲେଟ (low blood platelets) ଦେଖାଯାଏ । ଗର୍ଭାବସ୍ଥାରେ ଦେଲେ ହାନୀ ହେଉଥିବାରୁ ଏହା ଦିଆଯାଏନାହିଁ ଓ ସ୍ତନ୍ୟପାନ ସମୟରେ ମଧ୍ୟ ଦେବାକୁ ମନା କରାଯାଏ । ଏହା କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ଅଜ୍ଞାତ ଅଛି । [1]
ମିଲ୍ଟେଫୋସିନ ପ୍ରଥମେ ୧୯୮୦ ମସିହାରେ ପ୍ରସ୍ତୁତ ହେବାବେଳେ କର୍କଟ ରୋଗର ଚିକିତ୍ସା ନିମନ୍ତେ ଅନୁଶୀଳନ କରାଯାଇଥିଲା ।[5] କିଛି ବର୍ଷ ପରେ ଏହ ଲିସମାନିଆସିସ ରୋଗରେ ଉପକାର କରୁଥିବା ଜଣାଯିବାରୁ ଭାରତରେ ସନ ୨୦୦୨ରୁ ବ୍ୟବହାର ନିମନ୍ତେ ସ୍ୱିକୃତ ହେଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ବିକାଶଶୀଳ ଦେଶମାନଙ୍କରେ developing world ଏହାର ଗୋଟିଏ କୋର୍ଷର ମୂଲ୍ୟ ୬୫ରୁ ୧୫୦ ଆମେରିକୀୟ ଡଲାର । ବିକଶିତ ଦେଶମାନଙ୍କରେ ଏହି ମୂଲ୍ୟ ଅପେକ୍ଷା ୧୦ର ୫୦ ଗୁଣ ଅଧିକ ମୂଲ୍ୟ ଥାଏ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.