ଏହା ଏକ ଚର୍ମ ରୋଗ । From Wikipedia, the free encyclopedia
ଲାଇଚେନ ପ୍ଲାନସ ( LP ) ଏକ ରୋଗ ଯେଉଁଥିରେ ଚର୍ମ, ନଖ ଓ ମ୍ୟୁକସ ସ୍ତରର ଦୀର୍ଘକାଳୀନ ପ୍ରଦାହ ହୋଇଥାଏ ।[1] ଏହା ସାଧାରଣତଃ ଛୋଟ ଫୁଲା ପରି ଆରମ୍ଭ ହୁଏ ଯାହା ୧.୫ ସେମି ଚଉଡ଼ା ପର୍ଯ୍ୟନ୍ତ ବଢ଼ିଯାଏ ଓ ଉପର ଭାଗ ସମତଳ ରହେ ।[1] ଏହାର ରଙ୍ଗ ଆରମ୍ଭରୁ ସାଧାରଣତଃ ଲାଲ ହୋଇଥାଏ ଓ ପରବର୍ତ୍ତୀ ସମୟରେ ବାଇଗଣୀ ହୁଏ ଓ ପରେ ଗାଢ଼ ହୋଇଯାଏ ।[1] କଳା ଚର୍ମ ଥିଲେ ଏହା ଧୂସର-ବାଦାମୀ ହୋଇପାରେ ।[4] ସେଗୁଡ଼ିକ ସାମାନ୍ୟ ଚମକଦାର ହୋଇପାରନ୍ତି ଓ ସେଥିରେ ପତଳା କାତି ଓ ଧଳା ଗାର ଦେଖାଯାଏ ।[1] ହାତର ପଛ ପାଖ, କଚଟିର ପଛ ପାଖ, ଛାତି, ତଳ ଗୋଡର ଆଗ ପାଖ, ପାଟି ଏବଂ ଲିଙ୍ଗ ମୁଣ୍ଡରେ ଏହି ରୋଗ ହୋଇଥାଏ ।[1] ଏହା ପ୍ରାୟ କୁଣ୍ଡେଇ ହୁଏ ।[1]
Lichen planus | |
---|---|
ଉଚ୍ଚାରଣ |
|
ବିଭାଗ | Dermatology |
ଲକ୍ଷଣ | Itchy, flat-topped, small bumps and plaques, with fine white lines[1] |
ଅବଧି | Long term[1] |
କାରଣ | Unknown, medications, metals[2] |
ବିପଦ କାରକ | Hepatitis C[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Confirmed by skin biopsy[2] |
ସଠିକ ରୋଗ ନିର୍ଣ୍ଣୟ | Lichenoid eruption, psoriasis, lupus, secondary syphilis, pityriasis rosea, lichen nitidus, graft versus host disease, lichen sclerosus[2][3] |
ଚିକିତ୍ସା | Corticosteroids, metronidazole, isotretinoin, methotrexate[2] |
Prognosis | Skin lesions often resolve within 2 yrs[1] |
ପୁନଃପୌନିକ | Relatively common[1] |
ଏହାର କାରଣ ଜଣା ପଡି ନ ଥିବାବେଳେ ଏହା ଏକ ଅଟୋଇମ୍ୟୁନ ରୋଗ ଏବଂ ଏକ ଟ୍ରିଗର ପରେ ସକ୍ରିୟ ହେଉଥିବା ବିଶ୍ୱାସ କରାଯାଏ । [2] ହେପାଟାଇଟିସ୍ ସି ରୋଗ ଯୋଗୁ ଏହି ସଙ୍କଟ ଆସିପାରେ । [2] ପରିବାରରେ ଏହା କ୍ୱଚିତ ଚାଲିଥାଏ ।[1] ଚର୍ମ ବାୟୋପ୍ସି କରି ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [2] କେତେକ ଔଷଧ, ଦାନ୍ତରେ ବ୍ୟବହୃତ ଧାତୁ ଏବଂ ଗ୍ରାଫ୍ଟ ବନାମ ହୋଷ୍ଟ ରୋଗ ହେତୁ ଲାଇଚେନଏଡ ଇରପସନ ନାମକ ଏକ ସମାନ ଅବସ୍ଥା ସୃଷ୍ଟି ହୋଇପାରେ। [2] [3]
ଏହି ରୋଗ ଆରୋଗ୍ୟ ହୁଏ ନାହିଁ, ଯଦିଓ ଲକ୍ଷଣଗୁଡିକର ଉପଶମ ପାଇଁ ଔଷଧ ବ୍ୟବହାର କରାଯାଇପାରେ । ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ କ୍ଲୋବେଟାସୋଲ ଭଳି ଷ୍ଟିରଏଡ କ୍ରିମ ଦୁଇରୁ ଚାରି ସପ୍ତାହ ପାଇଁ ଦିନକୁ ଦୁଇଥର ଦିଆଯାଏ ।[2] ଏହା ପର୍ଯ୍ୟାପ୍ତ ନ ହେଲେ ଟ୍ରାଇଆମସିନୋଲୋନ୍ ଭଳି ଷ୍ଟେରଏଡ ଇଞ୍ଜେକସନ ଦିଆଯାଏ କିମ୍ବା ଏଗୁଡିକ ପାଟିରେ ଦିଆଯାଇପାରେ ।[2] ମେଟ୍ରୋନିଡାଜୋଲ, ଆଇସୋଟ୍ରେଟିନଏନ କିମ୍ବା ମେଥୋଟ୍ରେକ୍ସେଟ୍ ଭଳି ଅନ୍ୟ ବିକଳ୍ପ ମଧ୍ୟ ଦିଆଯାଇପାରେ ।[2] ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଅନେକ ଲୋକଙ୍କ ଏହି ଚର୍ମ ରୋଗର ୧ରୁ ୨ ବର୍ଷ ମଧ୍ୟରେ ସମାଧାନ ହୁଏ; ଯଦିଓ ଏହା ପୁନରାବୃତ୍ତି ହୋଇପାରେ ।[1] ପାଟିରେ ଥିବା କ୍ଷତ ସାଧାରଣତଃଅଇ ସ୍ଥିର ରହିଥାଏ।[2]
ଲାଇଚେନ ପ୍ଲାନସ ଅପେକ୍ଷାକୃତ ସାଧାରଣ ଏବଂ ବିଶ୍ୱ ସ୍ତରରେ ଘଟିଥାଏ ।[1] ଏହି ଚର୍ମ ରୋଗଦ୍ୱାରା ୦.୩% ପୁରୁଷ ଏବଂ ୦.୧% ମହିଳା ପ୍ରଭାବିତ ହୁଅନ୍ତି; ଯେତେବେଳେ ପାଟିରେ ପ୍ରାୟ ୧.୫% ପୁରୁଷ ଏବଂ ୨.୩% ମହିଳାମାନଙ୍କଠାରେ ଦେଖାଯାଏ ।[1] ସାଧାରଣତ ୨୦ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୩୦ରୁ ୬୦ବର୍ଷ ବୟସ ମଧ୍ୟରେ ଅଧିକ ପ୍ରଭାବିତ ହୋଇଥାଏ ।[1] [3] ଏହାକୁ ପ୍ରଥମେ ୧୮୬୯ ମସିହାରେ ଏରାସମସ୍ ୱିଲସନ ବର୍ଣ୍ଣନା କରିଥିଲେ ।[3] ଏହି ଶବ୍ଦଟି ଗ୍ରୀକ୍ ଭାଷାର "ଟ୍ରି ମସ୍" ଏବଂ ଲାଟିନ୍ ଭାଷାର "ଫ୍ଲାଟ"ରୁ ଅଣାହୋଇଛି ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.